ଜାପାନରେ ଶକ୍ତିଶାଳୀ ଭୂକମ୍ପ, ୧୮ ମୃତ, ଧ୍ୱଂସାବଶେଷ ତଳେ ଫସିଛନ୍ତି ଅନେକ

ଜାପାନରେ ଶକ୍ତିଶାଳୀ ଭୂକମ୍ପ, ୧୮ ମୃତ, ଧ୍ୱଂସାବଶେଷ ତଳେ ଫସିଛନ୍ତି ଅନେକ

ଜାପାନରେ ଶକ୍ତିଶାଳୀ ଭୂକମ୍ପ, ୧୮ ମୃତ, ଧ୍ୱଂସାବଶେଷ ତଳେ ଫସିଛନ୍ତି ଅନେକ

କୁମାମୋତୋ (ଜାପାନ): ଶକ୍ତିଶାଳୀ ଭୂକମ୍ପରେ ଥରି ଉଠିଛି ଦକ୍ଷିଣ-ପଶ୍ଚିମ ଜାପାନ। ଜୁଲାଇ ୨୮ ତାରିଖ ଅପରାହ୍ଣ ପ୍ରାୟ ୪ଟା ୨୭ ମିନିଟ୍‌ରେ କୁମାମୋତୋ ଅଞ୍ଚଳରେ ୭.୧ ତୀବ୍ରତାର ଭୂକମ୍ପ ଅନୁଭୂତ ହୋଇଥିଲା। ଜାପାନ ମେଟେରୋଲୋଜିକାଲ ଏଜେନ୍ସି ଅନୁସାରେ ଭୂକମ୍ପର କେନ୍ଦ୍ରସ୍ଥଳ ପ୍ରାୟ ୧୦ କିଲୋମିଟର ଗଭୀରତାରେ ଥିଲା।ଭୂକମ୍ପ ପରେ କୁମାମୋତୋ ଅଞ୍ଚଳରେ ବ୍ୟାପକ କ୍ଷୟକ୍ଷତି ହୋଇଛି। ତାଜା ରିପୋର୍ଟ ଅନୁସାରେ ଅତି କମ୍‌ରେ ୧୮ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଅନେକ ଲୋକ ଆହତ ହୋଇଛନ୍ତି। ଧ୍ୱଂସାବଶେଷ ତଳେ ଫସିଥିବା ଏବଂ ନିଖୋଜ ଲୋକଙ୍କୁ ଖୋଜିବା ପାଇଁ ସେନା ଓ ଉଦ୍ଧାରକାରୀ ଦଳ ଜୋରଦାର ଅଭିଯାନ ଜାରି ରଖିଛନ୍ତି।ଭୂକମ୍ପ ପରେ ଆରିଆକେ ସାଗର ଅଞ୍ଚଳ ପାଇଁ ସୁନାମି ସତର୍କତା ଜାରି କରାଯାଇଥିଲା। ପରେ ଏହାକୁ ହଟାଇ ଦିଆଯାଇଥିଲା। ଜାପାନ ସରକାର ଉଦ୍ଧାର ଏବଂ ରିଲିଫ୍ କାର୍ଯ୍ୟକୁ ସର୍ବୋଚ୍ଚ ପ୍ରାଥମିକତା ଦେଇଛନ୍ତି।ସବୁଠାରୁ ଚିନ୍ତାଜନକ ଘଟଣା କୁମାମୋତୋ ପ୍ରଦେଶର କାଶିମା ଅଞ୍ଚଳର ଏକ ଏଓନ୍‌ ମଲ୍‌ରେ ଘଟିଛି। ଭୂକମ୍ପରେ ମଲ୍‌ର କିଛି ଅଂଶ କ୍ଷତିଗ୍ରସ୍ତ ହେବା ସହ ଘଟଣାସ୍ଥଳରେ ଗ୍ୟାସ୍‌ ସମ୍ପର୍କିତ ବିସ୍ଫୋରଣ ଘଟିଥିବା ଆଶଙ୍କା କରାଯାଇଛି। ଭୂକମ୍ପ ସମୟରେ ମଲ୍‌ରୁ ପ୍ରାୟ ୩ ହଜାର ଗ୍ରାହକଙ୍କୁ ସୁରକ୍ଷିତ ଭାବେ ବାହାର କରାଯାଇଥିବା ଜଣାପଡ଼ିଛି। ତେବେ କିଛି କର୍ମଚାରୀ ଫସିଥିବା ଖବର ମିଳିଛି।ଅନ୍ୟପକ୍ଷରେ, ୟାତ୍ସୁଶିରୋ ଅଞ୍ଚଳର ଏକ ପେପର୍‌ ମିଲ୍‌ରେ ମଧ୍ୟ ଅନେକ ଲୋକ ଫସିଥିବା ଖବର ମିଳିଛି। ଉଦ୍ଧାରକାରୀ ଦଳ ଭଗ୍ନାବଶେଷ ହଟାଇ ଜୀବିତ ଲୋକଙ୍କ ସନ୍ଧାନ କରୁଛନ୍ତି।ଭୂକମ୍ପର ଶକ୍ତିଶାଳୀ ଝଟକା କ୍ୟୁଶୁର ବିଭିନ୍ନ ଅଞ୍ଚଳରେ ଅନୁଭୂତ ହୋଇଥିଲା। ଆଗାମୀ ସମୟରେ ଆଫ୍ଟର୍‌ଶକ୍‌ର ଆଶଙ୍କା ଥିବାରୁ ଲୋକଙ୍କୁ ସତର୍କ ରହିବାକୁ କର୍ତ୍ତୃପକ୍ଷ ପରାମର୍ଶ ଦେଇଛନ୍ତି।