ବଡ଼ିମୁଣ୍ଡା ଡ଼ଙ୍ଗାଏଜୁ ଗ୍ରାମରେ ଦନ୍ତାହାତୀ ଆକ୍ରମଣରେ ପ୍ରଦୀପ ପ୍ରଧାନଙ୍କ ଜୀବନ ଚାଲିଗଲା

ବଡ଼ିମୁଣ୍ଡା ଡ଼ଙ୍ଗାଏଜୁ ଗ୍ରାମରେ ଦନ୍ତାହାତୀ ଆକ୍ରମଣରେ ପ୍ରଦୀପ ପ୍ରଧାନଙ୍କ ଜୀବନ ଚାଲିଗଲା

ବଡ଼ିମୁଣ୍ଡା ଡ଼ଙ୍ଗାଏଜୁ ଗ୍ରାମରେ ଦନ୍ତାହାତୀ ଆକ୍ରମଣରେ ପ୍ରଦୀପ ପ୍ରଧାନଙ୍କ ଜୀବନ ଚାଲିଗଲା ………………………………

କନ୍ଧମାଳ :-ତା ୨୯/୭/( ରିପୋର୍ଟ କୁନା ଦିଗାଲ )କନ୍ଧମାଳ ଜିଲ୍ଲା ଟିକାବାଲି ବ୍ଲକର ବଡ଼ିମୁଣ୍ଡା ଗ୍ରାମପଞ୍ଚାୟତ ଅନ୍ତର୍ଗତ ଡ଼ଙ୍ଗାଏଜୁ ଗ୍ରାମରେ ଦନ୍ତାହାତୀ ଆକ୍ରମଣରେ ପ୍ରଦୀପ ପ୍ରଧାନ ଙ୍କ ମୃତ୍ୟୁ ଘଟିଛି l ଘଟଣା ସ୍ଥଳରେ ଜି ଉଦୟଗିରି ବନବିଭାଗ ଅଧିକାରୀ ମାଣିକେଶ୍ବରୀ ପଟ୍ଟନାୟକ ଏବଂ ଟିକାବାଲି ପୋଲିସ ପହଂଚି ଶବକୁ ଜବତ କରି କେସ ନଂ ୧୧/୨୬ ଏକ ମାମଲା ରୁଜୁ କରି ଶବବ୍ୟବଛେଦ ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଫୁଲବାଣୀ କୁ ପଠେଇ ଥିବା ଟିକାବାଲି ଥାନା ଅଧିକାରୀ ଶିବରଞ୍ଜନ ସିଂଗା ସୂଚନା ଦେଇଛନ୍ତି ଜଣା l ଏ ନେଇ ଅଞ୍ଚଳ ରେ ଭୟର ବାତାବରଣ ସୃଷ୍ଟି କରିଛି l ସୂଚନା ଅନୁସାରେ ଗତ କାଲି ରାତି ପ୍ରାୟ ୮ ଘଂଟିକା ସମୟ ରେ ପ୍ରଦୀପ ସବୁଦିନ ପରି ନିଜର ପେଟାମାହା ବଗିଚାରୁ ନିଜ ଘର ଡ଼ଙ୍ଗାଏଜୁ କୁ ଯାଉଥିବା ବେଳେ ନିକଟରେ ଥିବା ପଣସ ଗଛରୁ ପଣସ ଖାଇ ଫେରି ଯାଉଥିବା ବେଳେ ହଠାତ ପ୍ରଦୀପ ସହିତ ଦୁହିଁଙ୍କ ମଧ୍ୟରେ ମୁହାଁ ମୁହିଁ ହୋଇଥିଲା l ପ୍ରଦୀପ ଜୀବନ ବଞ୍ଚାଇବା ପାଇଁ ଆଉ ଅନ୍ୟ କୌଣସି ଉପାୟ ନ ଥିଲା l ଫଳରେ ଅକାଳରେ ଜୀବନ ର ଅନ୍ତ ଘଟିଥିଲା l ଯାହା ବର୍ତ୍ତମାନ ଅଞ୍ଚଳ ପାଇଁ ଏକ ଆୱାନ ସୃଷ୍ଟି କରୁଛି ଯେ ଲୋକେ ଗାଁ ଛାଡ଼ି ଜଙ୍ଗଲ ରେ ଗାଈ, ଗୋରୁ, ଛେଳି, ମେଣ୍ଢା ଏବଂ ନିଜର ଜୀବନ ଜୀବିକା କିପରି ସାଧନ କରିବେ ସେ ନେଇ ସାଧାରଣ ମହଲ ରେ ପ୍ରଶ୍ନ ବାଚୀ ସୃଷ୍ଟି କରୁଛି l ଅଞ୍ଚଳ ରେ ଦୀର୍ଘ ଦିନ ଧରି ଏହି ଦନ୍ତା ନିଜର ଭାରି ପଣିଆ ଦେଖେଇ ଅନେକଙ୍କ ଜୀବନ ନେଇଥିବା ବେଳେ ଅନେକଙ୍କ ଫସଲ ଘର ଦ୍ୱାର ଭାଙ୍ଗି ନଷ୍ଟ କରିବାରେ ଲାଗିଛି l କିନ୍ତୁ ଜିଲ୍ଲା ବନଖଣ୍ଡ ଅଧିକାରୀ ଏବଂ ବନ ବିଭାଗର ସମସ୍ତ ପଦାଧିକାରି ମାନେ ନୀରବ ରହି କେବଳ ଅନୁଧ୍ୟାନ କରୁଛନ୍ତି l ଲୋକଙ୍କୁ ଡାକବାଜି ମାଧ୍ୟମରେ ସଚେତନ କରନ୍ତି, ନା ହାତୀର ଗତିବିଧିକୁ ନିରୀକ୍ଷଣ କରି ସଚେତନତା ବାର୍ତ୍ତା ପ୍ରଦାନ କରୁଛନ୍ତି l ଯାହା କି ଅନେକ ବୁଦ୍ଧିଜୀବୀ, ସାମାଜିକ କର୍ମୀ,ଗଣସଂଗଠନ ମହଲରେ ବନ ବିଭାଗ ଙ୍କ ଦାୟିତ୍ୱ ଏବଂକର୍ତ୍ତବ୍ୟ ଉପରେ ଆସ୍ଥା ତୁଟିଯାଇଛି l ଏଣୁ ସାଧାରଣ ରେ ଦାବୀ ଉଠୁଛି ଯେ ଜିଲ୍ଲା ମୁଖ୍ୟବନଖଣ୍ଡ ଅଧିକାରୀଙ୍କୁ ଙ୍କୁ ଅନ୍ୟତ୍ର ବଦଳୀ କରି ଏକb ଉପଯୁକ୍ତ ବନ ଅଧିକାରୀଙ୍କୁ ଜିଲ୍ଲାରେ ନିଯୁକ୍ତି ଦେଲେ ଅଞ୍ଚଳ ରେ ଶାନ୍ତି ଫେରି ଆସିବ ବୋଲି ଜିଲ୍ଲା ପ୍ରଶାସନ ଓ ରାଜ୍ୟ ସରକାର ଙ୍କୁ ଅନୁରୋଧ କରିଛନ୍ତି ଅଞ୍ଚଳ ବାସି l