ସମ୍ବାଦ ସାହିତ୍ଯ ଘର ତରଫରୁ ବୃକ୍ଷ ରୋପଣ

ସମ୍ବାଦ ସାହିତ୍ଯ ଘର ତରଫରୁ ବୃକ୍ଷ ରୋପଣ

ସମ୍ବାଦ ସାହିତ୍ଯ ଘର ତରଫରୁ ବୃକ୍ଷ ରୋପଣ

ସେମିଳିଗୁଡା ତାରିଖ ୨୭-୭-୨୦୨୬-ସେମିଳିଗୁଡା ସମ୍ବାଦ ସାହିତ୍ଯ ଘର ତରଫରୁ ଏକ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଥିଲା। ଏହି କାର୍ଯ୍ୟକ୍ରମରେ ସେମିଳିଗୁଡାର ବିଲେଇଗୁଡା ସ୍ବାସ୍ଥ୍ୟକେନ୍ଦ୍ରରେ ସର୍ବ ପ୍ରଥମେ ଆରମ୍ଭ କରାଯାଇ ଥିଲା।ସମ୍ବାଦ ସାହିତ୍ଯ ଘରର ସଂପାଦିକା ଶ୍ରୀମତୀ ସ୍ନିଗ୍ଧାରାଣୀ ମିଶ୍ର ଓ ସେମିଳିଗୁଡା ସମ୍ବାଦ ପ୍ରତିନିଧି ଅଲେଖ ଚନ୍ଦ୍ର ଦାସ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।ଏଥିରେ ପୌର ପରିଷଦ ପୌରାଧ୍ୟକ୍ଷ ରାଜେନ୍ଦ୍ର କୁମାର ପାତ୍ର, ଶିକ୍ଷାବିତ ଡକ୍ଟର ଚିତ୍ତରଞ୍ଜନ ମିଶ୍ର, ସ୍ବାସ୍ଥ୍ୟକେନ୍ଦ୍ରର ଭାରପ୍ରାପ୍ତ ଡାକ୍ତର ମିଲନ କୁମାର ସାହୁ,ଯୁବ ସମାଜସେବୀ ଅମିତ ଅଗ୍ରୱାଲ,ଗଣେଶ୍ଵର ପାଣିଗ୍ରାହୀ,ଫାର୍ମାସିଷ୍ଟ ଭୂବନେଶ୍ବର ଦାସ,ଅନ୍ଯାନ୍ଯ ମେଡିକାଲ ଷ୍ଟାଫ, ସ୍ବପ୍ନା ପାତ୍ର, ବିଭୂ ପ୍ରସାଦ ପାତ୍ର, ଦୀକ୍ଷା ଅଗ୍ରୱାଲ, ବିଜୟ ସାହୁ,ସୌଦାମିନୀ ସାହୁ,ଶିକ୍ଷକ ଅଶୋକ କୁମାର ପଟ୍ଟନାୟକ ,ଫରେଷ୍ଟ ଅଫିସର କର୍ମଚାରୀ ଯୋଗଦେଇ ସଜନା,ଅମୃତଭଣ୍ଡା,ଅଁଳା,ନିମ୍ବ ପ୍ରଭୃତି ଚାରାରୋପଣ କରିଥିଲେ। ଚାରିିଜଣ ଦମ୍ପତ୍ତି ମିଳିତଭାବେ ବୃକ୍ଷ ରୋପଣ କରିଥିଲେ।ଚାରାଗୁଡିକ ସେମିଳିଗୁଡାର ଫରେଷ୍ଟ ଅଫିସ ଯୋଗାଇ ଦେଇଥିଲେ। ଆଗାମୀ ଦିନରେ ଅଂଗାଡି କେନ୍ଦ୍ର, କୋର୍ଟ ପରିସର ଓ ଅନ୍ଯାନ୍ଯ ଅନୁଷ୍ଠାନ ମାନଙ୍କରେ ବୃକ୍ଷ ରୋପଣ କରାଯିବ ବୋଲି ଶ୍ରୀମତୀ ମିଶ୍ର କହିଛନ୍ତି।