ଗଞ୍ଜାମ ଜିଲ୍ଲାରେ ନାଗସାପ କାମୁଡ଼ାରେ ଚାଷୀଙ୍କ ମୃତ୍ୟୁପୋଲସରା,
ଗଞ୍ଜାମ: ଗଞ୍ଜାମ ଜିଲ୍ଲାର ପୋଲସରା ଥାନା ଅନ୍ତର୍ଗତ ସୁମଣ୍ଡଳ ଗାଁର ଜଣେ ଚାଷୀ ନାଗସାପ କାମୁଡ଼ାରେ ପ୍ରାଣ ହରାଇଛନ୍ତି।ସୂଚନା ଅନୁସାରେ, ଚାଷୀ ଜଣକ ଧାନ ବିଲରେ କାମ କରୁଥିବା ସମୟରେ ଏକ ନାଗସାପ ତାଙ୍କୁ କାମୁଡ଼ିଥିଲା। ଘଟଣା ପରେ ପରିବାର ଲୋକେ ତାଙ୍କୁ ପ୍ରଥମେ ସ୍ଥାନୀୟ ଡାକ୍ତରଖାନାକୁ ଏବଂ ପରେ ଅଧିକ ଚିକିତ୍ସା ପାଇଁ ବ୍ରହ୍ମପୁର ବଡ଼ ମେଡିକାଲକୁ ସ୍ଥାନାନ୍ତର କରିଥିଲେ।ତେବେ ଚିକିତ୍ସାଧୀନ ଅବସ୍ଥାରେ ଚାଷୀ ଜଣଙ୍କର ମୃତ୍ୟୁ ଘଟିଥିଲା। ଏହି ଅଘଟଣ ପରେ ସୁମଣ୍ଡଳ ଗାଁରେ ଶୋକର ଛାୟା ଖେଳିଯାଇଛି।ରିପୋର୍ଟ: ଗଣେଶ ପାଣିଗ୍ରାହୀ, ଗଞ୍ଜାମ
