ଗଞ୍ଜାମ ଜିଲ୍ଲାର ରମ୍ଭା ଓ ଖଲ୍ଲିକୋଟ ଅଞ୍ଚଳରେ ଆଜି ଅବକାରୀ ବିଭାଗ ପକ୍ଷରୁ ବ୍ୟାପକ ଚଢ଼ାଉ

ଗଞ୍ଜାମ ଜିଲ୍ଲାର ରମ୍ଭା ଓ ଖଲ୍ଲିକୋଟ ଅଞ୍ଚଳରେ ଆଜି ଅବକାରୀ ବିଭାଗ ପକ୍ଷରୁ ବ୍ୟାପକ ଚଢ଼ାଉ

ଗଞ୍ଜାମ ଜିଲ୍ଲାର ରମ୍ଭା ଓ ଖଲ୍ଲିକୋଟ ଅଞ୍ଚଳରେ ଆଜି ଅବକାରୀ ବିଭାଗ ପକ୍ଷରୁ ବ୍ୟାପକ ଚଢ଼ାଉ କରାଯାଇଛି। ଏହି ଚଢ଼ାଉରେ ୪ଟି ମାମଲା ରୁଜୁ ହୋଇଥିବା ବେଳେ ୨ ଜଣଙ୍କୁ ଗିରଫ କରାଯାଇଛି। ବହୁ ପରିମାଣର ବିଦେଶୀ ମଦ, ବିୟର, ଓଡ଼ିଶା ସ୍ପେଶାଲ୍ ଲିକର ଏବଂ ଦେଶୀ ମଦ ଜବତ କରାଯାଇଛି। ଆଜି ରମ୍ଭା ଓ ଖଲ୍ଲିକୋଟ ଅଞ୍ଚଳ ରେ ବ୍ରହ୍ମପୁର ଅବକାରୀ ଗୁଇନ୍ଦା ବିଭାଗର ଏହି ସ୍ୱତନ୍ତ୍ର ଚଢ଼ାଉ ସମୟରେ ମୋଟ ୪ଟି ଅବକାରୀ ମାମଲା ଚିହ୍ନଟ କରାଯାଇଛି। ଚଢ଼ାଉ ବେଳେ ବେଆଇନ ମଦ କାରବାରରେ ସମ୍ପୃକ୍ତ ୨ ଜଣଙ୍କୁ ଗିରଫ କରାଯାଇଛି। ଗିରଫ ଦୁଇବ୍ୟକ୍ତି ହେଲେ ଖଲ୍ଲିକୋଟ ଥାନା ଅଞ୍ଚଳର କୃଷ୍ଣ ଚନ୍ଦ୍ର ସାହୁ ଓ ରମ୍ଭା ଥାନା ଅଞ୍ଚଳର ଭବାନୀ ପାତ୍ର ବୋଲି ଜଣା ପଡ଼ିଛି । ଗଣେଶ ପାଣିଗ୍ରାହୀ ରିପୋର୍ଟ