ଦକ୍ଷିଣ ଚୀନ୍ ସାଗରରେ ବୁଡ଼ିଲା ଭିଏତନାମୀ ମାଲବାହୀ ଜାହାଜ, ୨୩ ନିଖୋଜ; ୩୯ ଜଣଙ୍କୁ ଉଦ୍ଧାର

ଦକ୍ଷିଣ ଚୀନ୍ ସାଗରରେ ବୁଡ଼ିଲା ଭିଏତନାମୀ ମାଲବାହୀ ଜାହାଜ, ୨୩ ନିଖୋଜ; ୩୯ ଜଣଙ୍କୁ ଉଦ୍ଧାର

ଦକ୍ଷିଣ ଚୀନ୍ ସାଗରରେ ବୁଡ଼ିଲା ଭିଏତନାମୀ ମାଲବାହୀ ଜାହାଜ, ୨୩ ନିଖୋଜ; ୩୯ ଜଣଙ୍କୁ ଉଦ୍ଧାର

ବେଜିଂ: ଦକ୍ଷିଣ ଚୀନ୍ ସାଗରରେ ଏକ ଭିଏତନାମୀ ମାଲବାହୀ ଜାହାଜ ବୁଡ଼ିଯିବା ପରେ ୨୩ ଜଣ ନିଖୋଜ ଥିବାବେଳେ ୩୯ ଜଣଙ୍କୁ ଜୀବିତ ଉଦ୍ଧାର କରାଯାଇଛି। ଚୀନ୍‌ର ସରକାରୀ ଗଣମାଧ୍ୟମ ସିସିଟିଭି ଓ ସିନ୍‌ହୁଆ ଏହି ସୂଚନା ଦେଇଛି। ନିଖୋଜ ନାବିକମାନଙ୍କ ସନ୍ଧାନରେ ଚୀନ୍ ଓ ଭିଏତନାମର ଉଦ୍ଧାରକାରୀ ଦଳ ମିଳିତ ଭାବେ ଅଭିଯାନ ଜାରି ରଖିଛନ୍ତି।’ଖୋଇ ନୁଗୁଏନ୍–୧୮’ ନାମକ ଭିଏତନାମରେ ପଞ୍ଜୀକୃତ ଏହି ମାଲବାହୀ ଜାହାଜରେ ମୋଟ ୬୨ ଜଣ ଯାତ୍ରୀ ଓ କର୍ମଚାରୀ ଥିଲେ। ଶନିବାର ସନ୍ଧ୍ୟାରେ ଦକ୍ଷିଣ ଚୀନ୍ ସାଗରର ୟୋଙ୍ଗସୁ ରିଫ୍ (ଫାଏରି କ୍ରସ୍ ରିଫ୍) ନିକଟରେ ଜାହାଜଟି ବିପଦରେ ପଡ଼ି ବୁଡ଼ିଯାଇଥିଲା।ସ୍ଥାନୀୟ ସମୟ ସନ୍ଧ୍ୟା ପ୍ରାୟ ୬ଟା ୨୩ ମିନିଟ୍‌ରେ ଚୀନ୍‌ର ଉଦ୍ଧାରକାରୀ ଜାହାଜ ‘ନାନ୍‌ହାଇ ଜିଉ–୧୧୫’ ଜାହାଜରୁ ପଠାଯାଇଥିବା ବିପଦ ସଙ୍କେତ ଗ୍ରହଣ କରିଥିଲା। ଏହାପରେ ତୁରନ୍ତ ବ୍ୟାପକ ଉଦ୍ଧାର ଅଭିଯାନ ଆରମ୍ଭ କରାଯାଇଥିଲା।ଉଦ୍ଧାର କାର୍ଯ୍ୟରେ ଚୀନ୍‌ର ୬ଟି ଜାହାଜ, ଗୋଟିଏ ଉଦ୍ଧାରକାରୀ ହେଲିକପ୍ଟର ଏବଂ ଭିଏତନାମର ଗୋଟିଏ ଜାହାଜ ନିୟୋଜିତ ହୋଇଛି। ପ୍ରଥମେ ୩୭ ଜଣଙ୍କୁ ଉଦ୍ଧାର କରାଯାଇଥିବା ବେଳେ ପରେ ହେଲିକପ୍ଟର ସହାୟତାରେ ଆଉ ୨ ଜଣଙ୍କୁ ଜୀବିତ ଉଦ୍ଧାର କରାଯାଇଥିଲା। ଫଳରେ ମୋଟ ଉଦ୍ଧାର ସଂଖ୍ୟା ୩୯ରେ ପହଞ୍ଚିଛି।ଏପଟେ ଭିଏତନାମ ବୈଦେଶିକ ମନ୍ତ୍ରଣାଳୟ ରବିବାର ସୂଚନା ଦେଇଛି ଯେ, ଜୀବିତ ଉଦ୍ଧାର ହୋଇଥିବା ଲୋକଙ୍କ ସଂଖ୍ୟା ୪୫କୁ ବୃଦ୍ଧି ପାଇଛି। ତେବେ ଅନ୍ୟ ନିଖୋଜ ନାବିକମାନଙ୍କ ସନ୍ଧାନରେ ଉଦ୍ଧାର ଅଭିଯାନ ଜାରି ରହିଛି।