ଉକାମ୍ବା ଓ ଭାମିନି ପଞ୍ଚାୟତର ୧୦୦ରୁ ଅଧିକ ଯୁବକ ବିଜେଡିରେ ସାମିଲ

ଉକାମ୍ବା ଓ ଭାମିନି ପଞ୍ଚାୟତର ୧୦୦ରୁ ଅଧିକ ଯୁବକ ବିଜେଡିରେ ସାମିଲ

ଉକାମ୍ବା ଓ ଭାମିନି ପଞ୍ଚାୟତର ୧୦୦ରୁ ଅଧିକ ଯୁବକ ବିଜେଡିରେ ସାମିଲ

ରାୟଗଡ (Info media) ରାୟଗଡ ଜିଲ୍ଲା ରାମନାଗୁଡା ବ୍ଲକ ଅନ୍ତର୍ଗତ ଉକାମ୍ବା ଓ ଭାମିନି ପଞ୍ଚାୟତର ୧୦୦ରୁ ଅଧିକ ଯୁବକ ମାନେ ବିଷମକଟକ ବ୍ଲକ ଅଧିନସ୍ଥ ଦୁର୍ଗୀ ପଞ୍ଚାୟତ ସଦର ମହକୁମା ସ୍ଥିତ ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣରେ ବିଜୁ ଜନତା ଦଳ (ବିଜେଡି)ରେ ଯୋଗଦାନ କରିଛନ୍ତି। ଏହି ଅବସରରେ ଆୟୋଜିତ ସ୍ୱତନ୍ତ୍ର ଯୋଗଦାନ କାର୍ଯ୍ୟକ୍ରମରେ ଜିଲ୍ଲା ବିଜେଡି ସଭାପତି ଜଗନ୍ନାଥ ସାରକା, ପୂର୍ବତନ ଜିଲ୍ଲା ବିଜେଡି ସଭାପତି ସୁଧୀର ଦାସ, ପଙ୍କଜ ପଣ୍ଡା ଓ ଜି. କାରିଆନାଙ୍କ ଉପସ୍ଥିତିରେ ନୂତନ ସଦସ୍ୟମାନେ ଦଳର ପତାକା ଗ୍ରହଣ କରି ବିଜେଡିରେ ସାମିଲ ହୋଇଥିଲେ।ନୂତନ ଭାବେ ଯୋଗଦେଇଥିବା ଯୁବକ ମାନେ କହିଥିଲେ ଯେ, ଦଳର ନୀତି, ଜନ ହିତକର କାର୍ଯ୍ୟକ୍ରମ ଏବଂ ଉନ୍ନୟନମୂଳକ ପଦକ୍ଷେପରେ ପ୍ରଭାବିତ ହୋଇ ସେମାନେ ବିଜେଡିରେ ଯୋଗଦାନ କରିଛନ୍ତି। ଦଳର ବରିଷ୍ଠ ନେତୃବୃନ୍ଦ ସେମାନଙ୍କୁ ସ୍ୱାଗତ ଜଣାଇବା ସହ ଆଗାମୀ ଦିନରେ ସଂଗଠନକୁ ଆହୁରି ସୁଦୃଢ଼ କରିବା ପାଇଁ ସକ୍ରିୟ ଭୂମିକା ଗ୍ରହଣ କରିବାକୁ ଆହ୍ୱାନ କରିଥିଲେ।ଏହି କାର୍ଯ୍ୟକ୍ରମରେ ଜିଲ୍ଲା ବିଜେଡିର ବରିଷ୍ଠ ନେତା ଗଗନ ବିହାରୀ ଆଚାର୍ଯ୍ୟ, ଯୁବ ନେତା କମଳ ମୁଟିକା, ରାମନାଗୁଡା ବ୍ଲକ ବିଜେଡି ସଭାପତି ବାତ୍ରି ମାଣ୍ଡାଙ୍ଗି, ରାମନାଗୁଡ଼ା ବ୍ଲକ ପୂର୍ବତନ ବ୍ଲକ ସଭାପତି ବିଜୟ ମାଣ୍ଡାଙ୍ଗି ଉପସ୍ଥିତ ଥିବା ବେଳେ ନବୀନ ପଟ୍ଟନାୟକଙ୍କ ନିତି ଆଦର୍ଶ ରେ ଅନୁପ୍ରାଣିତ ହେଇ କ୍ରାନ୍ତି ଆକାଶ, ଇନଟି ପ୍ରବୀଣ, ରବି ଗୌଡ଼, ସମ୍ପଦ କୁମାର, ମନୋଜ ଗମାଙ୍ଗ, କଳିଶା ମାଣ୍ଡାଙ୍ଗି, ଜି. ଲକ୍ଷ୍ମଣ, ପୂର୍ଣ୍ଣ ପ୍ରଧାନ ଓ ନଗେନ୍ଦ୍ର ନାଗ ପ୍ରମୁଖଙ୍କ ଭଳି ଶତାଧିକ ଯୁବକ ଯୋଗ ଦେଇଥିଲେ। ସମଗ୍ର ଯୋଗଦାନ କାର୍ଯ୍ୟକ୍ରମଟି ଯୁବନେତା ଅଶ୍ୱିନୀ ରାଉଳଙ୍କ ତତ୍ତ୍ୱାବଧାନରେ ଅନୁଷ୍ଠିତ ହୋଇଥିଲା।ଏହି ଯୋଗଦାନ ଫଳରେ ରାମନାଗୁଡା ବ୍ଲକରେ ବିଜେଡିର ସାଙ୍ଗଠନିକ ଭିତ୍ତି ଆହୁରି ମଜବୁତ ହେବ ବୋଲି ଜିଲ୍ଲା ସଭାପତି ଜଗନ୍ନାଥ ସାରକା ମତ ପ୍ରକାଶ କରିଛନ୍ତି।ରାୟଗଡ ରୁ ଅମୁଲ୍ୟ ନିଶଙ୍କ ଙ୍କ ରିପୋର୍ଟ