ଗଞ୍ଜେଇ ଚାଷ ରୋକିବାକୁ ବୈଠକ ଅନୁଷ୍ଠିତ ।

ଗଞ୍ଜେଇ ଚାଷ ରୋକିବାକୁ ବୈଠକ ଅନୁଷ୍ଠିତ ।

ଗଞ୍ଜେଇ ଚାଷ ରୋକିବାକୁ ବୈଠକ ଅନୁଷ୍ଠିତ ।

ଆର, ଉଦୟଗିରି-(ମନୋଜ କୁମାର ପାଢୀ) ଆର, ଉଦୟଗିରି,ନୁଆଗଡ ଓ ମୋହନା ବ୍ଲକରେ ଗଞ୍ଜେଇ ଚାଷ ବୃଦ୍ଧି ପାଉଥିବା ଯୋଗୁଁ ତାହାକୁ ରୋକିବା ଉଦ୍ଧେଶ୍ୟରେ ଆଜି ଅଡବା ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ଆର, ଉଦୟଗିରି ଏସଡିପିଓ ରାକେଶ କୁମାର ସାହୁଙ୍କ ଅଧ୍ୟକ୍ଷତାରେ ଏକ ସଚେତନତା ବୈଠକ ଅନୁଷ୍ଠିତ ହୋଇଥିଲା । ଏଥିରେ ସ୍ଥାନୀୟ ସରପଞ୍ଚ ପୋଲିସ ଅଧିକାରୀ ଏବଂ ଅନ୍ୟାନ୍ୟ ପ୍ରମୁଖ ବ୍ୟକ୍ତି ଉପସ୍ଥିତ ଥିଲେ । ଅଞ୍ଚଳରେ ବେଆଇନ ଗଞ୍ଜେଇ ଚାଷକୁ ସମ୍ପୂର୍ଣ୍ଣ ରୂପେ ଉଛେଦ କରିବା ପାଇଁ ସମନ୍ୱିତ ଚଢ଼ାଉ ନିରନ୍ତର ଜନସଚେତନତା କିର୍ଯ୍ୟକ୍ରମ ମାଧ୍ୟମରେ ଏକ ମିଳିତ କାର୍ଯ୍ୟଯୋଜନା ପ୍ରସ୍ତୁତ କରିବାକୁ ସମସ୍ତେ ସର୍ବସମ୍ମତିକ୍ରମେ ନିଷ୍ପତ୍ତି ନେଇଥିଲେ । ସ୍ଥାନୀୟ ଥାନା ଅଞ୍ଚଳର ସରପଞ୍ଚମାନେ ପୋଲିସକୁ ସହଯୋଗ କରିବେ ବୋଲି ପ୍ରତିଶୃତି ଦେଇଥିବାବେଳେ କୃଷି ଓ ବନ ବିଭାଗ ମଧ୍ୟ ସହଯୋଗ କରିବେ ବୋଲି କହିଥିଲେ । ସମସ୍ତ ଗ୍ରାମ ପଞ୍ଚାୟତରେ ଖୁବଶୀଘ୍ର ଏଭଳି ଏକ ସଚେତନତା କାର୍ଯ୍ୟକ୍ରମ କରାଯାଇ ଗଞ୍ଜେଇ ଚାଷକୁ ସମ୍ପୂର୍ଣ୍ଣ ବନ୍ଦ କରାଯିବ ବୋଲି ନିଷ୍ପତି ନିଆଯାଇଛି ।