ମାଝୀଗୁଡାରେ ବିଜେପିର ପ୍ରଥମ ମଣ୍ଡଳ କାର୍ଯ୍ୟାଳୟ ଉଦ୍‌ଘାଟିତ

ମାଝୀଗୁଡାରେ ବିଜେପିର ପ୍ରଥମ ମଣ୍ଡଳ କାର୍ଯ୍ୟାଳୟ ଉଦ୍‌ଘାଟିତ

ମାଝୀଗୁଡାରେ ବିଜେପିର ପ୍ରଥମ ମଣ୍ଡଳ କାର୍ଯ୍ୟାଳୟ ଉଦ୍‌ଘାଟିତ

ରାୟଗଡ( info media) ରାୟଗଡ଼ ଜିଲ୍ଲାର କେସିଂପୁର ବ୍ଲକ ମାଝୀଗୁଡା ମଣ୍ଡଳରେ ଭାରତୀୟ ଜନତା ପାର୍ଟି (ବିଜେପି)ର ପ୍ରଥମ ମଣ୍ଡଳ କାର୍ଯ୍ୟାଳୟ ଉଦ୍‌ଘାଟିତ ହୋଇଛି। ସ୍ଥାନୀୟ ମଣ୍ଡଳ ସଭାପତିଙ୍କ କହିବା ଅନୁସାରେ ୧୯୫୧ ମସିହାରେ ଦଳ ପ୍ରତିଷ୍ଠା ପରଠାରୁ ୨୦୨୬ ପର୍ଯ୍ୟନ୍ତ ପ୍ରାୟ ୭୫ ବର୍ଷ ମଧ୍ୟରେ କଲ୍ୟାଣସିଂହପୁର ବ୍ଲକ ମାଝୀଗୁଡା ମଣ୍ଡଳରେ ଏହା ପ୍ରଥମ ସ୍ଥାୟୀ ମଣ୍ଡଳ କାର୍ଯ୍ୟାଳୟ ହୋଇଥିବା ଦାବି କରାଯାଇଛି।ଆୟୋଜିତ କାର୍ଯ୍ୟକ୍ରମରେ ବିଜେପି ଜିଲ୍ଲା ସଭାପତି ଗୋପିଆନନ୍ଦ, ଜିଲ୍ଲା ମହିଳା ମୋର୍ଚ୍ଚା ସଭାନେତ୍ରୀ ରଜିତା କରଡ଼ା, ମାଝୀଗୁଡା ମଣ୍ଡଳ ସଭାପତି ଅନିଲ କୁମାର ଜାଡିଙ୍କ ସହ ଦଳର ବହୁ କର୍ମକର୍ତ୍ତା ଓ କର୍ମୀ ଉପସ୍ଥିତ ଥିଲେ। ଅତିଥିମାନେ କାର୍ଯ୍ୟାଳୟ ଉଦ୍‌ଘାଟନ କରି ଏହା ମଣ୍ଡଳ ସ୍ତରରେ ସାଙ୍ଗଠନିକ କାର୍ଯ୍ୟକଳାପକୁ ଅଧିକ ସୁଦୃଢ଼ କରିବା ସହ ଦଳୀୟ କାର୍ଯ୍ୟକ୍ରମର କେନ୍ଦ୍ରବିନ୍ଦୁ ହେବ ବୋଲି ମତ ପ୍ରକାଶ କରିଥିଲେ। ଏହି ଅବସରରେ ସଂଗଠନକୁ ଆହୁରି ଶକ୍ତିଶାଳୀ କରିବା ନୂତନ କର୍ମୀଙ୍କୁ ଦଳ ସହ ଯୋଡ଼ିବା ଏବଂ ଜନସାଧାରଣଙ୍କ ସମସ୍ୟାକୁ ପ୍ରାଥମିକତା ଦେଇ କାର୍ଯ୍ୟ କରିବା ଉପରେ ଆଲୋଚନା କରାଯାଇଥିଲା। କାର୍ଯ୍ୟକ୍ରମରେ ଦଳର ବହୁ ବରିଷ୍ଠ ନେତା, ପଦାଧିକାରୀ ଓ ସ୍ଥାନୀୟ କର୍ମୀମାନେ ଯୋଗଦେଇ ନବଗଠିତ ମଣ୍ଡଳ କାର୍ଯ୍ୟାଳୟ ପାଇଁ ଶୁଭେଚ୍ଛା ଜଣାଇଥିଲେ।ବିଜେପିର ପ୍ରଥମ ମଣ୍ଡଳ କାର୍ଯ୍ୟଳୟ 75ବର୍ଷ ପରେ ମାଝୀଗୁଡା ରେ ଉଦଘାଟିତ ହୋଇଥିବା ରୁ ବିଜେପି କର୍ମୀ ଓ ନେତା ଙ୍କ ମନରେ ଖୁଶୀ ର ଲହରୀ ଖେଳିଯାଇଛି ରାୟଗଡ ରୁ ଅମୁଲ୍ୟ ନିଶଙ୍କ ଙ୍କ ରିପୋର୍ଟ