ଦିବ୍ୟଦର୍ଶନ ସଂଘର ପ୍ରତିଷ୍ଠାତା ସଦଗୁରୁ ଶ୍ରୀ ଶ୍ରୀ ଅର୍ଜ୍ଜୁନଙ୍କ ୯୪ ତମ ଜୟନ୍ତି ମହା ଧୁମ ଧାମ ରେ ପାଳିତ

ଦିବ୍ୟଦର୍ଶନ ସଂଘର ପ୍ରତିଷ୍ଠାତା ସଦଗୁରୁ ଶ୍ରୀ ଶ୍ରୀ ଅର୍ଜ୍ଜୁନଙ୍କ ୯୪ ତମ ଜୟନ୍ତି ମହା ଧୁମ ଧାମ ରେ ପାଳିତ

ଦିବ୍ୟଦର୍ଶନ ସଂଘର ପ୍ରତିଷ୍ଠାତା ସଦଗୁରୁ ଶ୍ରୀ ଶ୍ରୀ ଅର୍ଜ୍ଜୁନଙ୍କ ୯୪ ତମ ଜୟନ୍ତି ମହା ଧୁମ ଧାମ ରେ ପାଳିତ

ରାୟଗଡ ( info media) ସଦ ଗୁରୁଂ ଶରଣମ୍ ଗଚ୍ଛାମି, ଧର୍ମଂ ଶରଣମ୍ ଗଚ୍ଛାମି, ସତ୍ୟଂ ଶରଣମ୍ ଗଚ୍ଛାମିସଦଗୁରୁ ଶ୍ରୀ ଶ୍ରୀ ଅର୍ଜୁନଙ୍କ ପ୍ରତିଷ୍ଠିତ ଦିବ୍ୟ ଦର୍ଶନ ସଂଘର ଦିବ୍ୟ ଦର୍ଶନ ଆଶ୍ରମ, ଅନ୍ତରଝୋଲି ପରିସର ମଧ୍ୟରେ ଦିବ୍ୟ ଦର୍ଶନ ସଂଘର ପ୍ରତିଷ୍ଠାତା ସଦ ଗୁରୁ ଶ୍ରୀ ଶ୍ରୀ ଅର୍ଜୁନଙ୍କ ୯୪ ଜୟନ୍ତି ମହାନ୍ ଜ୍ଞାନ ଯଜ୍ଞର ଆୟାଜନ ମାଧ୍ୟମରେ ପାଳନ କରାଯାଇଥିଲା। ଉକ୍ତ ଜ୍ଞାନ ଯଜ୍ଞରେ ଦିବ୍ୟଦର୍ଶନ ସଂଘର କେନ୍ଦ୍ରୀୟ କମିଟିର ସଭାପତି ପୂଜ୍ୟ ରବୀନ୍ଦ୍ରନାଥ ମହାନ୍ତି, ସମ୍ପାଦକ ପୂଜ୍ୟ କେଶବ ସେଠୀ, ସଦସ୍ୟ ପୂଜ୍ୟ ବାସିନୀ ଭୂଜଙ୍ଗ ରାଓ, ପୂଜ୍ୟ ରାମକୃଷ୍ଣ ହୋତା ପ୍ରମୁଖ ଯୋଗଦାନ କରି ଶୋଭା ବର୍ଦ୍ଧନ କରି ଗୁରୁ ଜୟନ୍ତି କାର୍ଯ୍ୟକ୍ରମକୁ ସାଫଲ୍ୟ ମଣ୍ଡିତ କରିଥିଲେ। ଦିବ୍ୟ ପ୍ରବଚନ ମାଧ୍ୟମରେ ଗୁରୁଙ୍କର ଜୀବନ ଦର୍ଶନ ଉପରେ ଆଲୋକ ପାତ କରି ପ୍ରକାଶକରିଥିଲେଯେ ସଦଗୁରୁ ଶ୍ରୀ ଶ୍ରୀ ଅର୍ଜୁନ ସତ୍ୟ ନିତ୍ୟ ଲୋକରୁ ଅବତରଣ କରି ଧରାଧାମରେ ଆସି ଗୁରୁତୀର୍ଥ ଗୁଡିଆବନ୍ଧ ଗ୍ରାମରେ ଜନ୍ମ ଗ୍ରହଣ କରି ସମଗ୍ର ମାନବ ସମାଜକୁ ଅଜ୍ଞାନ ଅନ୍ଧକାର କବଳରୁ ଉଦ୍ଧାର କରି ଦିବ୍ୟ ଜ୍ଞାନାଲୋକରେ ଆଲୋକିତ କରିଛନ୍ତି। ମାନବ ସମାଜକୁ ଜଡ କବଳରୁ ଉଦ୍ଧାର କରି ଚୈତନ୍ୟ ମୟ ସ୍ଥିତିରେ ପହଞ୍ଚାଇବା ପାଇଁ ତାଙ୍କର ଦିବ୍ୟ ଆହ୍ୱାନ ହେଲା “ହେ ମାନବ …ଆଉ କେତେ ଦିନ ନିଜର ପ୍ରକୃତ ସ୍ୱରୂପକୁ ଭୁଲି ରଙ୍ଗ ମଞ୍ଚର ଏହି କୃତ୍ରିମ ବେଶକୁ ନିଜର ସ୍ୱରୂପ ଓ ତାହାକୁ ଆବାସ ସ୍ଥଳ ଭାବି ଲୋଭ, ମୋହ, ମାନ,ଅଭିମାନ,ଅଗ୍ନିରେ ଜଳି ପୋଡ଼ି ଅସହ୍ୟ ଯନ୍ତ୍ରଣା ଭୋଗ କରିବ ? ଉଠ ଅନ୍ତରସ୍ଥ ଜ୍ଞାନାଗ୍ନିକୁ ପ୍ରଜ୍ଜ୍ୱଳିତ କର ଯିବାକୁ ପ୍ରସ୍ତୁତ ହୁଅ, ତୁମର ସେହି ଶାନ୍ତି ମୟ ଅମର ଓ ଦିବ୍ୟ ଧାମକୁ ଏବଂ ଫେରି ପାଅ ସେହି ନିତ୍ୟ,ସତ୍ୟ ଓ ପବିତ୍ର ସ୍ୱରୂପକୁ ତେବେ ଯାଇ ସମସ୍ତ ଭୟ ଆଉ ଦୁଃଖରୁ ଉଦ୍ଧାର ପାଇବ।ମନେ ରଖ ତୁମେ ଅମର ଓ ମୁକ୍ତ ପୁରୁଷ ।” ଉକ୍ତ କାର୍ଯ୍ୟକ୍ରମ ସକାଳ ୮:00 ସମୟରେ ଗୁମୁଡ଼ା ଠାରୁ ଅନ୍ତରଝୋଲି ଆଶ୍ରମ ପର୍ଯ୍ୟନ୍ତ ଗୁରୁ ନାମ ନଗର ସଂକୀର୍ତ୍ତନ କରାଯାଇଥିଲା , ୧୦:୦୦ ଘଣ୍ଟ ସମୟରେ ଦିବ୍ୟ ଦର୍ଶନ ଚାରିଟେବଲ୍ ଟ୍ରଷ୍ଟ ଆନୁକୂଲ୍ୟରେ ଅନ୍ତରଝୋଲି ଆଶ୍ରମ ଠାରେ ରକ୍ତ ଦାନ ଶିବିର ଅନୁଷ୍ଟିତ କରି ୯୪ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇ, ଏହି ରକ୍ତ ୟୁନିଟ୍ ବ୍ରହ୍ମପୁର ଏମ୍ କେ ସି ଜି ବଡ଼ ମେଡିକାଲର ଡାକ୍ତର ଏବଂ କର୍ମଚାରୀ ଦ୍ୱାରା ରକ୍ତ ସଂଗ୍ରହ କରାଯାଇଥିଲା। ବ୍ରହ୍ମପୁର ଠାରୁ ଆସିଥିବା ମେଡିକାଲ ଟିମ୍ ଡ଼ଃ ଟୁ ନୁ ଭର୍ତ୍ତିଆ, ରିଙ୍କୁ ସାହୁ, କାଳୁ ଚରଣ ସେଠୀ, ରାମହରି ପଣ୍ଡା, ବିକ୍ରମ ଦିକ୍ସିଟ,ସୁଶାନ୍ତ କୁମାର ପଣ୍ଡା, ଡି ବି କାର୍ତ୍ତିକ, ରଞ୍ଜନ ଏବଂକୁମାର ପହର। ସକାଳ ୧୦:୩୦ ମିନିଟ୍ ସମୟରେ ଆଶ୍ରମ ପରିସର ମଧ୍ୟରେ ଗୁରୁ ପ୍ରାର୍ଥନା, ଭକ୍ତି ସଙ୍ଗୀତ, ଦିବ୍ୟ ପ୍ରବଚନ ପ୍ରଦାନ କରିଥିଲେ। ଅନ୍ନପ୍ରସାଦ ଗ୍ରହଣ ପରେ ଗୁରୁ ମନ୍ତ୍ର ପ୍ରଦାନ କରାଯାଇଥିଲା।ଉକ୍ତ ସତ୍ ସଙ୍ଗରେ ୩୦୦୦ ଉର୍ଦ୍ଧ୍ବ ଭକ୍ତ ଏବଂ ଅନ୍ୟାନ୍ୟ ଭକ୍ତ ବୃନ୍ଦ ସମାଗମ ହୋଇ ଦିବ୍ୟ ଜ୍ଞାନ ଶ୍ରବଣ କରି ଦିବ୍ୟାନନ୍ଦ ଅନୁଭବ କରିଥିଲେ।ସମସ୍ତଙ୍କ ପାଇଁ ଦିବ୍ୟ ଅନ୍ନ ପ୍ରସାଦର ବ୍ୟବସ୍ଥା କରାଯାଇଥିଲା ରାୟଗଡ ରୁ ଅମୁଲ୍ୟ ନିଶାଙ୍କ ଙ୍କ ରିପୋର୍ଟ