ସରକାରୀ ବ୍ୟବସ୍ଥାର ନଗ୍ନ ଚିତ୍ର : ଜୀବିତ ବ୍ୟକ୍ତି ଆଧାର କାର୍ଡରେ ମୃତ

ସରକାରୀ ବ୍ୟବସ୍ଥାର ନଗ୍ନ ଚିତ୍ର : ଜୀବିତ ବ୍ୟକ୍ତି ଆଧାର କାର୍ଡରେ ମୃତ

ସରକାରୀ ବ୍ୟବସ୍ଥାର ନଗ୍ନ ଚିତ୍ର : ଜୀବିତ ବ୍ୟକ୍ତି ଆଧାର କାର୍ଡରେ ମୃତ

ଗଜପତି,୨୨.୭ (ମନୋଜ ପାଢ଼ୀ): ଗଜପତିରେ ସରକାରୀ ବ୍ୟବସ୍ଥାର ଏକ ନଗ୍ନ ଚିତ୍ର ସାମ୍ନାକୁ ଆସିଛି । ଜଣେ ଜୀବିତ ବ୍ୟକ୍ତିଙ୍କୁ ଆଧାର କାର୍ଡରେ ମୃତ ବୋଲି ଦର୍ଶା ଯାଇଛି । ଯଦ୍ୱାରା ସେ ସମସ୍ତ ସରକାରୀ ସୁବିଧାରୁ ବଞ୍ଚିତ ହୋଇଛନ୍ତି । ଏଭଳି ଗୁରୁତର ତ୍ରୁଟି ଯୋଗୁଁ ସମ୍ପୃକ୍ତ ବ୍ୟକ୍ତି ରାସନ ସମେତ ବିଭିନ୍ନ ସରକାରୀ ଜନକଲ୍ୟାଣ ଯୋଜନାରୁ ବଞ୍ଚିତ ହୋଇଛନ୍ତି ବାରମ୍ବାର ସରକାରୀ କାର୍ଯ୍ୟାଳୟର ଦ୍ବାରସ୍ଥ ହେବା ପରେ ମଧ୍ୟ ସମସ୍ୟାର ସମାଧାନ ନ ହେବାରୁ ଶେଷରେ ସେ ଗଜପତି ଜିଲ୍ଲାପାଳଙ୍କ ଜନଅଭିଯୋଗ ଶୁଣାଣିରେ ନ୍ୟାୟ ଭିକ୍ଷା କରିଛନ୍ତି । ଗଜପତି ଜିଲ୍ଲାର ଆର୍.ଉଦୟଗିରି ବ୍ଲକ ରଣାଲଇ ଗ୍ରାମର ଜିଖରିୟ ପାଳ ଆର. ଉଦୟଗିରି ଠାରେ ଅନୁଷ୍ଠିତ ହୋଇଥିବା ଜିଲ୍ଲାପାଳଙ୍କ ଜନଅଭିଯୋଗ ଶୁଣାଣିରେ ସେ ପହଞ୍ଚି ଆଧାର କାର୍ଡରେ ହୋଇଥିବା ତ୍ରୁଟିକୁ ସଂଶୋଧନ କରିବା ଏବଂ ବନ୍ଦ ହୋଇଥିବା ରାସନ ଓ ଅନ୍ୟାନ୍ୟ ସରକାରୀ ସୁବିଧା ତୁରନ୍ତ ପ୍ରଦାନ କରିବାକୁ ସେ ନିବେଦନ କରିଥିଲେ। ଘଟଣା ସମ୍ପର୍କରେ ଜିଲ୍ଲାପାଳ ଅକ୍ଷୟ ସୁନୀଲ ଅଗ୍ରୱାଲ ଜାଣିବା ପରେ ସମ୍ପୃକ୍ତ ବିଭାଗ ମାଧ୍ୟମରେ ତଦନ୍ତ କରାଯିବା ସହ ବିହିତ ପଦକ୍ଷେପ ଗ୍ରହଣ କରାଯିବ ବୋଲି ତାଙ୍କୁ ଜଣାଇଥିଲେ।