ଏଜିୱାଇ ଅନ୍ତିମ କିସ୍ତି ପାଇଁ ୫ ହଜାର ଲାଞ୍ଚ ନେଉଥିବାବେଳେ କୋରେଇ ପିଇଓ ଭିଜିଲାନ୍ସ ଜାଲରେ

ଏଜିୱାଇ ଅନ୍ତିମ କିସ୍ତି ପାଇଁ ୫ ହଜାର ଲାଞ୍ଚ ନେଉଥିବାବେଳେ କୋରେଇ ପିଇଓ ଭିଜିଲାନ୍ସ ଜାଲରେ

ଏଜିୱାଇ ଅନ୍ତିମ କିସ୍ତି ପାଇଁ ୫ ହଜାର ଲାଞ୍ଚ ନେଉଥିବାବେଳେ କୋରେଇ ପିଇଓ ଭିଜିଲାନ୍ସ ଜାଲରେ

ଭୁବନେଶ୍ୱର: ଯାଜପୁର ଜିଲ୍ଲା କୋରେଇ ବ୍ଲକ୍ କାଚରାସାହି ପଞ୍ଚାୟତର ପଞ୍ଚାୟତ ନିର୍ବାହୀ ଅଧିକାରୀ (ପିଇଓ) ପ୍ରଫୁଲ୍ଲ କୁମାର ନାଥ ଅନ୍ତ୍ୟୋଦୟ ଗୃହ ଯୋଜନା (ଏଜିୱାଇ)ର ଅନ୍ତିମ କିସ୍ତି ଓ ବୋନସ ଟଙ୍କା ଛାଡ଼ କରିବା ପାଇଁ ୫ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି।ଭିଜିଲାନ୍ସ ପକ୍ଷରୁ ଜାରି ପ୍ରେସ୍ ବିବୃତି ଅନୁସାରେ, ଜଣେ ଗୃହହୀନ ବିଧବା ହିତାଧିକାରୀ ନିୟମାନୁସାରେ ଘର ନିର୍ମାଣ କାମ ସମୟ ମଧ୍ୟରେ ସମାପ୍ତ କରିଥିଲେ। ଏହା ସତ୍ତ୍ୱେ ଅନ୍ତିମ କିସ୍ତି ଓ ବୋନସ ପାଇବା ପାଇଁ ସେ ବାରମ୍ବାର ପଞ୍ଚାୟତ କାର୍ଯ୍ୟାଳୟକୁ ଯାଇଥିଲେ। ଅଭିଯୋଗ ଅନୁଯାୟୀ, ପିଇଓ ପ୍ରଥମେ ୧୦ ହଜାର ଟଙ୍କା ଲାଞ୍ଚ ଦାବି କରିଥିଲେ। ପରେ ତାହାକୁ କମାଇ ୫ ହଜାର ଟଙ୍କା ନେବାକୁ ରାଜି ହୋଇଥିଲେ ଏବଂ ଟଙ୍କା ନଦେଲେ ଅନ୍ତିମ କିସ୍ତି ଓ ବୋନସ ବନ୍ଦ କରିଦେବେ ବୋଲି ଧମକ ଦେଇଥିବା ଅଭିଯୋଗ ହୋଇଛି।ଏହାପରେ ପୀଡ଼ିତା ଭିଜିଲାନ୍ସର ସହାୟତା ନେଇଥିଲେ। ଯୋଜନାବଦ୍ଧ ଫାନ୍ଦ ପତାଇ ଭିଜିଲାନ୍ସ ଅଧିକାରୀମାନେ ପିଇଓ ପ୍ରଫୁଲ୍ଲ କୁମାର ନାଥଙ୍କୁ ୫ ହଜାର ଟଙ୍କା ଲାଞ୍ଚ ନେଉଥିବା ସମୟରେ ରଙ୍ଗେହାତ ଧରିଥିଲେ। ଘଟଣା ପରେ ତାଙ୍କ ବିରୋଧରେ ଦୁର୍ନୀତି ନିବାରଣ ଆଇନ ଅନୁଯାୟୀ ମାମଲା ରୁଜୁ କରାଯାଇ ତଦନ୍ତ ଜାରି ରହିଛି।