୫୯ତମ ବିବାହ ବାର୍ଷିକୀରେ ନିଆରା ପଦକ୍ଷେପ : ୬୦୦ରୁ ଅଧିକ ଲୋକଙ୍କୁ ଅନ୍ନଦାନ

୫୯ତମ ବିବାହ ବାର୍ଷିକୀରେ ନିଆରା ପଦକ୍ଷେପ : ୬୦୦ରୁ ଅଧିକ ଲୋକଙ୍କୁ ଅନ୍ନଦାନ

୫୯ତମ ବିବାହ ବାର୍ଷିକୀରେ ନିଆରା ପଦକ୍ଷେପ : ୬୦୦ରୁ ଅଧିକ ଲୋକଙ୍କୁ ଅନ୍ନଦାନ

ବଲାଙ୍ଗୀର, ଜୁଲାଇ ୨୦୨୬:ଆଜିକାଲି ଅଧିକାଂଶ ଲୋକ ନିଜର ଜନ୍ମଦିନ କିମ୍ବା ବିବାହ ବାର୍ଷିକୀକୁ ଆଡ଼ମ୍ବରପୂର୍ଣ୍ଣ ଭାବେ ପାଳନ କରୁଥିବା ବେଳେ, ବଲାଙ୍ଗୀରର ବିଶିଷ୍ଟ ସମାଜସେବୀ ଦମ୍ପତି ଶ୍ରୀ ବଜରଙ୍ଗ ଲାଲ ଅଗ୍ରୱାଲ ଓ ଶ୍ରୀମତୀ ଲକ୍ଷ୍ମୀ ଦେବୀ ନିଜର ୫୯ତମ ବିବାହ ବାର୍ଷିକୀକୁ ସେବା ଓ ମାନବିକତାର ପର୍ବରେ ପରିଣତ କରି ଏକ ଉଦାହରଣ ସୃଷ୍ଟି କରିଛନ୍ତି।ସହଯୋଗ ଫାଉଣ୍ଡେସନର ଫୁଡ୍ ଫର୍ ଅଲ୍–ଅନ୍ନପୂର୍ଣ୍ଣା’ କାର୍ଯ୍ୟକ୍ରମ ଅଧୀନରେ ବଲାଙ୍ଗୀର ସରକାରୀ ହସ୍ପିଟାଲରେ ୬୦୦ରୁ ଅଧିକ ରୋଗୀ ଓ ସେମାନଙ୍କ ସମ୍ପର୍କୀୟଙ୍କୁ ରୁଟି, ତରକାରୀ ଓ ମିଠା ବଣ୍ଟନ କରାଯାଇଥିଲା। ଏହି ସେବା କାର୍ଯ୍ୟରେ ସହଯୋଗ ଫାଉଣ୍ଡେସନର ସ୍ୱେଚ୍ଛାସେବୀମାନେ ମଧ୍ୟ ସକ୍ରିୟ ସହଯୋଗ କରିଥିଲେ।ଏହି ଅବସରରେ ଶ୍ରୀ ବଜରଙ୍ଗ ଲାଲ ଅଗ୍ରୱାଲ କହିଥିଲେ, “ଅସହାୟ ଓ ଆବଶ୍ୟକତା ଥିବା ଲୋକଙ୍କୁ ଭୋଜନ କରାଇବାରୁ ଯେଉଁ ଆତ୍ମସନ୍ତୋଷ ଓ ଖୁସି ମିଳେ, ତାହା ଅନ୍ୟ କୌଣସି କାର୍ଯ୍ୟରେ ମିଳେ ନାହିଁ।”ସେ ସମାଜର ସମସ୍ତଙ୍କୁ ଆହ୍ୱାନ କରି କହିଥିଲେ ଯେ, ନିଜ ଜନ୍ମଦିନ, ବିବାହ ବାର୍ଷିକୀ, କୌଣସି ଖୁସିର ଦିନ କିମ୍ବା ପୂର୍ବଜମାନଙ୍କ ସ୍ମୃତିରେ ସହଯୋଗ ଫାଉଣ୍ଡେସନର ଫୁଡ୍ ଫର୍ ଅଲ୍–ଅନ୍ନପୂର୍ଣ୍ଣା’ କାର୍ଯ୍ୟକ୍ରମରେ ସାମିଲ ହୋଇ ଅସହାୟ ଲୋକଙ୍କ ସେବାରେ ସହଯୋଗ କରନ୍ତୁ।ସମାଜସେବୀ ଦମ୍ପତିଙ୍କ ଏହି ମହାନ ପଦକ୍ଷେପକୁ ସାଧାରଣ ଲୋକ ପ୍ରଶଂସା କରିଥିବା ବେଳେ, ଏହା ସମାଜ ପାଇଁ ସେବା, ସହାନୁଭୂତି ଓ ସାମାଜିକ ଦାୟିତ୍ୱବୋଧର ଏକ ପ୍ରେରଣାଦାୟକ ବାର୍ତ୍ତା ବୋଲି ମତ ପ୍ରକାଶ ପାଇଛି।