ଗଞ୍ଜାମ ଜିଲ୍ଲା ଅସୁରକ୍ଷିତ ଖଲ୍ଲିକୋଟ ଛାତ୍ରାବାସ
ଗଞ୍ଜାମ: ଖଲ୍ଲିକୋଟ:୦୯/୦୭ ଖଲ୍ଲିକୋଟ ରେ ଅବସ୍ଥିତ ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନ ।ଉକ୍ତ ଅନୁଷ୍ଠାନ ଟି ୧୯୯୪ ମସିହାରେ ସ୍ଥାପିତ ହୋଇଥିଲା ଏହାର ଚତୁଃପାର୍ଶ୍ଵରେ ବେଷ୍ଟିତ ସବୁଜ ବନାନୀ ତନ୍ମଧ୍ୟରେ ବିରାଜମାନ ରାଜପ୍ରାସାଦ। ଯାହାକି ୧୭ଏକର ଜମି ପରିମିତ ହେବ। ଏଠାରେ ଉଲ୍ଲେଖଯୋଗ୍ୟ ଯେ ପ୍ରଥମେ ଇ.ଟି, ତାପରେ ସି.ଟି ଏବେ ଡି.ଆଇ.ଇ.ଟି ଚାଲିଛି।ଏହା ହେଉଛି ମଣିଷ ତିଆରି କାରଖାନା । ଯୋଗ୍ୟତା ସମ୍ପନ୍ନ ମେଧାବୀ ଛାତ୍ରଛାତ୍ରୀଙ୍କ ତାଲିମ ପ୍ରଦାନ କରୁଛନ୍ତି ଡି.ଆଇ.ଇ.ଟି. । ସରକାର ଙ୍କ ଉଚ୍ଚକୋଟୀର ଚିନ୍ତା ଧାରା ଥିବା ବେଳେ ଏଠାକାର କତ୍ତୃପକ୍ଷ ଅନୁଷ୍ଠାନ ର ତଦାରଖ ଠିକ୍ କରୁନାହାନ୍ତି ବୋଲି ଜଣାପଡିଛି । ଖବର ନେବାରୁ ଜଣାପଡିଛି ଯେ, ହଷ୍ଟେଲ ର ରହୁଥିବା ଛାତ୍ରୀମାନଙ୍କୁ ମୌଳିକ ସୁବିଧାରୁ ବଞ୍ଚିତ, ଯାହା ଫଳରେ କି ସେମାନେ ଭୟରେ ସ୍ବର ଉତ୍ତୋଳନ କରିପାରୁ ନାହାଁନ୍ତି । ଛାତ୍ରାବାସରେ ପ୍ରାୟ ୪୦ଜଣ ଛାତ୍ର ରହୁଛନ୍ତି , ଯାହାକି ରାଜାଘର ପର୍ବ ଘର ବୋଲି ଏପର୍ଯ୍ୟନ୍ତ ନାମିତ ଅଛି।ଜନମୁଖରୁ ଜଣାଯାଏ। ଛାତ୍ରାବାସର ପରିବେଶ ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ ହୋଇପଡିଛି, ପରିସରରେ କୁଢ଼ କୁଢ଼ ଜମା ହୋଇଛି ଅଳିଆ ଆବର୍ଜ୍ଜନା, ଫାଟକର ପ୍ରବେଶ ଦ୍ଵାରମୁହଁ ରେ , ଛାତ୍ର ମାନେ ରହୁଥିବା କୋଠରୀ ରେ ଥିବା ଝରକା ପାଖକୁ ମାଟି ରହି ସମ୍ପୂର୍ଣ୍ଣ ଭୂମି ସମାନ୍ତରାଳ ହୋଇଥିବାରୁ ଝରକା ଖୋଲି ପାରୁନାହାନ୍ତି, ଯେହେତୁ ଭୁମିସହଝରକା କଵାଟ ସମାନ୍ତରାଳ ହୋଇଛି,ଖୋଲିଲେ ରାତିବିକାଳି ସରୀସୃପ ଜାତୀୟ ଜନନ୍ତୁ ପଶି ଦଂଶନ କରିପାରନ୍ତି। ତା ସାଙ୍ଗକୁ ପିଲାମାନଙ୍କ ପାଇଁ ରନ୍ଧାଯାଉଥିବା ଖାଦ୍ୟ ଆକାଶର ଖୋଲାଛାତ ତଳେ ଚାଲିଛି।ଡ଼ିଆଇ ଇଟି ରେ କଟାଯାଇଥିବା ବିଶାଳ ଆମ୍ବଗଛ ରକାଠ ଆଣି ରୋଷେଇ ଚାଲିଛି। ଆଉ ସେହି ଟଙ୍କା ଗ୍ୟାସ୍ ସିଲିଣ୍ଡର୍ ଆଣିବା ରେ ହିସାବରେ ପକାଉଛନ୍ତି ବୋଲି ବିଶେଷ ସୂତ୍ର ରୁ ପ୍ରକାଶ ପାଇଛି।
ଏଥିରେ ମୁଖ୍ୟ କାରପେଟ୍ଦାର ଜୈନିକ କିରାଣୀ ପ୍ରବେଶ ପଟ୍ଟନାୟକ,ସହଯୋଗ କରୁଛନ୍ତି ଅଧ୍ୟକ୍ଷ ଶ୍ରୀ ସନ୍ତୋଷ କୁମାର ପରିଡ଼ା ଅଧ୍ୟାପକ ବିଷ୍ଣୁ ନାରାୟଣ ଜେନା, ଖଲ୍ଲିକୋଟ ର ଖବର ଯୋଗାଉଛନ୍ତି ରାତ୍ରି ଜଗୁଆଳି ଜୟ ଶଙ୍କର ଗଉଡ଼ ବୋଲି କହିଲେ ଅତ୍ୟୁକ୍ତି ହେବ ନାହିଁ। ତେଣୁ ଏକ୍ଷେତ୍ରରେ ସରକାରଙ୍କ ପକ୍ଷରୁ ବିହିତ ପଦକ୍ଷେପ ନେବାକୁ ଜନସାଧାରଣ ନିବେଦନ କରିଛନ୍ତି। ଖଲ୍ଲିକୋଟ ରୁ ଗଣେଶ ପାଣିଗ୍ରାହୀ ରିପୋର୍ଟ
