ରାୟଗଡ଼ ( ସ୍ଵ ପ୍ର ) ରାୟଗଡ଼ ଜିଲ୍ଲା କାଶିପୁର ବ୍ଲକ ଡଙ୍ଗାସିଲ ପଞ୍ଚାୟତ ଅନ୍ତର୍ଗତ ବେଡ଼ାପଦର ଗ୍ରାମର ଜଣେ ନାବାଳକ ଦାଦନଙ୍କ ଆନ୍ଧ୍ରପ୍ରଦେଶର ବିଶାଖାପାଟଣା ଠାରେ ବିଦ୍ୟୁତ ଆଘାତରେ ମୃତ୍ୟୁ ଘଟିଛି। ମୃତକ ଜଣକ ହେଲେ କାଡୁ ମାଝୀଙ୍କ ୧୫ ବର୍ଷୀୟ ପୁତ୍ର କମଳ ଲୋଚନ ମାଝୀ । ଏପଟେ ପରିବାରଲୋକ ପୁଅର ମୃତଦେହ ଫେରିବାକ ବାଟକୁ ଅପେକ୍ଷା କରି ବସିଛନ୍ତି।
ସୂଚନା ଅନୁଯାୟୀ, ପ୍ରାୟ ଏକ ମାସ ତଳେ କମଳ ବିଶାଖାପାଟଣାକୁ ଦାଦନ ଶ୍ରମିକ ଭାବେ କାମ କରିବାକୁ ଯାଇଥିଲେ। ସେଠାରେ ଏକ ଘରୋଇ କୋଠା ନିର୍ମାଣ କାର୍ଯ୍ୟରେ ନିୟୋଜିତ ଥିଲେ। ତେବେ ଗତ ୪ ତାରିଖରେ ଗାଧୁଆ ଘରେ ବିଦ୍ୟୁତ ସର୍ଟସର୍କିଟ ଯୋଗୁଁ କମଳ ଲୋଚନଙ୍କ ପ୍ରାଣବାୟୁ ଉଡ଼ିଯାଇଥିଲା। ଏହି ଘଟଣାକୁ ୪ ଦିନ ବିତିଯାଇଥିଲେ ମଧ୍ୟ ମୃତ ନାବାଳକଙ୍କ ଶବ ଏ ପର୍ଯ୍ୟନ୍ତ ତାଙ୍କ ଗାଁ ବେଡ଼ାପଦର ଗ୍ରାମରେ ପହଞ୍ଚିନାହିଁ। ଯାହାକୁ ନେଇ ପରିବାର ଓ ସ୍ଥାନୀୟ ଅଞ୍ଚଳରେ ଶୋକାକୁଳ ପରିବେଶ ସହ ଉଦବେଗ ପ୍ରକାଶ ପାଇଛି। ମୃତଦେହକୁ ସୁରକ୍ଷିତ ଭାବେ ଗ୍ରାମକୁ ଫେରାଇ ଆଣିବା ପାଇଁ ଶ୍ରମ ବିଭାଗ ନିକଟରେ ଦାବି ହୋଇଛି।
ରାୟଗଡ ରୁ ଅମୁଲ୍ୟ ନିଶଙ୍କ ଙ୍କ ରିପୋର୍ଟ
