ଗଜପତି ଜିଲ୍ଲା ର ବିଭିନ୍ନ ବିଦ୍ୟାଳୟ ରେ ବୃକ୍ଷରୋପଣ କାର୍ଯ୍ୟକ୍ରମ।

ଗଜପତି ଜିଲ୍ଲା ର ବିଭିନ୍ନ ବିଦ୍ୟାଳୟ ରେ ବୃକ୍ଷରୋପଣ କାର୍ଯ୍ୟକ୍ରମ।

ଗଜପତି ଜିଲ୍ଲା ର ବିଭିନ୍ନ ବିଦ୍ୟାଳୟ ରେ ବୃକ୍ଷରୋପଣ କାର୍ଯ୍ୟକ୍ରମ।

ଗଜପତି,୭.୭(ମନୋଜ ପାଢ଼ୀ)-: ଭାରତୀୟ ରେଡକ୍ରସ ଓଡିଶା ରାଜ୍ୟ ଶାଖା ଓ ଗଜପତି ଜିଲ୍ଲା ଜୁନିଅର ରେଡକ୍ରସ ର ମିଳିତ ଆନୁକୂଲ୍ୟରେ ଜିଲ୍ଲାର ବିଭିନ୍ନ ବିଦ୍ୟାଳୟ ରେ ବନମହୋତ୍ସବ ସପ୍ତାହ ଉପଲକ୍ଷେ ଗଜପତି ଜିଲ୍ଲା ଜୁନିଅର ରେଡକ୍ରସ ଅଧିକାରୀ ତଥା ସରକାରୀ ଉଚ୍ଚ ବିଦ୍ୟାଳୟ ର ଶିକ୍ଷକ ଶ୍ରୀ ସଂଜୀବ କୁମାର ଦାସ ଙ୍କ ନେତୃତ୍ୱ ରେ ସରକାରୀ ପ୍ରାଥମିକ, ଉଚ୍ଚ ପ୍ରାଥମିକ ଓ ମାଧ୍ୟମିକ ବିଦ୍ୟାଳୟ ରେ ଚାରା ରୋପଣ କରାଯାଇଛି। ପିଜୁଳି ଗଛ, ବେଲ ଗଛ, ସୀତା ଫଳ, ଅର୍ଜୁନ ଗଛ, ପଳାଶ ଗଛ, ବାହାଡା ଗଛ ପ୍ରବୃତ୍ତି ବିଦ୍ୟାଳୟ ଗୁଡିକ ବୁଲି ବୁଲି ପ୍ରାୟ ଦୁଇ ଶହ ରୁ ଅଧିକ ଚାରା ରୋପଣ କରିଥିଲେ।ସୂଚନା ଥାଉ କି ଶ୍ରୀ ଦାସ ଜଣେ ସମାଜସେବୀ ଓ ଆଦର୍ଶ ଶିକ୍ଷକ ରୂପେ ମହାମହିମ ରାଜ୍ୟପାଳ ଓ ଶିକ୍ଷା କ୍ଷେତ୍ରରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଠାରୁ ପୁରସ୍କାର ପାଇସାରିଛନ୍ତି।ଗଜପତି ଜିଲ୍ଲା ରେ ବିଭିନ୍ନ ବିଦ୍ୟାଳୟ ଯଥା ବୁରୁପଦା, କମଳାପୁର, ଲବାର ସିଂ ଠାରୁ ଆରମ୍ବ କରି ପାଢ଼ୀଗାଁ ପର୍ଯ୍ୟନ୍ତ ବିଦ୍ୟାଳୟ ରେ ଚାରା ରୋପଣ କରିଛନ୍ତି।ଏହି କାର୍ଯ୍ୟ ପାଇଁ ତାଙ୍କୁ ଜିଲ୍ଲା ଶିକ୍ଷା ଅଧିକାରୀ ଡ଼. ମାୟାଧର ସାହୁ, ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଏସ, ଗିରିଧାରୀ , ଜିଲ୍ଲା ବିଜ୍ଞାନ ପରିଦର୍ଶକ ୱାଇ କ୍ରିଷ୍ଣା ରାଓ , ଜିଲ୍ଲା ଶାରୀରିକ ଶିକ୍ଷା ଅଧିକାରୀ ଶ୍ରୀ ସୁରେନ୍ଦ୍ର କୁମାର ପାତ୍ର ଓ ରାଜ୍ୟ ଜୁନିଅର ରେଡକ୍ରସ ଅଧିକାରୀ ଶ୍ରୀ ଲକ୍ଷ୍ମଣ ସ୍ବାଇଁ, ଏବଂ ବିଭିନ୍ନ ସାମାଜିକ ସଂଗଠନ, ବିଭିନ୍ନ ଶିକ୍ଷା ସଂଗଠନ, ବିଭିନ୍ନ ଗୋଷ୍ଠୀ ସଂଗଠନ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଗଜପତି ଜିଲ୍ଲା ର ଗର୍ବ ଓ ଗୌରବ ରୂପେ ଆଜି ବିଭିନ୍ନ ମହଲ ରେ ଶୁଭେଚ୍ଛା ର ସୁଅ ଛୁଟିବାରେ ଲାଗିଛି ।