ଗଞ୍ଜାମ ଜିଲ୍ଲା କେନ୍ଦୁବାଡିରେ ବିଜେପିର ବିଶାଳ ମିଶ୍ରଣ ପର୍ବ; ୪ ୱାର୍ଡମେମ୍ବରଙ୍କ ସହ ବିଜେଡି ଛାଡି଼ଲେ ପୂର୍ବତନ ସମିତି ସଭ୍ୟ

ଗଞ୍ଜାମ ଜିଲ୍ଲା କେନ୍ଦୁବାଡିରେ ବିଜେପିର ବିଶାଳ ମିଶ୍ରଣ ପର୍ବ; ୪ ୱାର୍ଡମେମ୍ବରଙ୍କ ସହ ବିଜେଡି ଛାଡି଼ଲେ ପୂର୍ବତନ ସମିତି ସଭ୍ୟ

ଗଞ୍ଜାମ ଜିଲ୍ଲା କେନ୍ଦୁବାଡିରେ ବିଜେପିର ବିଶାଳ ମିଶ୍ରଣ ପର୍ବ; ୪ ୱାର୍ଡମେମ୍ବରଙ୍କ ସହ ବିଜେଡି ଛାଡି଼ଲେ ପୂର୍ବତନ ସମିତି ସଭ୍ୟ ପୋଲସରା ୦୫/୦୭/୨୬ ପୋଲସରା ବ୍ଲକ କେନ୍ଦୁବାଡି ଗ୍ରାମର କଲ୍ୟାଣ ମଣ୍ଡପ ପରିସରରେ ବିଜେପି ପକ୍ଷରୁ ବିଶାଳ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି। ଏହି ମିଶ୍ରଣ ପର୍ବରେ ଯଶସ୍ୱୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଜୀଙ୍କ ନେତୃତ୍ୱ ଏବଂ ମାନ୍ଯବର ମୁଖ୍ଯମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କ ବିକାଶମୂଳକ ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇ ଆଜି କେନ୍ଦୁବାଡି ପୂର୍ବତନ ସରପଞ୍ଚ ମହାଦେବ ଗୌଡ଼ଙ୍କ ନେତୃତ୍ୱରେ ଗ୍ରାମର ପୂର୍ବତନ ସମିତି ସଭ୍ୟ ସହ ୪ ଜଣ ୱାର୍ଡମେମ୍ବର ବିଜେଡି ଛାଡି଼ ବିଜେପିରେ ଯୋଗ ଦେଇଛନ୍ତି। ମାନ୍ଯବର ମନ୍ତ୍ରୀ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ଏବଂ ଏମଏସଏମଇ ବିଭାଗ ଗୋକୁଳାନନ୍ଦ ମଲ୍ଲିକ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ। ମାନ୍ଯବର ମନ୍ତ୍ରୀ ବିଗତ ଦୁଇ ବର୍ଷରେ ଡବଲ ଇଂଜିନ ସରକାରଙ୍କ ଡବଲ ବିକାଶ କଥା ଉଲ୍ଲେଖ କରିବା ସହ ନିର୍ବାଚନମଣ୍ଡଳୀରେ ହୋଇଥିବ ଉନ୍ନତିମୂଳକ କାର୍ଯ୍ଯ ଉପରେ ଆଲୋକପାତ କରିଥିଲେ। ମନ୍ତ୍ରୀ ଶ୍ରୀ ମଲ୍ଲିକ ବିଜେଡି ଛାଡି଼ ବିଜେପିରେ ସାମିଲ ହୋଇଥିବା ବ୍ୟକ୍ତି ବିଶେଷଙ୍କୁ ଦଳୀୟ ଉତ୍ତରୀୟ ମଣ୍ଡିତ କରାଇ ବିଜେପିକୁ ସ୍ୱାଗତ କରିଥିଲେ। ଏହି ମିଶ୍ରଣ ପର୍ବରେ ପୂର୍ବତନ ସମିତି ସଭ୍ୟ କିରଣ ନାୟକ ଓ୍ବାର୍ଡ ମେମ୍ବର ଭଗବତୀ ନାହାକ,ଲୁଲୁ ଗୌଡ଼, ତ୍ରିପୁରା ସ୍ବାଇଁ ଓ କୁନା ଗୌଡ ହୋଇଥିବା ବେଳେ ରାଜେନ୍ଦ୍ର ପ୍ରଧାନ ବିଦେଶୀ ଗୌଡ଼,ବାୟା ଗୌଡ଼, ଶଙ୍କର୍ଷଣ ସ୍ବାଇଁ, କୃଷ୍ଣ ଚନ୍ଦ୍ର ସ୍ବାଇଁ, ସରତ ଚନ୍ଦ୍ର ନାହାକ,ଭରତ ପ୍ରଧାନ ପ୍ରଫୁଲ୍ଲ ଚନ୍ଦ୍ର ପ୍ରଧାନ ସମେତ ଶତାଧିକ ପରିବାର ବିଜେଡି ପରିତ୍ୟାଗ କରି ବିଜେପିରେ ସାମିଲ ହୋଇଥିଲେ। ଏହି ଅବସରରେ ପଞ୍ଚାୟତର ସର୍ବାଙ୍ଗୀନ ବିକାଶ ପାଇଁ ବିଜେପିରେ ସାମିଲ ହେଲୁ ବୋଲି ପ୍ରକାଶ କରିଥିଲେ। ଆଜିର ଏହି ମିଶ୍ରଣ ପର୍ବରେ ଯୁବ ନେତା ପ୍ରଭାକର ପଣ୍ଡା ଓ ଦୀପକ ପ୍ରଧାନ, ରଘୁନାଥ ପଣ୍ଡା, କାର୍ତ୍ତିକ ଜେନା ସମେତ ବିଜେପିର ବହୁ କାର୍ଯ୍ଯକର୍ତ୍ତା ଯୋଗ ଦେଇଥିଲେ। ଗଣେଶ ପାଣିଗ୍ରାହୀ ରିପୋର୍ଟ