ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ୯୮ ତମ ବାର୍ଷିକ ଶ୍ରାଦ୍ଧ ଅବସରରେ କୁଇଜ୍ ଓ ଚିତ୍ରାଙ୍କନ ପ୍ରତିଯୋଗିତା

ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ୯୮ ତମ ବାର୍ଷିକ ଶ୍ରାଦ୍ଧ ଅବସରରେ କୁଇଜ୍ ଓ ଚିତ୍ରାଙ୍କନ ପ୍ରତିଯୋଗିତା

ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ୯୮ ତମ ବାର୍ଷିକ ଶ୍ରାଦ୍ଧ ଅବସରରେ କୁଇଜ୍ ଓ ଚିତ୍ରାଙ୍କନ ପ୍ରତିଯୋଗିତା

ରାୟଗଡ ( info media) ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ୯୮ତମ ବାର୍ଷିକ ଶ୍ରାଦ୍ଧ ଅବସରରେ ଚନ୍ଦ୍ରପୁର ସମାଜ ପତ୍ରିକା ପକ୍ଷରୁ ପିଏମ ଶ୍ରୀ ସରକାରୀ SSD ଉଚ୍ଚ ବିଦ୍ୟାଳୟ ପରିସରରେ କୁଇଜ୍ ଓ ଚିତ୍ରାଙ୍କନ ପ୍ରତିଯୋଗିତାର ଆୟୋଜନ କରାଯାଇଥିଲା।ଏହି ପ୍ରତିଯୋଗିତାରେ ଚତୁର୍ଥରୁ ସପ୍ତମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀମାନେ ଚିତ୍ରାଙ୍କନ ପ୍ରତିଯୋଗିତାରେ ଏବଂ ଅଷ୍ଟମରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀମାନେ କୁଇଜ୍ ପ୍ରତିଯୋଗିତାରେ ଭାଗ ନେଇଥିଲେ। ଚନ୍ଦ୍ରପୁର ଅଞ୍ଚଳର ବିଭିନ୍ନ ବିଦ୍ୟାଳୟରୁ ବହୁ ସଂଖ୍ୟକ ଛାତ୍ରଛାତ୍ରୀ ଉତ୍ସାହର ସହ ଅଂଶଗ୍ରହଣ କରିଥିଲେ।ପ୍ରତିଯୋଗିତା ଶେଷରେ ଚିତ୍ରାଙ୍କନ ବିଭାଗରେ ପ୍ରଥମ ସଂଗ୍ରାମ ଶବର,ଦ୍ୱିତୀୟ ଲିଷ୍ପା ପ୍ରଟିଙ୍ଗା ଓ ତୃତୀୟ ଅନିତା ଖୁରା ସ୍ଥାନ ଅଧିକାର କରିଥିବା ସହ କୁଇଜ୍ ପ୍ରତିଯୋଗିତାରେ ପ୍ରଥମ ବିଭୂତି ଭୂଷଣ ପାତ୍ର, ଦ୍ୱିତୀୟ ଡାଇକନ ଉଠାଣସିଂ ତୃତୀୟ ସ୍ଥାନ ପ୍ରତିଭା ରାଣୀ ହାସଲ୍ କରିଥିବା ପ୍ରତିଭା ଧାରି ଛାତ୍ରଛାତ୍ରୀଙ୍କୁ ଅତିଥିମାନଙ୍କ ଦ୍ୱାରା ପୁରସ୍କୃତ କରାଯାଇଥିଲା।ଏହି କାର୍ଯ୍ୟକ୍ରମରେ ଚନ୍ଦ୍ରପୁର ବ୍ଲକ ସହକାରୀ ଶିକ୍ଷାଵିଭାଗ ଅତିରିକ୍ତ ଗୋଷ୍ଠି ଶିକ୍ଷାଧିକାରୀ ଉମାକାନ୍ତ ମିଶାଲ,ପିଏମ୍ ଶ୍ରୀ ସରକାରୀ SSD ଉଚ୍ଚ ବିଦ୍ୟାଳୟ ଶିକ୍ଷକ କୁନା କୁମାର ମାଝି , ଶିକ୍ଷକ ଡ ପ୍ରଦିପ କୁମାର ଚୌଧୁରୀ, ଓଡ଼ିଶା ଆଦର୍ଶ ବିଦ୍ୟାଳୟ ଶିକ୍ଷକ ଶତ୍ରୁଘନ ସାହୁ, ଶିକ୍ଷୟତ୍ରୀ ଯମୁନା ଲେଙ୍କା, ନୋଡାଲ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଶିକ୍ଷକ ଆଶିଷ ଶ୍ରlମ୍ବୁଟିକା ପ୍ରମୁଖ ଅତିଥି ଭାବେ ଯୋଗଦେଇ ଛାତ୍ରଛାତ୍ରୀଙ୍କୁ ଉତ୍ସାହିତ କରିଥିଲେ।ସମଗ୍ର କାର୍ଯ୍ୟକ୍ରମକୁ ଚନ୍ଦ୍ରପୁର ସମାଜ ପତ୍ରକାର ପ୍ରତିନିଧି କୈଳାସ ମାଳବିଶୋଇ ସୁଚାରୁ ଭାବେ ପରିଚାଳନା କରିଥିଲେ। ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ଆଦର୍ଶକୁ ନୂତନ ପିଢ଼ି ମଧ୍ୟରେ ପହଞ୍ଚାଇବା ସହିତ ଛାତ୍ରଛାତ୍ରୀଙ୍କ ବୌଦ୍ଧିକ ଓ ସୃଜନଶୀଳ ପ୍ରତିଭାର ବିକାଶ କରିବା ଏହି କାର୍ଯ୍ୟକ୍ରମର ମୂଳ ଉଦ୍ଦେଶ୍ୟ ବୋଲି ଆୟୋଜକମାନେ ପ୍ରକାଶ କରିଥିଲେ।ରାୟଗଡ ରୁ ଅମୁଲ୍ୟ ନିଶଙ୍କ ଙ୍କ ରିପୋର୍ଟ