ସ୍ୱତନ୍ତ୍ର ସଘନ ସଂଶୋଧନ:ଖସଡ଼ା ନିର୍ବାଚନ ତାଲିକା ପ୍ରକାଶନ।

ସ୍ୱତନ୍ତ୍ର ସଘନ ସଂଶୋଧନ:ଖସଡ଼ା ନିର୍ବାଚନ ତାଲିକା ପ୍ରକାଶନ।

ସ୍ୱତନ୍ତ୍ର ସଘନ ସଂଶୋଧନ:ଖସଡ଼ା ନିର୍ବାଚନ ତାଲିକା ପ୍ରକାଶନ।

ଗଜପତି,୫।୭(ମନୋଜ ପାଢ଼ୀ): ପାରଳାଖେମୁଣ୍ଡି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ସ୍ୱତନ୍ତ୍ର ସଘନ ସଂଶୋଧନ ଅନ୍ତର୍ଭୁକ୍ତ ଖସଡ଼ା ନିର୍ବାଚନ ତାଲିକା ପ୍ରକାଶନ ହୋଇଯାଇଛି। ଜିଲ୍ଲା ମୁଖ୍ୟ ନିର୍ବାଚନ ଅଧିକାରୀ, ଜିଲ୍ଲାପାଳ ଶ୍ରୀ ଅକ୍ଷୟ ସୁନୀଲ ଅଗ୍ରୱାଲ ଉକ୍ତ ତାଲିକା ଜିଲ୍ଲାର ବିଭିନ୍ନ ରାଜନୈତିକ ଦଳର ପ୍ରତିନିଧିଙ୍କୁ ଦେଇଥିଲେ ।ନିର୍ବାଚନ ମଣ୍ଡଳୀର ମୋଟ ୪,୬୩,୬୧୭ ପ୍ରାକ୍-ଚିଠା (ପ୍ରି-ଡ୍ରାଫ୍ଟ) ରେକର୍ଡ ମଧ୍ୟରୁ ୪,୩୨,୦୯୭ଟି ଫର୍ମ (୯୩.୧୪ ପ୍ରତିଶତ) ସଫଳତାର ସହ ଡିଜିଟାଇଜ୍ କରାଯାଇ ମୁଖ୍ୟ ଡାଟାବେସ୍‌ରେ ସାମିଲ କରାଯାଇଛି। ଅବଶିଷ୍ଟ ୬.୮୬ ପ୍ରତିଶତ ଅର୍ଥାତ୍ ୩୧,୫୨୦ଟି ଫର୍ମକୁ ସଂଗ୍ରହ ଅଯୋଗ୍ୟ ଭାବେ ଚିହ୍ନଟ କରାଯାଇଛି। ଭୋଟରମାନେ ଅନୁପସ୍ଥିତ ଥିବା, ମୃତ୍ୟୁବରଣ କରିଥିବା, ସ୍ଥାୟୀ ଭାବେ ଅନ୍ୟତ୍ର ଚାଲିଯାଇଥିବା କିମ୍ବା ନାମ ଦୋହରାଇଥିବା ହେତୁ ଏହି ରେକର୍ଡଗୁଡ଼ିକୁ ବାଦ୍ ଦିଆଯାଇଛି। ଏହା ସହିତ ସମସ୍ତ ପ୍ରାକ୍-ଚିଠା ରେକର୍ଡର ପ୍ରକ୍ରିୟାକରଣ କାର୍ଯ୍ୟ ଶତପ୍ରତିଶତ ଶେଷ ହୋଇଛି ଏବଂ କୌଣସି କାର୍ଯ୍ୟ ବାକି ରହିନାହିଁ। ଏହି ସମ୍ବନ୍ଧୀୟ କୌଣସି ସନ୍ଦେହ ବା ଅଭିଯୋଗ ଥିଲେ ୦୫ ଜୁଲାଇ ଠାରୁ ୦୪ ଅଗଷ୍ଟ ପର୍ଯ୍ୟନ୍ତ ନିଜ ଅଞ୍ଚଳର ବୁଥ୍ ସ୍ତରୀୟ ଅଧିକାରୀ (BLO) ଙ୍କ ନିକଟରେ ଦାବି ଓ ଆପତ୍ତି ପାଇଁ ଫର୍ମ ଦାଖଲ କରାଯାଇପାରିବ।ଉକ୍ତ କାର୍ଯୟକ୍ରମରେ ଜିଲ୍ଲାପାଳ ଶ୍ରୀ ଅକ୍ଷୟ ସୁନୀଲ ଅଗ୍ରୱାଲ, ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ଶ୍ରୀ ମୁନିନ୍ଦ୍ର ହୋନ୍ନାଗା,ଉପଜିଲ୍ଲାପାଳ ଶ୍ରୀ ଅନୁପ ପଣ୍ଡା ସମେତ ଜିଲ୍ଲା ନିର୍ବାଚନ କର୍ମଚାରୀ, ବିଭିନ୍ନ ରାଜନୈତିକ ଦଳର ପ୍ରତିନିଧି ଓ ଗଣମାଧ୍ୟମ ପ୍ରିନିଧିଗଣ ଅଂଶଗ୍ରହଣ କରିଥିଲେ ।