ସ୍ୱର୍ଗତ ରାମଚନ୍ଦ୍ର ଉଲ୍ଲାକାଙ୍କ ୯୨ତମ ଜନ୍ମ ବାର୍ଷିକୀଉତ୍ସବ ପାଳିତ

ସ୍ୱର୍ଗତ ରାମଚନ୍ଦ୍ର ଉଲ୍ଲାକାଙ୍କ ୯୨ତମ ଜନ୍ମ ବାର୍ଷିକୀଉତ୍ସବ ପାଳିତ

ସ୍ୱର୍ଗତ ରାମଚନ୍ଦ୍ର ଉଲ୍ଲାକାଙ୍କ ୯୨ତମ ଜନ୍ମ ବାର୍ଷିକୀଉତ୍ସବ ପାଳିତ

ରାୟଗଡ (Info media) ରାୟଗଡ ଜ଼ିଲ୍ଲା କଂଗ୍ରେସ ସଭାପତି ତଥା ରାୟଗଡ ବିଧାୟକ ଆପାଳସ୍ୱାମୀ କାଡ୍ରକା ନେତୃତ୍ୱ ରେ ଆଜି ସ୍ବର୍ଗତ ରାମଚନ୍ଦ୍ର ଉଲାକା ଙ୍କ ୯୨ ତମ ଜନ୍ମଜୟନ୍ତୀ ପାଳିତ ହୋଇଯାଇଛି l ଅବିଭକ୍ତ କୋରାପୁଟ ଜିଲ୍ଲାର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିବା ବିଶିଷ୍ଟ ଜନନେତା, ସ୍ୱର୍ଗତ ରାମଚନ୍ଦ୍ର ଉଲ୍ଲାକାଙ୍କ ୯୨ତମ ଜନ୍ମ ବାର୍ଷିକୀ ଅବସରରେ ତାଙ୍କ ପବିତ୍ର ସ୍ମୃତି ପ୍ରତି ବିନମ୍ର ଶ୍ରଦ୍ଧାଞ୍ଜଳି। ସ୍ୱର୍ଗତ ଉଲ୍ଲାକା ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗର ମନ୍ତ୍ରୀ ଭାବେ ଦକ୍ଷତାର ସହ କାର୍ଯ୍ୟ କରିଥିଲେ। ବିଶେଷକରି ସେ ସର୍ବାଧିକ ସମୟ ଧରି ଆଦିବାସୀ ଓ ଅନୁସୂଚିତ ଜାତି ବିକାଶ ବିଭାଗର ମନ୍ତ୍ରୀ ରହି, ଅବିଭକ୍ତ କୋରାପୁଟ ଜିଲ୍ଲା ସମେତ ଓଡ଼ିଶାର ବିଭିନ୍ନ ଆଦିବାସୀ ଅଞ୍ଚଳର ସାମଗ୍ରିକ ବିକାଶ ପାଇଁ ଅବିସ୍ମରଣୀୟ ଅବଦାନ ରଖିଥିଲେ ବୋଲି ବିଧାୟକ କାଡ୍ରକା କହିଛନ୍ତି l ଶିକ୍ଷାର ପ୍ରସାର ଓ ଆଦିବାସୀ ସମାଜର ଉନ୍ନତିକୁ ସେ ସର୍ବାଧିକ ପ୍ରାଥମିକତା ଦେଇଥିଲେ। ତାଙ୍କର ଦୃଢ଼ ବିଶ୍ୱାସ ଥିଲା ଯେ, ଶିକ୍ଷା ବିନା କୌଣସି ସମାଜର ପ୍ରକୃତ ବିକାଶ ସମ୍ଭବ ନୁହେଁ। ସେହି ଆଦର୍ଶ ଆଜି ମଧ୍ୟ ଆମ ସମସ୍ତଙ୍କ ପାଇଁ ପ୍ରେରଣାର ଉତ୍ସ। ତେଣୁ ଶିକ୍ଷାର ବିକାଶ ପାଇଁ ଯେଉଁମାନେ ନିଷ୍ଠାର ସହ କାର୍ଯ୍ୟ କରୁଛନ୍ତି, ସେମାନଙ୍କୁ ସର୍ବଦା ସମ୍ମାନ ଓ ଉଚ୍ଚ ସ୍ଥାନ ପ୍ରଦାନ କରିବା ଆମ ସମସ୍ତଙ୍କ କର୍ତ୍ତବ୍ୟ। ଜୀବନର ଶେଷ ମୁହୂର୍ତ୍ତ ପର୍ଯ୍ୟନ୍ତ ସେ ଜନସେବା ପ୍ରତି ସମର୍ପିତ ରହିଥିଲେ। ବାର୍ଦ୍ଧକ୍ୟରେ ମଧ୍ୟ ସେ ଲୋକଙ୍କ ସେବାରୁ କେବେ ବିମୁଖ ହୋଇନଥିଲେ। ତାଙ୍କର ତ୍ୟାଗ, ନିଷ୍ଠା ଓ ସେବାଭାବ ଚିରଦିନ ସ୍ମରଣୀୟ ହୋଇ ରହିବ ବୋଲି କହିଥିଲେ l ଆଜି ଏହି ପବିତ୍ର ଅବସରରେ ରାୟଗଡ଼ା ପୌରପରିଷଦ ରାମଚନ୍ଦ୍ର ପାର୍କ ଠାରେ କଂଗ୍ରେସର ରାଜ୍ୟ ସାଧାରଣ ସମ୍ପାଦକ ଶ୍ରୀ ଦୁର୍ଗା ପ୍ରସାଦ ପଣ୍ଡା, ବରିଷ୍ଠ ନେତା ଶ୍ରୀ ଶଙ୍କର୍ଷଣ ମଙ୍ଗରାଜ, ଅନ୍ୟାନ୍ୟ ଯୁବ ନେତା ଓ ନେତ୍ରୀମାନଙ୍କ ସହ ଶତାଧିକ କଂଗ୍ରେସ ପ୍ରେମୀ ମଧ୍ୟ ସ୍ୱର୍ଗତ ରାମଚନ୍ଦ୍ର ଉଲ୍ଲାକାଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରି ତାଙ୍କ ପବିତ୍ର ସ୍ମୃତି ପ୍ରତି ଗଭୀର ଶ୍ରଦ୍ଧାଞ୍ଜଳି ଜଣାଇବା ସହ ତାଙ୍କର ଆଦର୍ଶରେ ପ୍ରେରିତ ହୋଇ ଜନସେବାର ପଥରେ ଆଗେଇ ଚାଲିବା ପାଇଁ ଆଶୀର୍ବାଦ କାମନା କରିଥିଲେ lରାୟଗଡ ରୁ ଅମୁଲ୍ୟ ନିଶଙ୍କ ଙ୍କ ରିପୋର୍ଟ