ଦୁର୍ଗମ ଅଞ୍ଚଳରେ ବିନା ପେନଶନରେ ଅବସର ଗ୍ରହଣ କଲେ ଅଙ୍ଗନୱାଡି କର୍ମୀ

ଦୁର୍ଗମ ଅଞ୍ଚଳରେ ବିନା ପେନଶନରେ ଅବସର ଗ୍ରହଣ କଲେ ଅଙ୍ଗନୱାଡି କର୍ମୀ

*ଦୁର୍ଗମ ଅଞ୍ଚଳରେ ବିନା ପେନଶନରେ ଅବସର ଗ୍ରହଣ କଲେ ଅଙ୍ଗନୱାଡି କର୍ମୀ*

ଗଜପତି 30/06/2026(ମନୋଜ ପାଢ଼ୀ)-:ଦୀର୍ଘ ପ୍ରାୟ ୩୫ ବର୍ଷ ଧରି ଦୁର୍ଗମ ଆଦିବାସୀ ଅଞ୍ଚଳରେ ନିଷ୍ଠାର ସହ ସେବା ପ୍ରଦାନ କରିବା ପରେ ଅଙ୍ଗନୱାଡି କର୍ମୀ ଶ୍ରୀମତୀ ରମା ନାୟକ ଅବସର ଗ୍ରହଣ କରିଛନ୍ତି। ତେବେ ଜୀବନର ସମସ୍ତ ସମୟ ଶିଶୁ ଓ ମହିଳାଙ୍କ ସେବାରେ ଉତ୍ସର୍ଗ କରିଥିଲେ ମଧ୍ୟ ଅବସର ପରେ ପେନସନ ସୁବିଧା ନ ପାଇବା ଘଟଣା ସମସ୍ତଙ୍କୁ ବେଶ୍ ମର୍ମାହତ କରିଛି।ରା -ଉଦୟଗିରି ବ୍ଲକ ଶିଆଳିଲଟି ସେକ୍ଟର କୁଆଁପଡ଼ା ଅଙ୍ଗନୱାଡି କେନ୍ଦ୍ରରେ କାର୍ଯ୍ୟରତ ଥିବା ଶ୍ରୀମତୀ ରମା ନାୟକ ୩୦ ଜୁନ ୨୦୨୬ ତାରିଖରେ ସରକାରୀ ନିୟମ ଅନୁଯାୟୀ ଅବସର ଗ୍ରହଣ କରିଛନ୍ତି। ଏହି ଅବସରରେ କେନ୍ଦ୍ର ପରିସରରେ ଏକ ବିଦାୟ ସମ୍ବର୍ଦ୍ଧନା ସଭାର ଆୟୋଜନ କରାଯାଇଥିଲା। ସଭାରେ ସହକର୍ମୀ, ସ୍ଥାନୀୟ ଜନପ୍ରତିନିଧି, ଗ୍ରାମବାସୀ ଏବଂ ବହୁ ସଂଖ୍ୟକ ମହିଳା ଉପସ୍ଥିତ ରହି ତାଙ୍କ ଦୀର୍ଘଦିନର ସେବାକୁ ଭୂୟସୀ ପ୍ରଶଂସା କରିଥିଲେ। ବକ୍ତାମାନେ କହିଥିଲେ ଯେ, ଦୁର୍ଗମ ଅଞ୍ଚଳରେ ଅତ୍ୟନ୍ତ ସ୍ୱଳ୍ପ ସମ୍ମାନୀରେ କାମ କରି ଅଙ୍ଗନୱାଡି କର୍ମୀମାନେ ମାତୃ ଓ ଶିଶୁ ସ୍ୱାସ୍ଥ୍ୟ, ପୁଷ୍ଟିକର ଖାଦ୍ୟ ବଣ୍ଟନ, ଟିକାକରଣ, ପ୍ରାକ୍-ପ୍ରାଥମିକ ଶିକ୍ଷା ସହ ବିଭିନ୍ନ ସରକାରୀ ଯୋଜନାର ସଫଳ ରୂପାୟଣରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିଭାଇ ଆସୁଛନ୍ତି। ତଥାପି ଅବସର ପରେ ସେମାନଙ୍କ ପାଇଁ ନିୟମିତ ପେନଶନ ବ୍ୟବସ୍ଥା ନ ଥିବା ଦୁଃଖଦ ବିଷୟ ବୋଲି ମତ ପ୍ରକାଶ ପାଇଥିଲା। ଉପସ୍ଥିତ ଅଙ୍ଗନୱାଡି କର୍ମୀ ଓ ସହାୟିକାମାନେ ସରକାରଙ୍କ ନିକଟରେ ଦାବି କରିଥିଲେ ଯେ, ଦୀର୍ଘ ବର୍ଷ ଧରି ସେବା ପ୍ରଦାନ କରୁଥିବା ଅଙ୍ଗନୱାଡି କର୍ମୀମାନଙ୍କ ପାଇଁ ସମ୍ମାନଜନକ ପେନଶନ ବ୍ୟବସ୍ଥା କରାଯାଉ, ଯାହାଦ୍ୱାରା ଅବସର ପରେ ସେମାନେ ଆର୍ଥିକ ଅନିଶ୍ଚିତତାର ସମ୍ମୁଖୀନ ନ ହେବେ। ଶେଷରେ ଶ୍ରୀମତୀ ରମା ନାୟକ ତାଙ୍କ କାର୍ଯ୍ୟକାଳରେ ସହଯୋଗ କରିଥିବା ସମସ୍ତ ଅଧିକାରୀ, ସହକର୍ମୀ ଓ ଗ୍ରାମବାସୀଙ୍କୁ କୃତଜ୍ଞତା ଜଣାଇ ଭାବବିହ୍ୱଳ ହୋଇଥିଲେ। ତାଙ୍କ ସୁସ୍ଥ ଓ ଦୀର୍ଘାୟୁ ଜୀବନ କାମନା କରି ସଭାର ସମାପ୍ତି ଘୋଷଣା କରାଯାଇଥିଲା।