ସଂକୁଳ ସ୍ତରୀୟ ସଙ୍ଗୀତ କାର୍ଯ୍ୟଶାଳା ଅନୁଷ୍ଠିତ ହୋଇଯାଇଛି।
ବରଗଡ(ଭବାନୀ ଶଙ୍କର ପାଢ଼ୀ) ବରଗଡ ଜିଲ୍ଲା ସରସ୍ବତୀ ଶିଶୁ ମନ୍ଦିର ଖୁଣ୍ଟୁଲିପାଲି ଠାରେ ଭେଡେନ ସଂକୁଳ ଅନ୍ତର୍ଗତ ସମସ୍ତ ବିଦ୍ୟାଳୟର ସଙ୍ଗୀତ ପ୍ରମୁଖ ଗୁରୁଜୀ ଗୁରୁମା ମାନଙ୍କୁ ନେଇ ସଂକୁଳ ପ୍ରମୁଖ ଡା.ବିବେକାନନ୍ଦ ପଣ୍ଡାଙ୍କ ଅଧ୍ୟକ୍ଷତାରେ ତଥା ସଂକୁଳ ପ୍ରମୁଖ ଶ୍ରୀଯୁକ୍ତ ଅଶ୍ବିନୀ କୁମାର ବାରିକଙ୍କ ତତ୍ତ୍ଵାବଧାନରେ ଅନୁଷ୍ଠିତ ସଂକୁଳ ସଙ୍ଗୀତ କାର୍ଯ୍ୟଶାଳାରେ ମୁଖ୍ୟ ଅତିଥି ଭାବରେ ଗୋଡ଼ଭଗା ସଙ୍ଗୀତ ବିଦ୍ୟାଳୟ ନାନବ୍ରହ୍ମର ସଙ୍ଗୀତ ଶିକ୍ଷକ ଶ୍ରୀଯୁକ୍ତ ଲୋକେଶ୍ବର ନାଏକ (ଲୋଟସ୍) ଯୋଗଦାନ କରି ସଙ୍ଗୀତ ଉପରେ କଥା ରଖିଥିଲେ।ଭେଡେନ ସଂକୁଳର ସଙ୍ଗୀତ ଶିକ୍ଷକ ମୁନୁ ବଢ଼େଇ ତଥା ସହ ସଙ୍ଗୀତ ଶିକ୍ଷକ ସଞ୍ଜୀବ କୁମାର ରଥଙ୍କ ପ୍ରତ୍ୟକ୍ଷ ଉପସ୍ଥିତିରେ ସଙ୍ଗୀତ ବିଷୟର ବିଷଦ ଆଲୋଚନା କରାଯାଇଥିଲା।ଉକ୍ତ କାର୍ଯ୍ୟକ୍ରମରେ ସ୍ଥାନୀୟ ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ୟ ଶ୍ରୀଯୁକ୍ତ ଭୋଜରାଜ ଦୁଆନ୍ ଅତିଥି ଅଧିକାରୀଙ୍କର ପରିଚୟ ପ୍ରଦାନ କରିଥିବା ବେଳେ ସାନ୍ତ୍ବନା ପୁରୋହିତ ଧନ୍ୟବାଦ ଅର୍ପଣ କରିଥିଲେ। ବିଦ୍ୟାଳୟର ସଭାପତି ଶ୍ରୀଯୁକ୍ତ ସୁରେନ୍ଦ୍ର କୁମାର ଦାଶ,ସଂପାଦକ ଶ୍ରୀଯୁକ୍ତ ମଦନମୋହନ ଦାଶ ମଞ୍ଚାସୀନ ଥିବାବେଳେ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ବରମକେଲାର ପ୍ରଧାନ ଆଚାର୍ଯ୍ୟ ଶ୍ରୀଯୁକ୍ତ ନରେନ୍ଦ୍ର ରଣା ଓ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ରେମଣ୍ଡାର ପ୍ରଧାନ ଆଚାର୍ଯ୍ୟ ଶ୍ରୀଯୁକ୍ତ ଶିବାନନ୍ଦ ଦାଶ ଉପସ୍ଥିତ ଥିଲେ।କାର୍ଯ୍ୟକ୍ରମକୁ ବିଦ୍ୟାଳୟର ଗୁରୁଜୀ,ଗୁରୁମା ଓ ସେବିକା ମାନେ ସାହାଯ୍ୟ ଓ ସହଯୋଗ କରିଥିଲେ।
