ଗଞ୍ଜାମ ଜିଲ୍ଲା ବିଦ୍ୟୁତ ସଂଯୋଗ ହୋଇନାହି , ତଥାପ ୬ବର୍ଷ ପରେ ୫ହଜାର ଟଙ୍କାର ବିଦ୍ୟୁତ୍ ବିଲ୍ ଆସିଛି |

ଗଞ୍ଜାମ ଜିଲ୍ଲା ବିଦ୍ୟୁତ ସଂଯୋଗ ହୋଇନାହି , ତଥାପ ୬ବର୍ଷ ପରେ ୫ହଜାର ଟଙ୍କାର ବିଦ୍ୟୁତ୍ ବିଲ୍ ଆସିଛି |

ଗଞ୍ଜାମ ଜିଲ୍ଲା ବିଦ୍ୟୁତ ସଂଯୋଗ ହୋଇନାହି , ତଥାପ ୬ବର୍ଷ ପରେ ୫ହଜାର ଟଙ୍କାର ବିଦ୍ୟୁତ୍ ବିଲ୍ ଆସିଛି |

ବଣାଇଁ ୨୯/୦୬/୨୬ ଉପଭୋକ୍ତାଙ୍କ ଘରକୁ ବିଦ୍ୟୁତ ସଂଯୋଗ ହୋଈ ନାହିଁ, କିନ୍ତୁ ଉପଭୋକ୍ତା ଙ୍କ ଘରକୁ ଦୀର୍ଘ 6ବର୍ଷ ପରେ ଆସୁଛି 5ହଜାର ଟଙ୍କାର ବିଦ୍ୟୁତ ବିଲ | ବିଦ୍ୟୁତ ବିଭାଗ ର ମନ ମାନି କାର୍ଯ୍ୟ ଯୋଗୁଁ ମାନସିକ ଚାପରେ ରହୁଛନ୍ତି କିଛି ଜନ ସାଧାରଣ | ଏପରି ଏକ ଦୃଶ୍ୟ ଦେଖିବାକୁ ମିଳିଛି ବଣାଇଁ ବ୍ଲକ ଅନ୍ତର୍ଗତ ଜକେଇକଳା ପଞ୍ଚାୟତ ଅଧିନସ୍ଥ ଜମକେଇ ଗ୍ରାମରେ ଜଣକଂ ୬ବର୍ଷ ହେଲାଣି ଅଥଚ ଘରେ ଲାଇନ୍ ସଂଯୋଗ ହୋଇ ନାହିଁ ଅଥଚ ଇଲେକ୍ଟ୍ରିକ୍ ବିଲ୍ ୫ ହଜାର ଟଙ୍କାର ନୋଟିସ୍ ଆସିଥିବା ନେଇ ଅଭିଯୋଗ କରିଛନ୍ତି। ଘଟଣାରୁ ପ୍ରକାଶ ଯେ ଗତ ୨୦୧୯ ମସିହା ବେଳକୁ ସୋଭାଗ୍ଯ ଯୋଜନାରେ ଜମକେଇ ଗ୍ରାମର ଶୋଭାଗ୍ଯ ବେହେରାଙ୍କୁ ବିଦ୍ୟୁତ୍ ସଂଯୋଗ ପାଇଁ ବିଦ୍ୟୁତ ଉପକରଣ ସାରାଜାମ ଦେଇଥିଲେ ସୁଦ୍ଧା ସେଗୁଡିକ ବସ୍ତାରେ ବିଦ୍ୟୁତ ଉପକରଣ ସାରାଜାମ ଭର୍ତ୍ତି ରଖିଥିଲେ। ଶୋଭାଗ୍ଯ ବେହେରାଙ୍କ କହିବାନୁସାରେ ଗତ ୨୩-୦୬ ୨୦୨୬ ତାରିଖ ଦିନ ତାକଂ ଘରକୁ ୫ ହଜାର ଟଙ୍କାର ନୋଟିସ୍ ଆସିଥିବା ବେଳେ ସେ ବିଦ୍ୟୁତ ବିଭାଗର କାର୍ଯ୍ୟାଳୟକୁ ପହଞ୍ଚି ଏବିଷୟରେ ଅଭିଯୋଗ କରିବା ପରେ ବିଦ୍ୟୁତ୍ ବିଭାଗର କର୍ମଚାରୀ ଦୁଇ ଜଣ ଆସି ଦେଖିଲେ ଯେ ଘରେ ଲାଇନ୍ ସଂଯୋଗ ହୋଇ ନାହିଁ ।ଶ୍ରୀ ବେହେରାଙ୍କ କହିବାନୁସାରେ ମୋର ତ ଲାଇନ୍ ସଂଯୋଗ ହୋଇ ନାହିଁ କେମିତି ଆସିଛି ମୋ ନାମରେ ନୋଟିସ୍ ଯଦି ମୋର କୌଣସି ସମାଧାନ ନ ମିଳେ ତାହା ହେଲେ ବାଧ୍ୟହୋଇ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଯାଇ ନ୍ୟାୟ ଧାରଣାରେ ବସିବି ବୋଲି କହିଛନ୍ତି । ଗଣେଶ ପାଣିଗ୍ରାହୀ ରିପୋର୍ଟ