ଜମି ଭାଗ ବଣ୍ଟାକୁ ନେଇ ସାନ ଭାଇକୁ ବଡ଼ ଭାଇର ଆକ୍ରମଣ.

ଜମି ଭାଗ ବଣ୍ଟାକୁ ନେଇ ସାନ ଭାଇକୁ ବଡ଼ ଭାଇର ଆକ୍ରମଣ.

ଜମି ଭାଗ ବଣ୍ଟାକୁ ନେଇ ସାନ ଭାଇକୁ ବଡ଼ ଭାଇର ଆକ୍ରମଣ.

ବେଲଗୁଣ୍ଠା ଥାନା ଅଞ୍ଚଳରେ ଜମି ଭାଗବଣ୍ଟାକୁ ନେଇ ବଡ଼ଭାଇର ଆକ୍ରମଣରେ ସାନ ଭାଇ ଗୁରୁତର ହୋଇ ବ୍ରହ୍ମପୁର ମେଡିକାଲକୁ ସ୍ଥାନାନ୍ତର ହୋଇଥିବା ସୂଚନା ମିଳିଛି। ସୂଚନା ଥାଉକି ଆଜି ବାବୁଲା ମେକାପ(୫୦) ନାମକ ଜଣେ ବ୍ୟକ୍ତି ନିଜ ଜମିର ଚଉହ୍ରଦ ବିଷୟରେ ବୁଝାସୁଝା ନିମନ୍ତେ ବେଲଗୁଣ୍ଠା ତହସିଲ୍ କାର୍ଯ୍ୟାଳୟକୁ ଆସିଥିଲେ। ଏହି ସମୟରେ ବାବୁଲାଙ୍କ ବଡ଼ ଭାଇ ସୁରେଶ ମେକାପ ବେଲଗୁଣ୍ଠା ତହସିଲ୍ କାର୍ଯ୍ୟାଳୟରେ ପହଞ୍ଚି ବାବୁଲାଙ୍କ ଉପରେ ଅତର୍କିତ ଆକ୍ରମଣ କରିଥିଲେ। ସୁରେଶଙ୍କ ସହିତ ତାଙ୍କ ପୁଅ ରାଜ୍ କିଶୋର ମେକାପ ମଧ୍ୟ ଏକ କାଠ ଫାଳିଆରେ ବାବୁଲାଙ୍କୁ ଆକ୍ରମଣ କରିଥିଲେ। ସ୍ଥାନୀୟ ଲୋକେ ଏହି ଆକ୍ରମଣ ସମୟରେ ଭିଡିଓ ରେକଡିଂ କରିବାରୁ ଉଭୟ ବାପା ପୁଅ ବାବୁଲାଙ୍କୁ ଛାଡ଼ି ଦେଇ ପଳାଇଥିଲେ। ବାବୁଲା ଆହତ ହୋଇଥିବା ଖବର ପାଇ ବାବୁଲାଙ୍କ ସ୍ତ୍ରୀ ଏବଂ ପୁଅ ଘଟଣା ସ୍ଥଳରେ ପହଞ୍ଚି ଗୁରୁତର ବାବୁଲାଙ୍କୁ ବେଲଗୁଣ୍ଠା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। କିନ୍ତୁ ବାବୁଲାଙ୍କ ଡାହାଣ ହାତ ଏବଂ ଗୋଡ଼ରେ ଗଭୀର ଆଘାତ ଆଣିଦେଲା ଲାଗିଥିବାରୁ ବେଲଗୁଣ୍ଠାରେ ପ୍ରାଥମିକ ଚିକିତ୍ସା ପରେ ଡାକ୍ତର ତାଙ୍କୁ ବ୍ରହ୍ମପୁର ମେଡ଼ିକାଲକୁ ସ୍ଥାନାନ୍ତର କରିଛନ୍ତି।