ବାଲିଗୁଡା ଠାରେ ଏମ ଶ୍ରୀ କାର୍ଯ୍ୟକ୍ରମ, ଶିକ୍ଷକ ଉପସ୍ଥାନ, ଖାନ ଏକାଡେମୀ ଓ ଅନ୍ୟାନ୍ୟ ବିଷୟ ବୈଠକ ଅନୁଷ୍ଠିତ…
କନ୍ଧମାଳ :- (ରିପୋର୍ଟ କୁନା ଦିଗାଲ )ଅଦ୍ୟ ତା 27/06/2026ରିଖ ଶନିବାର ଦିନ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ, ବାଲିଗୁଡ଼ା ଠାରେ ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀ ରାଜେଶ କୁମାର ସ୍ୱାଇଁଙ୍କ ଅଧ୍ୟକ୍ଷତାରେ ଜିଲ୍ଲାର ଛଅ ଗୋଟି ବ୍ଲକ ଯଥା ବାଲିଗୁଡା, କୋଟଗଡ଼, ଦାରିଙ୍ଗବାଡି, ନୂଆଗାଁଁ, ରାଇକିଆ ଓ ତୁମୁଡିବନ୍ଧର ସମସ୍ତ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ/ପ୍ରଧାନ ଶିକ୍ଷୟତ୍ରୀ ମାନଙ୍କୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଥିଲା l ଏଥିରେ Academic Improvement Plan, Scholarship, MDM, ବିଦ୍ୟାଳୟ ସୁରକ୍ଷା ଓ ନିରାପତ୍ତା ,ସମୟ ନିର୍ଘଣ୍ଟ, ବିଜ୍ଞାନ ଓ ପଞ୍ଚସଖା ଶିକ୍ଷା ସେତୁ ଭିତ୍ତିକ ବିଭିନ୍ନ କାର୍ଯ୍ୟକ୍ରମ,ସମୟାନୁବର୍ତ୍ତିତା, ପି ଏମ ଶ୍ରୀ କାର୍ଯ୍ୟକ୍ରମ, ଶିକ୍ଷକ ଉପସ୍ଥାନ, ଖାନ ଏକାଡେମୀ ଓ ଅନ୍ୟାନ୍ୟ ବିଷୟ ଉପରେ ପୁଙ୍ଖାନୁପୁଙ୍ଖ ଭାବେ ଆଲୋଚନା କରାଯାଇଥିଲା l ଉକ୍ତ ବୈଠକରେ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀ ମାନସ ରଞ୍ଜନ ଦାସ, ଗୋଷ୍ଠି ଶିକ୍ଷା ଅଧିକାରୀ ଶ୍ରୀ ମହେଶ୍ୱର ମାଝୀ, ବିଜ୍ଞାନ ନିରୀକ୍ଷକ ଶ୍ରୀ ସିମାଞ୍ଚଳ ସ୍ୱାଇଁ, ବିଜ୍ଞାନ ସଂଯୋଜକ ଶ୍ରୀ ରାଜ କୁମାର ସାହୁ ଓ ପି ଏସ ଏସ ସାଂଯୋଜକ ଶ୍ରୀ ରାଜେଶ ଦନ୍ତା ଉପସ୍ଥିତ ହେବା ସହ ସମସ୍ତ ବିଷୟ ଉପରେ ଆଲୋଚନା କରିଥିଲେ l ପରିଶେଷରେ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ଶ୍ରୀମତୀ ଅମିତାସ୍ମିତା ନାୟକ ଧନ୍ୟବାଦ ଅର୍ପଣ ସହ ବୈଠକ ପରିସମାପ୍ତି କରାଯାଇଥିଲା l
