ଟିକାବାଲି ଗୋଷ୍ଠୀ ଶିକ୍ଷା ଅଧିକାରୀ ଙ୍କ ବ୍ଲକ ସ୍ତରୀୟ ପ୍ରଥମ ବୈଠକ ଅନୁଷ୍ଠିତ…

ଟିକାବାଲି ଗୋଷ୍ଠୀ ଶିକ୍ଷା ଅଧିକାରୀ ଙ୍କ ବ୍ଲକ ସ୍ତରୀୟ ପ୍ରଥମ ବୈଠକ ଅନୁଷ୍ଠିତ...

ଟିକାବାଲି ଗୋଷ୍ଠୀ ଶିକ୍ଷା ଅଧିକାରୀ ଙ୍କ ବ୍ଲକ ସ୍ତରୀୟ ପ୍ରଥମ ବୈଠକ ଅନୁଷ୍ଠିତ…

କନ୍ଧମାଳ 🙁 ରିପୋର୍ଟ କୁନା ଦିଗାଲ )ଟିକାବାଲି ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀଯୁକ୍ତ ବିନୋଦ ବିହାରୀ ଦିଗାଳ ଙ୍କ ଅଧକ୍ଷତା ରେ ଟିକାବାଲି ବ୍ଲକ ର ସମସ୍ତ ପ୍ରାଥମିକ, ମାଧ୍ୟମିକ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଶିକ୍ଷୟିତ୍ରୀ ଙ୍କୁ ନେଇ ବ୍ଲକ ସ୍ତରୀୟ ପ୍ରଥମ ବୈଠକ ଅନୁଷ୍ଠିତ I ଏହି ବୈଠକ ରେ ବି ଇ ଓ ବିନୋଦ ସାର ବହୁତ ସୁନ୍ଦର ଭାବେ ଶିକ୍ଷା ଉପରେ ଆଲୋଚନା କରିଥିଲେ I ବିଦ୍ୟାଳୟ ରେ ଶିକ୍ଷକ ଙ୍କ ସମୟାନୁବର୍ତ୍ତିତା, ଅଭିନଵ ଶିକ୍ଷାଦାନ ପ୍ରଣାଳୀ, ଶିକ୍ଷାର୍ଥୀ ଙ୍କୁ ବୁଝି ସେହିଁ ପ୍ରକାରେ ଶିକ୍ଷାଦାନ ପ୍ରଦାନ କରିବା, ବିଦ୍ୟାଳୟ ପରିବେଶ ସ୍ୱଚ୍ଛତା ରଖିବା, ଅଭିଭାବକ ଙ୍କ ସହ ଆଲୋଚନା, ପଞ୍ଚପଦୀ ଲେସନ ପ୍ଲାନ ମାଧ୍ୟମରେ ଶିକ୍ଷାଦାନ, ସୁଲଭ ଓ ଆକର୍ଷଣୀୟ ଶୈକ୍ଷିକ ଉପକରଣ ର ବ୍ୟବହାର, ପ୍ରତ୍ୟେକ ଦିନ କିଛି ସଂସ୍କୁତ ଶ୍ଳୋକ ର ଉଚ୍ଚାରଣ ଏହିପରି ଅନେକ ବିଷୟରେ ଆଲୋଚନା କରାଯାଇଅଛି I ଏଥିସହ ପିଲାଙ୍କ ୟୁନିଫର୍ମ, ମଧ୍ୟାହ୍ନ ଭୋଜନ, ୟୁ ଡାଇସ ପ୍ଲୁସ ଓ ଦଶମ ପରୀକ୍ଷାରେ ପିଲାଙ୍କ ସଫଳତା ପାଇଁ ପ୍ରଚେଷ୍ଟା ବିଷୟରେ ବହୁତ ସୁନ୍ଦର ଭାବେ ଅଭିଭାଷଣ ଦେଇଥିଲେ I ଏହାସହ ଉଲ୍ଲାସ ପାଠକ୍ରମ ରେ ପଞ୍ଜିକରଣ, ବିଦ୍ୟାଳୟ ସମ୍ପର୍କିତ ସମସ୍ତ ବିଷୟ ବସ୍ତୁ ଉପରେ ଆଲୋଚନା କରାଇଥିଲେ I ଏହି ବୈଠକ ରେ ସମସ୍ତ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ /ଶିକ୍ଷୟିତ୍ରୀ ଓ ସି ଆର ସି ସି ଯୋଗଦେଇଥିଲେ I