ଦାସପୁର ଗ୍ରାମ ରେ ଜନ ଅଭିଯୋଗ ଶୁଣାଣୀ ରେ ସମସ୍ତ ଗୁହାରି ଶୁଣିଲେ ବିଧାୟକ ।
ଗଜପତି,୨୩.୬. ଗଜପତି ଜିଲ୍ଲା ଗୋସାଣୀ ବ୍ଲକ ଅନ୍ତର୍ଗତ ରମ୍ପା ପଞ୍ଚାୟତ ର ଦାସପୁର ଗ୍ରାମ ଠାରେ ଜନ ଅଭିଯୋଗ ଶୁଣାଣୀ ଅନୁଷ୍ଟିତ ହୋଇଯାଇଛି , ମାନ୍ୟବର ପାରଳା ବିଧାୟକ ରୁପେସ ପାଣିଗ୍ରାହୀ ଅଭିଯୋଗ ଶୁଣାଣୀ ରେ ଯୋଗଦେଇ ସମୁଦାୟ ୨୩ ଗୋଟିଅଭିଯୋଗ ଶୁଣିଥିଲେ। ସେଥି ମଧ୍ୟରୁ ବ୍ୟକ୍ତିଗତ ସମସ୍ୟା, ଗ୍ରାମ ଭିତ୍ତିକ ସମସ୍ୟା,ରାସନ୍ କାର୍ଡ, ଗୃହ ନିର୍ମାଣ,ଶିକ୍ଷା,ଜଳ ସେଚତାନ,ରାସ୍ତା, ନାଳ,ଓ ସ୍ଵାସ୍ଥ୍ୟ ସମସ୍ୟା ସହ ବିଭିନ୍ନ ସମସ୍ୟା ନେଇ ଅଭିଯୋଗ ଆସିଥିଲା, ବିଧାୟକ ତୁରନ୍ତ ଏନେଇ ଗୋଷ୍ଟି ଉନ୍ନୟନ ଅଧିକାରୀ ଗୌରହରି ପଟ୍ଟନାୟକ ଙ୍କୁ ଫୋନ୍ ମାଧ୍ୟମ ରେ ଶୀଘ୍ର ଏସବୁ କାର୍ଯ କରିବା ପାଇଁ ଆଦେଶ ଦେଲେ ଏହି ଜନ ଅଭିଯୋଗ ଶୁଣାଣୀ ରେ ବିଧାୟକ ସମେତ ଗୋଷାଣୀ ବ୍ଲକ ଅଧକ୍ଷ ଏନ୍ ବିରରାଜୁ, ବରିଷ୍ଟ ନେତା ଗଜପତି ରାଓ ସ୍ଥାନୀୟ ସରପଞ୍ଚ,ପୁର୍ବତନ ସରପଞ୍ଚ କ୍ରିଷ୍ଣା ରାଓ ,ସମିତି ପ୍ରମୁଖ ଉପସ୍ଥିତ ଥିଲେ।
