ସେମିଳିଗୁଡାରେ ବିକାଶର ଧାରା ଓଡିଶା ସାରା କାର୍ଯ୍ୟକ୍ରମ।
ସେମିଳିଗୁଡା.ତାରିଖ ୨୪.୬.୨୦୨୬. ଓଡିଶାର ବିଜେପି ସରକାରଙ୍କ ଦୁଇ ବର୍ଷ ପୂର୍ତ୍ତି ଉପଲକ୍ଷେ ସେମିଳିଗୁଡା ବସଷ୍ଟାଣ୍ଡରେ ବିକାଶର ଧାରା ଓଡିଶା ସାରା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଥିଲା।ଏହି କାର୍ଯ୍ୟକ୍ରମରେ ବହୁ ବୁଦ୍ଧିଜିବୀ,ବିଜେପି କର୍ମୀ,ସଚେତନ ଜନସାଧାରଣ, ସାମ୍ବାଦିକ ଯୋଗଦେଇ ଥିଲେ।ଡିଜିଟାଲ୍ ପ୍ଲାଟଫର୍ମ ମାଧ୍ୟମରେ ଏଲଇଡି ପରଦାରେ ସରକାରଙ୍କ ବିଭିନ୍ନ ବିକାଶ ମୂଳକ କାର୍ଯ୍ୟକ୍ରମକୁ ସମସ୍ତେ ଦେଖିଥିଲେ। ଦୁଇ ବର୍ଷରେ ସରକାରଙ୍କ ଉପଲବ୍ଧି ବିଷୟରେ ବିସ୍ତୃତ ବିବରଣୀ ପ୍ରଦର୍ଶନ କରାଯାଇ ଥିଲା।ଏଥିରେ ସହରାଞ୍ଚଳର ରୂପାନ୍ତିକରଣ,ଜୀବନଧାରାର ବିକାଶ, ପ୍ରତ୍ୟେକ ନାଗରିକଙ୍କ ନିକଟରେ ମୌଳିକ ସେବା,ପିଏମ୍ ସ୍ବନିଧି ଯୋଜନା,ସୁରକ୍ଷିତ ପାନୀୟଜଳ ଓ ଗୋଷ୍ଠୀ ସହଭାଗିତା,ସୂଜଳ,ମିଶନ ଶକ୍ତି, ପ୍ରଭୁତି ବିଷୟରେ ବିସ୍ତୃତ ଆଲୋକପାତ କରାଯାଇ ଥିଲା।ଏହି କାର୍ଯ୍ୟକ୍ରମରେ ପୌରାଧ୍ୟକ୍ଷ ରାଜେନ୍ଦ୍ର କୁମାର ପାତ୍ର, ସେମିଳିଗୁଡା କଲେଜ ଅଧ୍ୟକ୍ଷା ଡକ୍ଟର ଝାନସୀ ସିଂ,ବିଶିଷ୍ଟ ଶିକ୍ଷାବିତ ପ୍ରାଧ୍ୟାପକ ଡକ୍ଟର ଚିତ୍ତରଞ୍ଜନ ମିଶ୍ର, ବସମାଜସେବୀ ସ୍ନିଗ୍ଧାରାଣୀ ମିଶ୍ର,ମଣ୍ଡଳ ସଭାପତି ଟୁନା ଖରା ପ୍ରମୁଖ ବିଭିନ୍ନ ହିତାଧିକାରୀଙ୍କୁ ଯୋଜନାର ପ୍ରମାଣପତ୍ର ପ୍ରଦାନ କରିଥିଲେ।
