ସେମିଳିଗୁଡ଼ା କଲେଜର ୪୧ତମ ପ୍ରତିଷ୍ଠା ଦିବସ ପାଳିତ

ସେମିଳିଗୁଡ଼ା କଲେଜର ୪୧ତମ ପ୍ରତିଷ୍ଠା ଦିବସ ପାଳିତ

ସେମିଳିଗୁଡ଼ା କଲେଜର ୪୧ତମ ପ୍ରତିଷ୍ଠା ଦିବସ ପାଳିତ

ସେମିଳିଗୁଡ଼ା: ସେମିଳିଗୁଡ଼ା କଲେଜର ୪୧ତମ ପ୍ରତିଷ୍ଠା ଦିବସ ଉତ୍ସାହ ଓ ଗରିମାର ସହ ପାଳିତ ହୋଇଯାଇଛି। ଦୀର୍ଘ ୪୧ ବର୍ଷ ଧରି ଶିକ୍ଷା, ସେବା, ଶୃଙ୍ଖଳା ଓ ସାମାଜିକ ଦାୟିତ୍ୱ କ୍ଷେତ୍ରରେ କଲେଜର ଅବଦାନକୁ ସ୍ମରଣ କରି ଏହି ଅବସରରେ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା।ଏହି ଅବସରରେ ମୁଖ୍ୟ ଅତିଥି ଭାବେ ଭୁବନେଶ୍ୱରର ସାଂସଦ ଶ୍ରୀମତୀ ଅପରାଜିତା ଷଡ଼ଙ୍ଗୀ ଯୋଗଦେଇ ଛାତ୍ରଛାତ୍ରୀଙ୍କୁ ଶିକ୍ଷା ସହିତ ନେତୃତ୍ୱ, ଦେଶସେବା ଓ ସମାଜ ପ୍ରତି ଦାୟିତ୍ୱବୋଧର ଗୁରୁତ୍ୱ ବିଷୟରେ ପ୍ରେରଣାଦାୟକ ବାର୍ତ୍ତା ଦେଇଥିଲେ।କାର୍ଯ୍ୟକ୍ରମରେ VDUର କୁଳପତି ପ୍ରଫେସର ହୃଷିକେଶ ସେନାପତି, ସେମିଳିଗୁଡ଼ା କଲେଜର ଅଧ୍ୟକ୍ଷା ଡ. ଝାନ୍ସୀ ସିଂହ, ଯୁବ ଆଇକନ୍ ତଥା ଭାରତ ସରକାରଙ୍କ ଯୁବ ବ୍ୟାପାର ଓ କ୍ରୀଡ଼ା ମନ୍ତ୍ରଣାଳୟ ସହ ସଂପୃକ୍ତ ଶ୍ରୀ ସତ୍ୟପ୍ରକାଶ ମିଶ୍ର, ଜିଲ୍ଲା ବିଜେପି ସଭାପତି ଶ୍ରୀ ଶିବ ମୁଦୁଲି, ବରିଷ୍ଠ ବିଜେପି ନେତା ତଥା ସୁପ୍ରିମକୋର୍ଟର ସରକାରୀ ଆଇନଜୀବୀ ଶ୍ରୀ ଜୀବନ କୁମାର ସାହୁ, ରାଜ୍ୟ ବିଜେପିର ବରିଷ୍ଠ କାର୍ଯ୍ୟକାରିଣୀ ସଦସ୍ୟ ଶ୍ରୀ ନିକୁଞ୍ଜ ପଟ୍ଟନାୟକ, ରାଜ୍ୟ ବିଜେପି ଯୁବ ନେତା ଶ୍ରୀ ରୁଦ୍ର ସାମନ୍ତରାୟ ପ୍ରମୁଖ ଯୋଗଦେଇ ନିଜ ନିଜର ଅଭିଭାଷଣ ରଖିଥିଲେ।ବକ୍ତାମାନେ ସେମିଳିଗୁଡ଼ା କଲେଜର ୪୧ ବର୍ଷର ଗୌରବମୟ ଯାତ୍ରା, ଶିକ୍ଷା କ୍ଷେତ୍ରରେ ଏହାର ଅବଦାନ ଏବଂ ଭବିଷ୍ୟତରେ ଯୁବପିଢ଼ିଙ୍କୁ ଦକ୍ଷ ଓ ଦାୟିତ୍ୱବାନ ନାଗରିକ ଭାବେ ଗଢ଼ି ତୋଳିବାର ଆବଶ୍ୟକତା ଉପରେ ଆଲୋକପାତ କରିଥିଲେ।କଲେଜର ପ୍ରତିଷ୍ଠାତା ଶ୍ରୀ କୃଷ୍ଣ ସିଂହ ନିଜର ଅଭିଭାଷଣରେ କଲେଜର ପ୍ରତିଷ୍ଠା ପଛର ଲକ୍ଷ୍ୟ, ଏହାର ବିକାଶ ଯାତ୍ରା ଓ ଆଗାମୀ ଦିନର ସ୍ୱପ୍ନ ସମ୍ପର୍କରେ ମତ ରଖିଥିଲେ।ଏହି ଅବସରରେ ଅଧ୍ୟାପକ-ଅଧ୍ୟାପିକା, ଛାତ୍ରଛାତ୍ରୀ, ପୁରାତନ ଛାତ୍ରଛାତ୍ରୀ, ଅଭିଭାବକ ଓ ବହୁ ଶୁଭେଚ୍ଛୁ ଉପସ୍ଥିତ ରହି କଲେଜର ଗୌରବମୟ ୪୧ ବର୍ଷର ଯାତ୍ରାକୁ ସ୍ମରଣ କରିଥିଲେ।ଅତୀତର ଗୌରବକୁ ସ୍ମରଣ, ବର୍ତ୍ତମାନକୁ ସମ୍ମାନ ଏବଂ ଭବିଷ୍ୟତ ପାଇଁ ନୂଆ ପିଢ଼ିକୁ ପ୍ରେରଣା ଦେବାର ବାର୍ତ୍ତା ସହ ସେମିଳିଗୁଡ଼ା କଲେଜର ୪୧ତମ ପ୍ରତିଷ୍ଠା ଦିବସ ଉତ୍ସବ ଶେଷ ହୋଇଥିଲା।