ଜିଲ୍ଲା ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଅଧକ୍ଷ ବିଦ୍ୟାଧର ଶବରଙ୍କ ପୁତୁରା ଲାଲୁ ଶବରଙ୍କ ପରଲୋକ।
ରାୟଗଡ ( info media) ରାୟଗଡ଼ ଜିଲ୍ଲା ପଦ୍ମପୁର ଗ୍ରାମ ନିବାସୀ ଲାଲୁ ଶବରଙ୍କ ଦେହାନ୍ତ ହୋଇଯାଇଛି। ସେ ଗତ 15 ଦିନ ହେଲା ଅସୁସ୍ଥ ହୋଇ ବିଶାଖାପାଟନା ର ଏକ ଘରେଇ ମେଡିକାଲରେ ଚିକିତ୍ସା ହେଉଥିଲେ। ଗତ 21 ତାରିଖ ମଧ୍ୟ ରାତିରେ ସେ ମେଡିକାଲରେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ ଓ ତାଙ୍କ ମୃତ ଶରୀର ଆଜି 22 ତାରିଖ ସକାଳେ ପଦ୍ମପୁର ସ୍ଥିତ ବାୟାପୂର୍ ଘରକୁ ଶବଅଣାଯାଇଥିଲା।ପରିବାର ବର୍ଗ ଓ ସହ ସହ ସ୍ଥାନୀୟ ଜନସାଧାରଣ ଙ୍କ ଉପସ୍ଥିତିରେ ଜୁମୁରୁଗୁଡ଼ା ଶ୍ମଶାନରେ ଶେଷକୃତ୍ୟ ସମ୍ପନ୍ନ ହେଇଥିଲା।ଖବର ଶୁଣି ଅଞ୍ଚଳରେ ଦୁଃଖର ଲହରୀ ଖେଳି ଯାଇଛି।ସେ ଜଣେ ମେଳାପୀ ଓ ପରୋପକାରି ବ୍ୟକ୍ତି ଥିଲେ l ମୃତ ଯୁବକ ଜଣକ ହେଉଛନ୍ତି ରାୟଗଡ଼ା ଜିଲ୍ଲା ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଅଧକ୍ଷ ବିଦ୍ୟାଧର ଶବରଙ୍କ ବଡ ଭାଇ ଖତୁ ଶବରଙ୍କ ପୁଅ l ଏହି ଖବର ଶୁଣି ରାୟଗଡ ଟ୍ରକ ମାଲିକ ସଭାପତି ତଥା ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ୟାଲା କୋଣ୍ଡା ବାବୁ, ପୂର୍ବତନ ଜ଼ିଲ୍ଲା ବିଜେପି ସଭାପତି ଶିବ ପଟ୍ଟନାୟକ,ଗୁଣୁପୁର ବିଧାୟକ ପ୍ରାର୍ଥୀ ତ୍ରିନାଥ ଗୋମାଙ୍ଗ, କୋରାପୁଟ ବିଜେପି ସାଂସଦ ପ୍ରାର୍ଥୀ କଳିରାମ ମାଝୀ, ରାୟଗଡ ବିଶିଷ୍ଟ ସମାଜ ସେବି ହସମୁଖ ହାକୁ ଭାଇ, କେ ସି ପଟ୍ଟନାୟକ, ଲଷ୍ମୀ ମୋହନ ପଟ୍ଟନାୟକ ଙ୍କ ସମତେ ବହୁ ବ୍ୟକ୍ତି ଶୋକ ସନ୍ତୋପତ ପରିବାର କୁ ସମବେଦନା ଜଣାଇବା ସହିତ ଆତ୍ମା ସଦଗତି ନିମନ୍ତେ ଭଗବାନ ଙ୍କ ଠାରେ ପ୍ରା୍ଥନା କରିଛନ୍ତି lରାୟଗଡ ରୁ ଅମୁଲ୍ୟ ନିଶଙ୍କ ଙ୍କ ରିପୋର୍ଟ
