ସତ୍ୟ ସାଇ ମନ୍ଦିର ପ୍ରତିଷ୍ଠା ମହୋତ୍ସବ ୩୭ୟୁନିଟ ରକ୍ତ ସଂଗୃହୀତ….

ସତ୍ୟ ସାଇ ମନ୍ଦିର ପ୍ରତିଷ୍ଠା ମହୋତ୍ସବ ୩୭ୟୁନିଟ ରକ୍ତ ସଂଗୃହୀତ....

ସତ୍ୟ ସାଇ ମନ୍ଦିର ପ୍ରତିଷ୍ଠା ମହୋତ୍ସବ ୩୭ୟୁନିଟ ରକ୍ତ ସଂଗୃହୀତ….

ବରଗଡ – (ଭବାନୀ ଶଙ୍କର ପାଢ଼ୀ) ତା-୨୧-୦୬-୨୦୨୬ରିଖ (ରବିବାର)ବରଗଡ଼ ବ୍ଲକ ଅନ୍ତର୍ଗତ କଟାପାଲି ଗ୍ରାମ ରେ ନୂତନ ଶ୍ରୀ ଶ୍ରୀ ସତ୍ୟ ସାଇ ବାବା ମନ୍ଦିର ପ୍ରତିଷ୍ଠା ମହୋତ୍ସବ ଖୁବ ଧୁମ୍ ଧାମ ରେ ପାଳନ ହୋଇ ଯାଇଛି। ଏହି କାର୍ଯ୍ୟକ୍ରମ ଅବସର ରେ ନିଷ୍ଠା ପରିବାର ଓ ଶ୍ରୀ ସତ୍ୟ ସାଇ ସେବା ସଂଗଠନ, କଟାପାଲି ର ମିଳିତ ଆନୁକୁଲ୍ୟରେ ଏକ ସ୍ବେଚ୍ଛାକୃତ ରକ୍ତ ଦାନ ଶିବିର ଅନୁଷ୍ଠିତ ହୋଇଥିଲା। ଏହି ଶିବିର କୁ ପୂର୍ବତନ ଜ଼ିଲ୍ଲା ସଭାପତି ସୋନପୁର ଗୁଣନିଧି ପାତ୍ର ବରେଣ୍ୟ ଅତିଥି ଭାବରେ ଯୋଗ ଦେଇ ଫିତା କାଟି ଆନୁଷ୍ଠାନିକ ଭାବରେ ଶୁଭାରମ୍ଭ କରିଥିଲେ। ଏହି ଶିବିର ରୁ ବରଗଡ଼ ରକ୍ତ ଭଣ୍ଡାର ଦ୍ଵାରା ସର୍ବମୋଟ ୩୭ୟୁନିଟ ରକ୍ତ ସଂଗୃହୀତ ହୋଇଥିଲା। ପ୍ରବଳ ଗ୍ରୀଷ୍ମ ପ୍ରବାହ ଯୋଗୁଁ ରକ୍ତ ଭଣ୍ଡାର ମାନଙ୍କ ରେ ରକ୍ତ ର ଘୋର ସଙ୍କଟ ଥିବା ବେଳେ ଉପରୋକ୍ତ ସଂଗୃହୀତ ରକ୍ତ ଅନେକ ଅସହାୟ ରୋଗୀଙ୍କ ମୁଁହ ରେ ହସ ଫୁଟାଇବ। ନିଷ୍ଠା ପରିବାର କୁ ମନ୍ଦିର ପ୍ରତିଷ୍ଠା ମହୋତ୍ସବ କମିଟି ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିଲା। ରକ୍ତ ଦାନ ଶିବିର ଆୟୋଜନ ପାଇଁ ଆମ ନିଷ୍ଠା ପରିବାର ତରଫ ରୁ ସତ୍ୟ ସାଇ ସେବା ସଂଗଠନ, କଟାପାଲି କୁ ଏକ ସ୍ମୃତି ଫଳକ ଦେଈ ସମ୍ବର୍ଦ୍ଧିତ କରାଯାଇଥିଲା।ଏହି ଶିବିର କୁ ନିଷ୍ଠା ପରିବାର ସଦସ୍ୟ ସଦସ୍ୟା ଓ ସତ୍ୟ ସାଇ ସେବା ସଂଗଠନ, କଟାପାଲି ସଦସ୍ୟ ସଦସ୍ୟା ମାନେ ସୁପରିଚାଳନା କରିଥିଲେ।