ସତ୍ଯ ସାଇ ସେବା ସଂସ୍ଥାର ରକ୍ତଦାନ ଶିବିର. ୫୧ ୟୁନିଟ ରକ୍ତ ସଂଗ୍ରହ

ସତ୍ଯ ସାଇ ସେବା ସଂସ୍ଥାର ରକ୍ତଦାନ ଶିବିର. ୫୧ ୟୁନିଟ ରକ୍ତ ସଂଗ୍ରହ

ସତ୍ଯ ସାଇ ସେବା ସଂସ୍ଥାର ରକ୍ତଦାନ ଶିବିର. ୫୧ ୟୁନିଟ ରକ୍ତ ସଂଗ୍ରହ

ସେମିଳିଗୁଡା.ତାରିଖ ୨୧,୬,୨୦୨୬,ସେମିଳିଗୁଡାର ସତ୍ଯ ସାଇ ସେବା ସଂଗଠନର ଅମୃତବିନ୍ଦୁ କାର୍ଯ୍ୟକ୍ରମ ଅନ୍ତର୍ଗତ ଗ୍ରୀଷ୍ମ କାଳୀନ ସ୍ବତନ୍ତ୍ର ରକ୍ତଦାନ ଶିବିର ଅନୁଷ୍ଠିତ ହୋଇ ଥିଲା। ଏହି କାର୍ଯ୍ୟକ୍ରମକୁ ସତ୍ଯ ସାଇ ସେବାସଂଗଠନର ଜିଲ୍ଳା ସଭାପତି ମାର୍କଣ୍ଡେୟ ସରାଫ ଏହି କାର୍ଯ୍ୟକ୍ରମକୁ ପ୍ରଦୀପ ପ୍ରଜ୍ବଳନ କରି ଉଦଘାଟନ କରିଥିଲେ।ଜିଲ୍ଲା ସେବା ସଂଯୋଜକ ଏମ.ଭେଙ୍କଟରମଣ, ଯୁଗ୍ମ ସେବା ସଂଯୋଜକ ଟୁକୁନା କୁମାର ସାହୁ,ଜିଲ୍ଲା ଯୁବ ସଂଯୋଜକ ସତ୍ଯବ୍ରତ ଜେନା,ଆବାହକ ନୀଳମାଧବ ଦାସ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।ଏଫବିଡିଓର ଡକ୍ଟର ଚିତ୍ତରଞ୍ଜନ ମିଶ୍ର, ଡକ୍ଟର ନରେଶ ଚନ୍ଦ୍ର ସାହୁ,ସ୍ନିଗ୍ଧାରାଣୀ ମିଶ୍ର,ଜୟ ବାଡତ୍ୟା,ଜ୍ୟୋସ୍ନା ବାଡତ୍ୟା ଉପସ୍ଥିତ ରହି ସହଯୋଗ କରିଥିଲେ।ଏହି ଶିବିରରେ ତିନୋଟି ଦମ୍ପତ୍ତି ରକ୍ତଦାନ କରିଥିଲେ।ଯୁଗ୍ମ ସଂଯୋଜକ ଟୁକୁନା ସାହୁ,ପତ୍ନୀ ସୁନୀତା ସାହୁ, ପୁଅ ଶାଶ୍ଵତ ସାହୁ,ମିଳିତ ଭାବରେ ରକ୍ତଦାନ କରି ସମସ୍ତଙ୍କ ପାଇଁ ଉଦାହରଣ ସୃଷ୍ଟି କରିଥିଲେ।ଗ୍ରୀଷ୍ମ ସମୟରେ ରକ୍ତର ଅଭାବ ସମୟରେ ଏହି ଶିବିର କରିଥିବାରୁ ସମସ୍ତେ ପ୍ରଶଂସା କରିଥିଲେ।ଶିବିରରେ ସମୁଦାୟ ୫୧ୟୁନିଟ ରକ୍ତ ସଂଗ୍ରହ କରାଯାଇ ଥିଲା।କୋରାପୁଟ ଶହିଦ ଲକ୍ଷ୍ମଣ ନାୟକ ଭେଷଜ ମହାବିଦ୍ୟାଳୟର ରକ୍ତ କେନ୍ଦ୍ରର କର୍ମଚାରୀବୃନ୍ଦ ରକ୍ତ ସଂଗ୍ରହ କରିଥିଲେ।