ଜାତୀୟ ସ୍ତରରେ ଅହମଦାବାଦ ଠାରେ ସମ୍ବର୍ଦ୍ଧିତ ହେଲା ନିଷ୍ଠା ପରିବାର …..

ଜାତୀୟ ସ୍ତରରେ ଅହମଦାବାଦ ଠାରେ ସମ୍ବର୍ଦ୍ଧିତ ହେଲା ନିଷ୍ଠା ପରିବାର .....

ଜାତୀୟ ସ୍ତରରେ ଅହମଦାବାଦ ଠାରେ ସମ୍ବର୍ଦ୍ଧିତ ହେଲା ନିଷ୍ଠା ପରିବାର …..

ବରଗଡ – ତା-୧୬-୦୬-୨୦୨୬ରିଖ(ମଙ୍ଗଳ ବାର)ନିଷ୍ଠା ପରିବାର ର ଇତିହାସ ରେ ଯୋଡ଼ି ହେଲା ଏକ ନୂତନ ଫର୍ଦ୍ଦ।ରକ୍ତ ସଞ୍ଚାର ସେବା ଉପରେ ଜାତୀୟ ସ୍ତରୀୟ ଏନ୍‌ଜିଓ ସମ୍ମିଳନୀ ଅହମଦାବାଦ, ଗୁଜରାଟ ସ୍ଥିତ ହୋଟେଲ ସିଲଭର କ୍ଲାଉଡ ଠାରେ ଅନୁଷ୍ଠିତ ହୋଇଥିଲା।ଏହି ସମ୍ମିଳନୀ ରେ ଓଡ଼ିଶା ର ଅଗ୍ରଣୀ ସ୍ୱେଚ୍ଛାସେବୀ ଅନୁଷ୍ଠାନ ନିଷ୍ଠା ପରିବାର,ବରଗଡ଼ କୁ ରକ୍ତ ଦାନ କ୍ଷେତ୍ର ରେ ଅତୁଳନୀୟ ଅବଦାନ ପାଇଁ ସମ୍ବର୍ଦ୍ଧିତ କରାଯାଇଥିଲା।ଏହି କାର୍ଯ୍ୟକ୍ରମ ରେ ଭାରତ ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସରକାରୀ ପଦାଧିକାରୀ,ସବୁ ରାଜ୍ୟ ର ସଂଗଠନ ଓ କର୍ମକର୍ତ୍ତା ମାନେ ଯୋଗ ଦେଇଥିଲେ।ଉପରୋକ୍ତ କାର୍ଯ୍ଯକ୍ରମ ରେ ଡ଼ା. ରତନକନ୍ୱର ଏଚ୍. ଗାଧାଭିଚାରଣ, IAS – ସ୍ୱାସ୍ଥ୍ୟ (ଗ୍ରାମୀଣ) କମିଶନର, ମିଶନ ନିର୍ଦ୍ଦେଶକ, ଜାତୀୟ ସ୍ୱାସ୍ଥ୍ୟ ମିଶନ (NHM) ଏବଂ ପ୍ରକଳ୍ପ ନିର୍ଦ୍ଦେଶକ, ଗୁଜରାଟ ରାଜ୍ୟ ଏଡ୍ସ ନିୟନ୍ତ୍ରଣ ସମିତି (GSACS) ଗାନ୍ଧୀ ନଗର,ଡ଼ା. ମେଘା ପ୍ରବୀଣ ଖୋବ୍ରାଗାଡେ – ଉପ ମହାନିର୍ଦ୍ଦେଶକ, ସ୍ୱାସ୍ଥ୍ୟ ସେବା ନିର୍ଦ୍ଦେଶାଳୟ (Dte. GHS), ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ, ଭାରତ ସରକାର, ନୂଆଦିଲ୍ଲୀ,ଡ଼ା. କାର୍ତ୍ତିକ ଶାହ – ନିର୍ଦ୍ଦେଶକ, ଗୁଜରାଟ ରାଜ୍ୟ ରକ୍ତ ସଞ୍ଚାର ପରିଷଦ (GSCBT)ଡ଼ା. କୃଷ୍ଣ କୁମାର – ନିର୍ଦ୍ଦେଶକ, ଜାତୀୟ ରକ୍ତ ସଞ୍ଚାର ପରିଷଦ (NBTC), ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ, ଭାରତ ସରକାର, ନୂଆଦିଲ୍ଲୀ,ଡ଼ା.ମାନସ ପ୍ରୀତମ ରାୟ ,ଉପ ନିର୍ଦ୍ଦେଶକ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ, ଭାରତ ସରକାର, ନୂଆଦିଲ୍ଲୀ ଯୋଗ ଦେଇ ସମ୍ବର୍ଦ୍ଧିତ କରିଥଲେ। ନିଷ୍ଠା ପରିବାର ତରଫ ରୁ ଅତିଥି ମାନଙ୍କୁ ସମ୍ବଲପୁରୀ ଗାମୁଛା ଓ ଦ ଜର୍ଣି ଅଫ ନିଷ୍ଠା ପ୍ରଦାନ କରାଯାଇଥିଲା। ଓଡ଼ିଶା ରୁ SBTC ଉପନିର୍ଦ୍ଦେଶକ ସ୍ୱରୂପ କୁମାର ଦାଶ ଓ ମୟୁରଭଞ୍ଜ ରକ୍ତ ଭଣ୍ଡାର ଅଧିକାରୀ ଉପସ୍ଥିତ ଥିଲେ।

ନିଷ୍ଠା ପରିବାର ର ସଭାପତି ଶ୍ରୀ ଅଶ୍ୱିନୀ ତ୍ରିପାଠୀ ଓ ସଂଯୋଜକ ଭୋଳାନାଥ ସାହୁ ଏହି ସମ୍ମାନ ଗ୍ରହଣ କରିଥିଲେ।ଏହି ସମ୍ବାନ ରକ୍ତ ଦାନ କ୍ଷେତ୍ର ରେ କାମ କରିବା ପାଇଁ ଆମକୁ ଆହୁରି ପ୍ରେରଣା ଯୋଗାଇବ।ଏହି କାର୍ଯ୍ୟକ୍ରମ କୁ ରକ୍ତ ସଞ୍ଚାର ସେବା,ସ୍ୱାସ୍ଥ୍ୟ ସେବା ମହାନିର୍ଦ୍ଦେଶାଳୟ,ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ,ଭାରତ ସରକାର ସହଯୋଗରେ ରକ୍ତ ସଞ୍ଚାର ସେବା,ଗୁଜରାଟ ରାଜ୍ୟ ରକ୍ତ ସଞ୍ଚାର ପରିଷଦ,ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ,ଗୁଜରାଟ ସରକାର ଆୟୋଜନ କରିଥିଲେ।