କୋଡେସୁ କ୍ରିକେଟ ଟୁର୍ନାମେଣ୍ଟ ରେ ତୁମ୍ବିଗୁଡା ବିଜୟୀ
ରାୟଗଡ(info media) ରାୟଗଡ଼ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ପିତାମହଲ ପଞ୍ଚାୟତର କୋଡେସୁ ଗ୍ରାମରେ ବିଜେପି ୟୁଥ୍ ମୋର୍ଚ୍ଚା, କୋଡେସୁ ଦ୍ୱାରା ଆୟୋଜିତ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟର ଅନ୍ତିମ ଦିବସରେ ମୁଖ୍ୟ ଅତିଥି ଭାବେ ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ତଥା ରାୟଗଡ ଟ୍ରକ ମାଲିକ ସଙ୍ଘ ସଭାପତି ୟାଲା କୋଣ୍ଡା ବାବୁ ଯୋଗଦେଇଥିଲେ । ଏହି କାର୍ଯ୍ୟକ୍ରମରେ ଅନ୍ୟତମ ସମ୍ମାନିତ ଅତିଥି ଭାବେ ବିଜେପି ଜିଲ୍ଲା ଉପସଭାପତି ଶ୍ରୀ ଚକ୍ରଧର ବିଡିକା, ସ୍ୱତନ୍ତ୍ର ଉନ୍ନୟନ ପରିଷଦର ଅଧ୍ୟକ୍ଷ ଶ୍ରୀ ବିଦ୍ୟାଧର ଶବର, ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଶ୍ରୀ ୱାଇ. ଗଣପତି ବାବୁ, କେ ସି ପଟ୍ଟନାୟକ, ଆଇନଜୀବୀ ବିରୋଜା ପାତ୍ର କୁମ୍ବିକୋଟା ମଣ୍ଡଳ ସଭାପତି ଶ୍ରୀ ମାଧବ ସାମଲ ଓ ଯୁବ ନେତା ଶ୍ରୀ ଗୋପାଳ ଖୁରା ଉପସ୍ଥିତ ଥିଲେ।ଟୁର୍ଣ୍ଣାମେଣ୍ଟର ଫାଇନାଲ ମ୍ୟାଚ୍ ତୁମ୍ବିଗୁଡ଼ା ଓ ଖୋଟଲାଗୁଡ଼ା ଦଳ ମଧ୍ୟରେ ଅନୁଷ୍ଠିତ ହୋଇଥିଲା। ରୋମାଞ୍ଚକର ମୁକାବିଲାରେ ତୁମ୍ବିଗୁଡ଼ା ଦଳ ବିଜେତା ହୋଇଥିବା ବେଳେ ଖୋଟଲାଗୁଡ଼ା ଦଳ ରନର୍ସ-ଅପ୍ ହୋଇଥିଲା। ବିଜେତା ତୁମ୍ବିଗୁଡ଼ା ଦଳକୁ ଟ୍ରଫି ସହ ନଗଦ ପୁରସ୍କାର ପ୍ରଦାନ ଏବଂ ରନର୍ସ-ଅପ୍ ଦଳକୁ ମଧ୍ୟ ଟ୍ରଫି ଓ ନଗଦ ପୁରସ୍କାର ପ୍ରଦାନ ଅତିଥି ମାନଙ୍କ ଦ୍ୱାରା ବିତରଣ କରାଯାଇଥିଲା। ଖେଳାଳି ମାନଙ୍କୁ ଉଦବୋଧନ ଦେଇ କୋଣ୍ଡା ବାବୁ ନିଜ ବକ୍ତବ୍ୟରେ କହିଥିଲି ଯେ, ଖେଳ କେବଳ ମନୋରଞ୍ଜନର ମାଧ୍ୟମ ନୁହେଁ, ବରଂ ଗାଁକୁ ଗାଁ ସହିତ ଯୋଡ଼ିବା, ଭାଇଚାରା, ସଦ୍ଭାବନା ଓ ଏକତାକୁ ସୁଦୃଢ଼ କରିବାର ଏକ ସଶକ୍ତ ମାଧ୍ୟମ। ଖେଳରେ ହାର ଓ ଜିତ ଜୀବନର ଏକ ଅଂଶ ମାତ୍ର, କିନ୍ତୁ ଖେଳାଳି ସୁଲଭ ମନୋଭାବ, ଶୃଙ୍ଖଳା ଓ ଭାଇଚାରାର ଭାବନା ହିଁ ପ୍ରକୃତ ବିଜୟ। ସମସ୍ତ ଖେଳାଳି ଏହି ମନୋଭାବକୁ ଆଗକୁ ନେଇ ସମାଜ ଓ ଅଞ୍ଚଳର ଗୌରବ ବଢ଼ାନ୍ତୁ ବୋଲି ଆଶା ପ୍ରକାଶ କରିଥିଲି। ହାରିଲି ବୋଲି ମନ ଦୁଃଖ ନାହିଁ କି ଜିତିଲି ବୋଲି ଖୁଶୀ ହେବାର ନାହିଁ ଭାଇଚାରା ଓ ପରସ୍ପର ମଧ୍ୟ୍ୟ ରେ ସମ୍ପର୍କ ବଢାଇବା ହେଉଛି ଆମର ପ୍ରଥମ ଲକ୍ଷ ବୋଲି lଆୟୋଜକ କମିଟିଙ୍କୁ ସୁନ୍ଦର ଓ ଶୃଙ୍ଖଳିତ ଭାବେ ଟୁର୍ଣ୍ଣାମେଣ୍ଟ ଆୟୋଜନ କରିଥିବାରୁ ହାର୍ଦ୍ଦିକ ଅଭିନନ୍ଦନ ଓ ଶୁଭେଚ୍ଛା ଜଣାଇଥିଲେ ।ରାୟଗଡ ରୁ ଅମୁଲ୍ୟ ନିଶଙ୍କ ଙ୍କ rep
