ବରଗଡ ଜିଲ୍ଲା ରେ ଉତ୍କଟ ଜଳାଭାବ ଓ ପ୍ରତିକାର” ପ୍ରସଙ୍ଗରେ ଆଲୋଚନା ଚକ୍ର ଅନୁଷ୍ଠିତ

ବରଗଡ ଜିଲ୍ଲା ରେ ଉତ୍କଟ ଜଳାଭାବ ଓ ପ୍ରତିକାର" ପ୍ରସଙ୍ଗରେ ଆଲୋଚନା ଚକ୍ର ଅନୁଷ୍ଠିତ

ବରଗଡ ଜିଲ୍ଲା ରେ ଉତ୍କଟ ଜଳାଭାବ ଓ ପ୍ରତିକାର” ପ୍ରସଙ୍ଗରେ ଆଲୋଚନା ଚକ୍ର ଅନୁଷ୍ଠିତ
ବରଗଡ଼-(ଭବାନୀ ଶଙ୍କର ପାଢ଼ୀ) “ବରଗଡ ଜିଲ୍ଲା ରେ ଉତ୍କଟ ଜଳାଭାବ ଓ ପ୍ରତିକାର” ପ୍ରସଙ୍ଗରେ ଏକ ଆଲୋଚନା ଚକ୍ର ପ୍ରୋଗ୍ରେସୀଭ ସିଟିଜେନ ଫୋରମ ଦ୍ୱାରା ବରଗଡ ଅଗ୍ରଗାମୀ ଯୁବକ ସଂଘ ଠାରେ ଅନୁଷ୍ଠିତ ହୋଇ ଯାଇଛି। ବର୍ତମାନ ଦେଖା ଦେଉଥିବା ଜଳ ସଙ୍କଟ, ଏଲନିନୋ ଇଫେକ୍ଟ ଓ ପଦ୍ମପୁର ଅଂଚଳ ରେ ଉତ୍କଟ ପାନୀୟ ଜଳ ସମସ୍ୟା ଏବେ ଚିନ୍ତା ର ବିଷୟ ହୋଇଛି। ବେଲଗାମ ଗଭୀର ନଳ କୂପଖନନ ଯୋଗୁଁ ଧୀରେ ଧୀରେ ଭୁତଳ ଜଳ ହ୍ରାସ ପାଇବାରେ ଲାଗିଛି, ଜଳ ସଂରକ୍ଷଣ ପାଇଁ କୌଣସି ଆନ୍ତରିକତା ନଥିବା ବେଳେ ଜଳାଶୟ ଗୁଡିକ ଧୀରେ ଧୀରେ ପୋତି ହୋଇ ଯିବା ପ୍ରସଙ୍ଗ କୁ ନେଇ ବିଭିନ୍ନ ମତ ଆସିଥିଲା। ବର୍ତମାନ ବ୍ୟବହାର ହେଉଥିବା ପାନୀୟ ଜଳ ହେଉ କି କୃଷି ଉପଯୋଗୀ ପାଣି ଏଥିରେ ହେଭି ମେଟାଲ ର ଅଂଶ ରହୁଥିବା ରୁ ସ୍ୱାସ୍ଥ୍ୟ ପକ୍ଷେ ଏହା ହାନୀକାରକ ବୋଲି ସମାଜିକି କର୍ମୀ ଜେଠୁ ଭୋଇ ମତ ଦେଇଥିଲେ ତେଣୁ ବର୍ଷା ଜଳ ର ସଂରକ୍ଷଣ ଏହାର ସୁବିନିଯୋଗ ସହ ଗଭୀର ନଳ ଉପରେ ଅଙ୍କୁଶ ଲାଗେଇବା ଏବେ ଜରୁରୀ ହୋଇ ପଡି଼ଛି ବୋଲି ଶ୍ରୀ ଭୋଇ କହିଥିଲେ। ବରଗଡ ଜିଲ୍ଲାରେ ସରକାରୀ ଓ ଅଣ ସରକାରୀ ଭାବେ ୩୦ ହାଜର ରୁ ଉର୍ଧ୍ଵ ନଳକୂପ ହୋଇ ସାରିଲାଣି ବୋଲି ଶ୍ରୀ ଭୋଇ କହିଥିଲେ। ପଦ୍ମପୁର ଅଂଚଳ ର ଜଳ ସଙ୍କଟ ଉପରେ ସାମ୍ବାଦିକ ବିଜୟ ସାହୁ ବିସ୍ତାର ଭାବେ ଆଲୋକପାତ କରିଥିଲେ। ଏହି ଚର୍ଚ୍ଚା ରେ ବିଭିନ୍ନ ଦିଗ ଉପରେ ଆଲୋଚନା ହୋଇ ଥିଲା ଏବଂ ଆଗାମୀ ସପ୍ତାହ ରେ ସରକାରଙ୍କୁ ଏକ ଦାବୀ ପତ୍ର ଦେବାକୁ ନିଷ୍ପତ୍ତି ହୋଇଛି । ଏହି ଆଲୋଚନା ଚକ୍ର ରେ ଗୌର ଖମାରୀ,ଅମୀୟ ସାହୁ, କେଦାର ମିଶ୍ର, ଗୁଣମଣି ସୁନାନୀ, ଚନ୍ଦ୍ର ଶେଖର ରାଓ,ସ୍ୱରୂପ ଭୋଇ, ମନୋଜ ମିଶ୍ର,ଅଶ୍ୱିନୀ ପ୍ରଧାନ,ଶଢାନନ ଭୋଇ, ରାଜେନ୍ଦ୍ର ସିକନନ୍ଦର, ଅମୀୟ ଭୋଇ, ଭବାନୀ ସାହୁ ଓ ଅନ୍ୟମାନେ ଉପସ୍ଥିତ ଥିଲେ।