ପୋଲିସ ସିପାହୀ ଙ୍କ ଆତ୍ମହତ୍ୟା ଉଦ୍ୟମ।

ପୋଲିସ ସିପାହୀ ଙ୍କ ଆତ୍ମହତ୍ୟା ଉଦ୍ୟମ।

ପୋଲିସ ସିପାହୀ ଙ୍କ ଆତ୍ମହତ୍ୟା ଉଦ୍ୟମ।

ଆତ୍ମହତ୍ୟା ଉଦ୍ୟମ କରିଥିବା ଆର୍ ଟି ଓ କନେଷ୍ଟବଳ ଆଶୁତୋଷ ମଲ୍ଲ ଗୁରୁତର ଅବସ୍ଥାରେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଗୁରୁତର ଆଶୁତୋଷ ନିଜ ଦେହରେ ପେଟ୍ରୋଲ ଢ଼ାଳି ନିଆଁ ଲଗାଇ ଗୁରୁତର ଅବସ୍ଥାରେ ନିକଟସ୍ଥ ଜନୈକ ହାବିଲଦାର ଙ୍କ ଘରକୁ ଚାଲିଯାଇଥିବା ବେଳେ ତାଙ୍କୁ ସେଠାରୁ ଉଦ୍ଧାର କରି ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। କର୍ତ୍ତବ୍ୟରତ ଡାକ୍ତରମାନେ ତାଙ୍କୁ ଚିକିତ୍ସା କରୁଛନ୍ତି ଓ ଶତକଡ଼ା ୬୦ ଭାଗ ତା ଦେହ ଜଳିଯାଇଥିବା ଜଣାପଡିଛି। ଆତ୍ମହତ୍ୟା ଉଦ୍ୟମ ର କାରଣ ଜଣାପଡିନଥିଲେ ମଧ୍ୟ ପାରିବାରିକ ବିବାଦରୁ ଏହି ଘଟଣା ଘଟିଛି ବୋଲି ଜଣାପଡିଛି।