ଅଂଶୁଘାତରେ ଚାଲିଗଲା ବିଦ୍ୟୁତ କର୍ମଚାରୀଙ୍କ ଜୀବନ ।

ଅଂଶୁଘାତରେ ଚାଲିଗଲା ବିଦ୍ୟୁତ କର୍ମଚାରୀଙ୍କ ଜୀବନ ।

ଅଂଶୁଘାତରେ ଚାଲିଗଲା ବିଦ୍ୟୁତ କର୍ମଚାରୀଙ୍କ ଜୀବନ ।

ଭଞ୍ଜନଗର, ୦୬/୦୬/୨୬:ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଟାଟାପାୱାର ରେ କାର୍ଯ୍ୟରତ ଜଣେ ଆଉଟସୋ୍ରିଙ୍ଗ କର୍ମଚାରୀ ଆଜି ମଧ୍ୟାହ୍ନରେ ବିଦୂତ ଖୁଣ୍ଟରେ କାମ କରୁଥିବା ବେଳେ ଅଂଶୁଘାତରେ ହାଠାତ୍ ଗୁରୁତର ହେବା ପରେ ତାଙ୍କର ଦେହାନ୍ତ ଘଟିଛି। ସୂଚନା ପ୍ରକାରେ ଭଞ୍ଜନଗର ଲାଲସିଙ୍ଗି ବିଛୁଆତି ଗ୍ରାମର ପୁରୁଷୋତ୍ତମ ଜେନାଙ୍କ ପୁଅ ଦୁର୍ଗାମାଧବ ଜେନା ଭଞ୍ଜନଗର ଟାଟା ପାୱାରରେ ଜଣେ ଆଉଟସୋ୍ରିଙ୍ଗ କର୍ମଚାରୀ ଭାବେ କାମ କରୁଥିଲେ ଶୁକ୍ରବାର ଶାର୍ଦୁଳ ନିକଟସ୍ଥ ଏକ ବିଦୂତ ଖୁଣ୍ଟରେ କାମ କରୁଥିବା ସମୟରେ ଅସୁସ୍ଥତା ଅନୁଭବ କରିଥଲେ।ଘଟଣା ସ୍ଥଳରୁ ଅନ୍ୟ କର୍ମଚାରୀ ମାନେ ତାଙ୍କୁ ଉଦ୍ଧାର କରି ମେଡିକାଲକୁ ଆଣିଥିଲେ। ପ୍ରବଳ ଗରମ ଯୋଗୁଁ ଅଂଶୁଘାତରେ ତାଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି। ମେଡିକାଲରେ ଡାକ୍ତର ତାଙ୍କୁ ମୃତ ଘୋଷଣା କାରିଛନ୍ତି।ବିଦ୍ୟୁତ ବିଭାଗର ଅନ୍ୟାନ୍ୟ କର୍ମଚାରୀ ମାନେ ମେଡିକାଲରେ ଉପସ୍ଥିତ ରହି ମୃତକ ଙ୍କ ପରିବାର କୁ ସମବେଦନା ଜାଣିଥିଲେ।ବର୍ତ୍ତମାନ ସମୟରେ ସକାଳ ୧୧ଟାରୁ ଅପରାହ୍ନ ୩ଟା ପର୍ଯ୍ୟନ୍ତ କୌଣସି କର୍ମଚାରୀଙ୍କୁ ବାହାରେ କାମ କରିବା ପାଇଁ ସରକାରଙ୍କ ତରଫରୁ ବାରଣ କରାଯାଇଥିବା ବେଳେ କିଭଳି ଦୁର୍ଗାମାଧବ ଙ୍କୁ ଏହି ଅସହ୍ୟ ଖରାରେ କାମ କରିବାକୁ ଉପରିସ୍ଥ ଅଧିକାରୀ ନିର୍ଦ୍ଦେଶ ଦେଇଥିଲେ ବୋଲି ପରିବାର ଲୋକ ଅଭିଯୋଗ କରିଛନ୍ତି। ଏଥିସହ ମୃତକଙ୍କ ପରିବାରକୁ କ୍ଷତିପୂରଣ ବାବଦରେ ସରକାରୀ ସହାୟତା ପ୍ରଦାନ କରିବା ପାଇଁ ଦାବି କରାଯାଇଛି। ଗଣେଶ ପାଣିଗ୍ରାହୀ ରିପୋର୍ଟ