ଏସ୍ ପି ମାଙ୍ଗାଇ ଗମାଙ୍ଗ ଙ୍କ ଜନ୍ମ ଜୟନ୍ତୀ ପାଳନ ଉପଲକ୍ଷେ ଗୁଣୁପୁର ଶବର ସାଂସ୍କୃତିକ ସଙ୍ଘ ର ପ୍ରସ୍ତୁତି ବୈଠକ ଅନୁଷ୍ଠିତ ରାୟଗଡ( info media) ଚଳିତ ମାସର ୧୬.୦୬.୨୦୨୬ ମଙ୍ଗଳ ବାର ଦିନ ସ୍ୱର୍ଗତ ଗୁରୁ ଏସ୍ ପି ମାଙ୍ଗାଇ ଗମାଙ୍ଗ ଙ୍କ ଜନ୍ମ ଜୟନ୍ତୀ ପାଳନ ଉପଲକ୍ଷେ ଗୁଣୁପୁର ଶବର ସାଂସ୍କୃତିକ ସଙ୍ଘ ର ପ୍ରସ୍ତୁତି ବୈଠକ ଚକ୍ରପାଣି ଶବର ଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ବୈଠକରେ ସଙ୍ଘ କାର୍ଯ୍ୟ କାରିଣୀ କମିଟି ର ସମସ୍ତ ସଦସ୍ୟ ତଥା ବ୍ଲକ୍ ସ୍ତରୀୟ କାର୍ଯ୍ୟକର୍ତ୍ତାମାନେ ଉପସ୍ଥିତ ରହି ସେମାନଙ୍କ ମତାମତ ଉପସ୍ଥାପନ କରିଥିଲେ। ପ୍ରସ୍ତୁତି ବୈଠକ ରେ ରାୟଗଡ଼ା ଜିଲ୍ଲା ସ୍ୱତନ୍ତ୍ର ଉନ୍ନୟନ ପରିଷଦ ର ଅଧ୍ୟକ୍ଷ ଶ୍ରୀ ବିଦ୍ୟାଧର ଶବର ମଧ୍ୟ ଉପସ୍ଥିତ ରହି ଜନ୍ମ ଜୟନ୍ତୀ ଉତ୍ସବ ପାଳନ ପାଇଁ ସବୁପ୍ରକାର ସହଯୋଗ କରିବେ ବୋଲି କହିଥିଲେ।ଏ ବର୍ଷ ଗୁରୁ ସ୍ୱର୍ଗତ ମାଙ୍ଗାଇ ଗମାଙ୍ଗ ଙ୍କ ଜନ୍ମ ଜୟନ୍ତୀ ଉତ୍ସବ ଗୁଣୁପୁର ସ୍ଥିତ ଶବର ସାଂସ୍କୃତିକ ସଙ୍ଘ ପଡ଼ିଆରେ ଆଡ଼ମ୍ବର ସହକାରେ ପାଳନ କରିବା ପାଇଁ ସ୍ଥିର କରାଗଲା। ଅତିଥି ହିସାବରେ ମାନ୍ୟବର ଆଦିବାସୀ ମଙ୍ଗଳ ମନ୍ତ୍ରୀ ଶ୍ରୀଯୁକ୍ତ ନିତ୍ୟାନନ୍ଦ ଗଣ୍ଡ ଏବଂ ଗ୍ରାମୀଣ ବିକାଶ ତଥା ପଞ୍ଚାୟତ ରାଜ ମନ୍ତ୍ରୀ ଶ୍ରୀଯୁକ୍ତ ରବିନାରାୟଣ ନାୟକ ଙ୍କୁ ନିମନ୍ତ୍ରଣ କରିବା ପାଇଁ ସର୍ବସମ୍ମତି କ୍ରମେ ନିଷ୍ପତ୍ତି ଗ୍ରହଣ କରାଗଲା। ଅନ୍ୟାନ୍ୟ ମାନ୍ୟଗଣ୍ୟ ବ୍ୟକ୍ତିମାନଙ୍କ ମଧ୍ୟରେ ପୂର୍ବତନ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ଗିରିଧର ଗମାଙ୍ଗ ସ୍ଥାନୀୟ ମାନ୍ୟବର ବିଧାୟକ ଶ୍ରୀ ସତ୍ୟଜିତ ଗମାଙ୍ଗ , ପୂର୍ବତନ ବିଧାୟକ ଶ୍ରୀ ରଘୁନାଥ ଗମାଙ୍ଗ, ଏବଂ ଗଜପତି ଜିଲ୍ଲାର ମାନ୍ୟବର ମୋହନା ବିଧାୟକ ଶ୍ରୀ ଦାଶରଥି ଗମାଙ୍ଗ ତଥା ଅବସର ପ୍ରାପ୍ତ ଅର୍ଥ ଉପଦେଷ୍ଟା ଶ୍ରୀ ଲାବଣ୍ୟ ଶବର ଓ ଗୁରୁ ମାଙ୍ଗାଇ ଗମାଙ୍ଗ ଙ୍କ କନିଷ୍ଠ ପୁତ୍ର ବଧୂ ଶ୍ରୀମତୀ ହାରାବତୀ ଗମାଙ୍ଗ ଙ୍କୁ ବିଶେଷ ଅତିଥି ଭାବରେ ନିମନ୍ତ୍ରଣ କରିବା ପାଇଁ ସର୍ବସମ୍ମତି କ୍ରମେ ନିଷ୍ପତ୍ତି ଗ୍ରହଣ କରାଗଲା। ଅତିଥି ମାନଙ୍କୁ ଯୋଗାଯୋଗ କରିବା ପାଇଁ ଶ୍ରୀ ବିଦ୍ୟାଧର ଶବର, ଚକ୍ରପାଣି ଶବର ଓଶ୍ରୀ ବଳରାମ ଶବର ଙ୍କୁ ଦାୟିତ୍ଵ ପ୍ରଦାନ କରାଯାଇଥିଲା।ରଙ୍ଗା ରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ର ଦାୟୀତ୍ବ ମୋହନ ଶବର ଓ ଫାଲଗୁନୀ ଶବର, ବିଭିନ୍ନ ଗ୍ରାମର ଲୋକ ଙ୍କୁ ଯୋଗାଯୋଗ କରିବା ଦାୟିତ୍ବରେ ଗୁଡାରୀ ପାଇଁ କେଶବ ଶବର, ପଦ୍ମନ ଶବର ଓ ସୀମାଜ୍ଞଳ ଗମାଙ୍ଗ, ଟିଟିମିରି ଘଣାନ୍ତ୍ରୀ ପାଇଁ ପ୍ରେମ ଶବର, ୟୁମ୍ପିଙ୍ ଶବର, ରତ୍ନାକର ଶବର, ହାର୍ଷିଙ୍ଗୁଡା, କୁକୁରଗୁଡା,ଆମ୍ବଗୁଡା ପାଇଁ ଗୋପାଳ ଶବର, ରାମନଗୁଡା,ଆଲ୍ଲମ୍ ଗୁଡା,କୁଜେନ୍ଦ୍ରୀ ପାଇଁ ରମେଶ ଶବର, ରାମଚନ୍ଦ୍ର ଗମାଙ୍ଗ, ଜଗା ରାଓ ବିଡିକା, ଓ ବିଶୁବ୍ରମ୍, ମାରିଗୁଡା,ଲଖଣଗୁଡା ଡକାଶିକୁଲା ପାଇଁ ଚକ୍ରପାଣି ଶବର ଓଖତୁ ଶବର, ଡମ୍ବସରା ବାଘଶଳା ସିରାଂପୁର୍ ପାଇଁ ଆରସି ଶବର ଓ ସନ୍ୟାସୀ ଶବର ଓ ପୂର୍ଣଚନ୍ଦ୍ର ଶବର ପ୍ରମୁଖ ଙ୍କୁ ଚୟନ କରାଯାଇଥିଲା। ଏହା ବ୍ୟତୀତ ଉତ୍ସବ ପାଇଁ ସମ୍ଭାବ୍ୟ ଆୟ ବ୍ୟୟର ଅଟକଳ ସାଙ୍ଗକୁ ସଙ୍ଘ ର ପାଣ୍ଠି କୁ ସୁଦୃଢ କରିବା ପାଇଁ ଆଲୋଚନା କରା ଯାଇଥିଲା। ଶେଷରେ ସାମ୍ବାଦିକ ଶ୍ରୀ ପୂର୍ଣ୍ଣ ଶବର ସମସ୍ତ ସଦସ୍ୟ ଙ୍କୁ ସେମାନଙ୍କ ମତାମତ ପାଇଁ ଧନ୍ୟବାଦ ଅର୍ପଣ କରିବା ପରେ ସଭା ସାଙ୍ଗ ଘୋଷଣା କରାଯାଇଥିଲା।ରାୟଗଡ ରୁ ଅମୁଲ୍ୟ ନିଶଙ୍କ ଙ୍କ ରିପୋର୍ଟ
ଏସ୍ ପି ମାଙ୍ଗାଇ ଗମାଙ୍ଗ ଙ୍କ ଜନ୍ମ ଜୟନ୍ତୀ ପାଳନ ଉପଲକ୍ଷେ ଗୁଣୁପୁର ଶବର ସାଂସ୍କୃତିକ ସଙ୍ଘ ର ପ୍ରସ୍ତୁତି ବୈଠକ ଅନୁଷ୍ଠିତ
