ପନ୍ଦର ଦିନ ହେଲା ଅକାମି ହୋଇଛି ବିଦ୍ୟୁତ ଟ୍ରାନ୍ସଫର୍ମର , ଅନ୍ଧାରରେ ଗ୍ରାମବାସୀ l
ଗଜପତି,(ମନୋଜ କୁମାର ପାଢୀ)-: ପନ୍ଦର ଦିନ ହେଲା ଅକାମି ହୋଇଛି ବିଦ୍ୟୁତ ଟ୍ରାନ୍ସଫର୍ମର, ଅନ୍ଧାରରେ ଗ୍ରାମବାସୀ ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଗଜପତି ଜିଲ୍ଲା ରା -ଉଦୟଗିରି ବ୍ଲକ ମହେନ୍ଦ୍ରଗଡ ପଞ୍ଚାୟତ ସନ୍ଧିସାହିରେ l ଯାହାଫଳରେ ପିଲାଙ୍କ ପଠାପଢା, ମୋବାଇଲ ଚାର୍ଜିଙ୍ଗ ଭଳି ଦୈନନ୍ଦିନ ଜୀବନ ସମ୍ପୂର୍ଣ ଭାବେ ପ୍ରଭାବିତ ହୋଇଯାଇଛି l ବିଶେଷକରି ଗ୍ରୀଷ୍ମଋତୁର ପ୍ରବଳ ଗରମରେ ବର୍ତ୍ତମାନ ଗାଁରେ ରହିବା କଷ୍ଟସାଧ୍ୟ ହୋଇଯାଇଛି l ଏ ନେଇ ଗ୍ରାମବାସୀ ଅନେକ ଥର ବିଦ୍ୟୁତ ବିଭାଗକୁ ଲିଖିତ ଅଭିଯୋଗ କରିଥିଲେ ମଧ୍ୟ ଟ୍ରାନ୍ସଫର୍ମର ମରାମତି ଦିଗରେ ବିଭାଗ କୌଣସି ତତ୍ପରତା ଦେଖାଉନଥିବା ଅଭିଯୋଗ କରିଛନ୍ତି ଗ୍ରାମବାସୀ l ଏନେଇ ଆମେ ବିଭାଗୀୟ କନିଷ୍ଠ ଯନ୍ତ୍ରୀଙ୍କ ସହ ଫୋନ ମାଧ୍ୟମରେ ଯୋଗାଯୋଗ କରିଥିଲୁ କିନ୍ତୁ ଯୋଗାଯୋଗ ହୋଇପାରିଲା ନାହିଁ l ତେବେ ଯଥା ଶୀଘ୍ର ଟ୍ରାନ୍ସଫର୍ମର ମରାମତି କରାଯାଉ ବୋଲି ଅଞ୍ଚଳବାସୀ ଦାବୀ କରିଛନ୍ତି l
