ରାମନାଗୁଡାରେ ୧୦୮ କୁଣ୍ଡୀୟ ଗାୟତ୍ରୀ ମହାଯଜ୍ଞ ଆଧ୍ୟାତ୍ମିକ ପରିବେଶ ମଧ୍ୟ୍ୟ ରେ ପାଳିତ
ରାୟଗଡ ( info media)ରାୟଗଡା ଜିଲ୍ଲା ରାମନାଗୁଡା ବ୍ଲକ ସଦର ମହକୁମାରେ ପୁର୍ବ ନିର୍ଦ୍ଧାରିତ କାର୍ଯ୍ଯକ୍ରମ ଅନୁସାରେ ୧୦୮ କୁଣ୍ଡୀୟ ବିଶ୍ୱ ଶାନ୍ତି ମହାଯଜ୍ଞ ପାଇଁ କଳସ ଯାତ୍ରା ଅନୁଷ୍ଠିତ ହୋଇଯାଇଛି। ଭବ୍ୟ ଓ ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ଶତାଧିକ ମହିଳା କଳସ ଯାତ୍ରାରେ ସାମିଲ ହୋଇଥିଲେ। ଶ୍ରଦ୍ଧାଳୁ ଓ ମହିଳା ଭକ୍ତମାନେ ମୁଣ୍ଡରେ ପବିତ୍ର କଳସ ଧାରଣ କରି ଭଜନ, କୀର୍ତ୍ତନ ଏବଂ ବେଦ ମନ୍ତ୍ରୋଚ୍ଚାରଣ ମଧ୍ୟରେ ଶୋଭାଯାତ୍ରାରେ ସାମିଲ ହୋଇଥିଲେ।ଏହି କଳସ ଯାତ୍ରା ପୁରୁଟିଗୁଡା ଗ୍ରାମ ନିକଟସ୍ଥ ଚିରସ୍ରୋତା ଝରଣାରୁ ପଵିତ୍ର ଜଳ ସଂଗ୍ରହକରାଯାଇଥିଲା।ଯୋଗୀଶ୍ରୀ ଚୈତନ୍ୟ ରାମଜୀ ସ୍ୱାମୀଙ୍କ ଦ୍ୱାରା କଳସର ପ୍ରାଣ ପ୍ରତିଷ୍ଠା କରାଯାଇ କଳସ ଯାତ୍ରାର ଶୁଭାରମ୍ଭ କରାଯାଇଥିଲା।ଏହି କଳସ ଯାତ୍ରା ରାମନାଗୁଡା ସହରର ବିଭିନ୍ନ ପ୍ରମୁଖ ରାସ୍ତା ପରିକ୍ରମା କରି ଯଜ୍ଞ ମଣ୍ଡପରେ ପହଞ୍ଚିଥିଲା। ଯାତ୍ରା ସମୟରେ ସମଗ୍ର ଅଞ୍ଚଳ ଭକ୍ତିମୟ ପରିବେଶ ସୃଷ୍ଠି କରିଥିଲା। ରାମନାଗୁଡା ସହର ଉତ୍ସବମୁଖର ହୋଇଉଠିଥିଲା। ମୂଖ୍ୟ ଆୟୋଜକ ରାମନାଗୁଡା ବ୍ଳକ୍ ଚେୟାରମେନ ରବିଶଙ୍କର ଗମାଙ୍ଗ ସମେତ ଯଜ୍ଞ ପରିଚାଳନା କମିଟିର ତାଙ୍ଗୁଡ଼ୁ ଶ୍ରୀଧର, ଚୀନା କଣ୍ଡାଗରି, ଗୁରୁମୂର୍ତ୍ତି ସ୍ୱାମୀ, ସୁଦର୍ଶନ ପଣ୍ଡା, କୃଷ୍ଣ ଚନ୍ଦ୍ର ସାହୁ, ଗଙ୍ଗାରାମ ମାଣ୍ଡାଙ୍ଗି, ମାଝୀ ନୀମାଲା, ଅଜିତ ପାତ୍ର,ପେଦିନା ଶ୍ରୀନୁ ସମେତ ରାୟଗଡ଼ା ଗାୟତ୍ରୀ ଶକ୍ତି ପୀଠର ସବିତା ତ୍ରିପାଠୀ, ମୀନା ପଟ୍ଟନାୟକ, କଳ୍ପନା ମହାପାତ୍ର, ପାର୍ବତୀ ସାହୁ,ଇନ୍ଦୁ ହୁଇକା, ନିତୁ ସିଂହ ପ୍ରମୂଖ ସହଜୋଗ କରିଥଲେ। ଯଂଜ୍ଞ କମିଟି ସହ ସଂଯୋଜକ ରାମକୃଷ୍ଣ ପାଣିଗ୍ରାହୀଙ୍କ ସୂଚନା ଅନୁଯାୟୀ ଏହି ୧୦୮ କୁଣ୍ଡୀୟ ମହାଯଜ୍ଞ 1 ତାରିଖରୁ ଆରମ୍ଭ ହୋଇ ଆଜି ଉଦଯାପିତ ହୋଇଛି l ରାୟଗଡ ଟ୍ରକ ମାଲିକ ସଙ୍ଘ ସଭାପତି ୟାଲା କୋଣ୍ଡା ବାବୁ ବିଜେପି ନେତା ଟୁଟୁ ଦାସ, ଆଇନଜୀବୀ ବିରୋଜା ପାତ୍ର, ମଞ୍ଜୁଳା ମିନିୟାକା ଯଂଜ୍ଞରେ ଯୋଗ ଦେଉଥିଲେ l ଯଂଜ୍ଞ ମାଧ୍ୟମରେ ବିଶ୍ୱ ଶାନ୍ତି, ମାନବ କଲ୍ୟାଣ ଏବଂ ସାମାଜିକ ସଦ୍ଭାବନାର କାମନା କରାଯିବ ବୋଲି କୋଣ୍ଡା ବାବୁ କହିଥିଲେ । ଏହି ମହାନ ଧାର୍ମିକ ଆୟୋଜନରେ ବହୁ ସଂଖ୍ୟକ ଶ୍ରଦ୍ଧାଳୁଙ୍କ ସମାଗମ ଦେଖିବାକୁ ମିଳିଥିଲା।ଏଥିରେ ସ୍ଥାନୀୟ ଅଞ୍ଚଳର ଲୋକ ପ୍ରତିନିଧି, ବୁଦ୍ଧିଜୀବୀ, ଗଣମାଧ୍ୟମ ପ୍ରତିନିଧି,ସମାଜସେବୀଙ୍କ ସମେତ ଶତାଧିକ ପୁରୁଷ,ମହିଳା ଯୋଗ ଦେଇଥିଲେ।ରାୟଗଡ ରି ଅମୁଲ୍ୟ ନିଶଙ୍କ ଙ୍କ ରିପୋର୍ଟ
