ଦୁଇ ବାଲି ବୋଝେଇ ହାଇୱା ଜବତ ।
ଗଜପତି, ୨୮.୪(ମନୋଜ ପାଢ଼ୀ)- : ଶନିବାର ବିଳମ୍ବିତ ରାତିରେ ରାଣୀପେଣ୍ଠ ଛକ ନିକଟରେ ପାଟ୍ରୋଲିଂ କରୁଥିବା ସମୟରେ ପାରଳା ପୁଲିସ ବେଆଇନ ବାଲି ଚାଲାଣ ଅଭିଯୋଗରେ ଦୁଇ ହାଇୱାକୁ ଅଟକ ରଖିଛି। ତନଖି ସମୟରେ ଆବଶ୍ୟକ ଦସ୍ତାବିଜ ଦେଇ ପାରିନଥିବାରୁ ତଦନ୍ତ ପାଇଁ ଖଣି ବିଭାଗ ଓ ପରିବହନ ବିଭାଗକୁ ଅବଗତ କରାଯାଇଛି । ତେବେ, କାଶୀନଗର ଅଞ୍ଚଳରୁ ବିପୁଳ ପରିମାଣର ବାଲି ଚୋରା ଚାଲାଣ ହେଉଥିବା ଏବଂ ଧରାପଡ଼ି ଲକ୍ଷ ଲକ୍ଷ ଟଙ୍କା ଜରିମାନା ଆଦାୟ ହେବା ସତ୍ତ୍ବେ ଏହି ବେଆଇନ ଚାଲାଣ ଥମୁନାହିଁ। ସମାନ ବ୍ୟବସାୟୀଙ୍କ ଗାଡ଼ି ହିଁ ବାରମ୍ବାର ଚୋରା ଚାଲାଣରେ ନିୟୋଜିତ ହେଉଥିବା ଜଣାପଡ଼ୁଛି। ଏଣୁ, ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସକାଶେ ଦାବି ହୋଇଛି।
