ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଅଘଟଣ, ରୋଗୀଙ୍କ ଉପରେ ଖସିଲା ଛାତର ସିଲିଂ, ଅଳ୍ପକେ ବର୍ତ୍ତିଲେ ରୋଗୀ ।

ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଅଘଟଣ, ରୋଗୀଙ୍କ ଉପରେ ଖସିଲା ଛାତର ସିଲିଂ, ଅଳ୍ପକେ ବର୍ତ୍ତିଲେ ରୋଗୀ ।

ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଅଘଟଣ, ରୋଗୀଙ୍କ ଉପରେ ଖସିଲା ଛାତର ସିଲିଂ, ଅଳ୍ପକେ ବର୍ତ୍ତିଲେ ରୋଗୀ ।

ଗଜପତି:(ମନୋଜ କୁମାର ପାଢୀ) ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ଠାରେ ଥିବା ମୁଖ୍ୟ ଡାକ୍ତରଖାନାରେ ଅଘଟଣ ଦେଖାଦେଇଛି । ଚିକିତ୍ସା ପାଇଁ ଡାକ୍ତରଖାନାକୁ ଆସିଥିବା ରୋଗୀଙ୍କ ଉପରେ ହଠାତ ଛାତର ସିଲିଂ ଖସି ପଡିଲା. ଏଭଳି ଅଘଟଣରୁ ଅଳ୍ପକେ ବର୍ତ୍ତିଲେ ରୋଗୀ । ଘଟଣାରୁ ପ୍ରକାଶ, ପାରଳାଖେମୁଣ୍ଡି ସାମୁଟିଆ ସାହି ନିବାସୀ ଭବଶ୍ରୀ ହଳଧର ଗତକାଲି ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି ହୋଇଥିଲେ. ତାଙ୍କୁ ଚିକିତ୍ସା କରିବା ପରେ ୬୩ ନଂ ସ୍ୱତନ୍ତ୍ର କେବିନରେ ବିଶ୍ରାମ କରିବା ପାଇଁ ଡାକ୍ତର ନିର୍ଦେଶ ଦେଇଥିଲେ. କିଛି ସମୟ ବିଶ୍ରାମ କରୁଥିବା ବେଳେ ହଠାତ ଛାତରୁ ସିଲିଂ ଖସି ପଡିଥିଲା. ହେଲେ ଛାତରୁ ଖସି ପଡ଼ିଥିବା ସିଲିଂ ରୋଗୀଙ୍କ ଉପରେ ନ ପଡିବା ଯୋଗୁଁ ସେ ବର୍ତ୍ତି ଯାଇଥିଲେ । ଜିଲ୍ଲା ଡାକ୍ତରଖାନାରେ ଏହି ଘଟଣା ପ୍ରସାରିତ ହେବା ପରେ ଚିକିତ୍ସତ ହେଉଥିବା ରୋଗୀ ଏବଂ ସେମାନଙ୍କୁ ସହାୟତା ଯୋଗାଇବା ପାଇଁ ଆସିଥିବା ସମ୍ପର୍କୀୟମାନେ ଭୟଭୀତ ହୋଇପଡିଛନ୍ତି ।