ଝରାପାଲି ମାର୍କେଟ ଥୁଆପାଲି ଲାୟନ୍ସ କ୍ଲବ ପକ୍ଷରୁ ନିଶୁଳ୍କ ଦନ୍ତ ପରୀକ୍ଷା ଶିବିର ଅନୁଷ୍ଠିତ

ଝରାପାଲି ମାର୍କେଟ ଥୁଆପାଲି ଲାୟନ୍ସ କ୍ଲବ ପକ୍ଷରୁ ନିଶୁଳ୍କ ଦନ୍ତ ପରୀକ୍ଷା ଶିବିର ଅନୁଷ୍ଠିତ

ଝରାପାଲି ମାର୍କେଟ ଥୁଆପାଲି ଲାୟନ୍ସ କ୍ଲବ ପକ୍ଷରୁ ନିଶୁଳ୍କ ଦନ୍ତ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଯାଇଛି। ଥୁଆପାଲି ୩୧,୫(ସମିସ) ବରଗଡ ଜିଲ୍ଲା ଭେଡେନ ବ୍ଲକ ଝରାପାଲି ମାର୍କେଟ,ଥୁଆପାଲି ଗାନ୍ଧୀ ମେଡିକାଲ ପରିସରରେ ଲାୟନ୍ସ କ୍ଲବ ଝରାପାଲି ମାର୍କେଟ ଥୁଆପାଲି ଲାୟନ୍ସ କ୍ଲବ ପକ୍ଷରୁ ନିଶୁଳ୍କ ଦନ୍ତ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଯାଇଛି।ଏଥିରେ ଡକ୍ଟର ସୂରଜ କୁମାର ମାହାର ଓ ଟେକନିସିଆନ ବର୍ଷା ବନଛୋର ଯୋଗ ଦେଇ ୪୫ ଜଣ ଦନ୍ତ ପରୀକ୍ଷା କରିଥିଲେ। ଏହି ସମୟରେ ଲାୟନ୍ସ କ୍ଲବ ର ଲାୟନ୍ସ ଭୈରବ ଚରଣ ହୋତା, ଲାୟନ୍ସ ଅମିୟ କୁମାର ମେହେର, ଲାୟନ୍ସ କୁଶ ପ୍ରଧାନ, ଲାୟନ୍ସ ସନ୍ତୋଷ କୁମାର ପ୍ରଧାନ, ଲାୟନ୍ସ ରାଜେଶ କୁମାର ହୋତା ଉପସ୍ଥିତ ରହି ସହଯୋଗ କରିଥିଲେ। ପରିଶେଷରେ ଲାୟନ୍ସ ଶଂକରଲାଲ ଅଗ୍ରୱାଲ ଧନ୍ୟବାଦ ଦେଇଥିଲେ।