ଏନ୍କାଉଣ୍ଟର ପଦକ୍ଷେପ କୁ ମଧ୍ୟ ଅପରାଧୀ ମାନେ ଖାତିରି କରିନାହାନ୍ତି!

ଏନ୍କାଉଣ୍ଟର ପଦକ୍ଷେପ କୁ ମଧ୍ୟ ଅପରାଧୀ ମାନେ ଖାତିରି କରିନାହାନ୍ତି!

ବ୍ରହ୍ମପୁର ପୋଲିସ ଜିଲ୍ଲା ରେ ଅପରାଧୀ ମାନଙ୍କର କାର୍ଯ୍ୟକଳାପ ଦୃତ ଗତିରେ ବଢି ଚାଲିଛି, ଯାହାକି ପୋଲିସ ର ଦୃଢ଼ କାର୍ଯ୍ୟାନୁଷ୍ଠାନ ସ୍ବରୂପ ଏନ୍କାଉଣ୍ଟର ପଦକ୍ଷେପ କୁ ମଧ୍ୟ ଅପରାଧୀ ମାନେ ଖାତିରି କରିନାହାନ୍ତି।ଯାହାର ପ୍ରମାଣ ଗତକାଲି ଗୋଳନ୍ଥରା ଥାନା ଅନ୍ତର୍ଗତ କନିଷି ନିକଟସ୍ଥ ଚାନ୍ଦପୁର ନିକଟରେ ଶାନ୍ତି ଦାସ ନାମ୍ନୀ ଜଣେ ବିଧବା ମହିଳାଙ୍କୁ ଗାଁ ପୋଖରୀ ହୁଡ଼ାରେ ହତ୍ୟା କରି ମୃତଦେହକୁ ଅପରାଧୀ ମାନେ ଫୋପାଡି ଦେଇଛନ୍ତି। ପ୍ରତ୍ୟହ କାଠ ସଂଗ୍ରହ ପାଇଁ ଯାଇ ଶାନ୍ତି ଘରକୁ ନଫେରିବାରୁ ପୁଅ ଓ ନାତି ଖୋଜି ଖୋଜି ବନ୍ଧ ହୁଡ଼ାରେ ତାଙ୍କ ଶବ ପଡ଼ିଥିବା ଦେଖି ପୋଲିସକୁ ଖବର ଦେଇଥିଲେ। ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଶବ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ଡାକ୍ତରଖାନାକୁ ପଠାଇ ଘଟଣା ର ତଦନ୍ତ ଆରମ୍ଭ କରିଛନ୍ତି।