କାଶୁପୁର ବ୍ଲକ ର ଆଦିବାସୀ ନେତା କମଳ ସାଉନ୍ତା ଙ୍କ ମୃତ୍ୟୁ ରେ ଅଂଚଳ ରେ ଶୋକର ଛାୟା ଖେଳିଯାଇଛି

କାଶୁପୁର ବ୍ଲକ ର ଆଦିବାସୀ ନେତା କମଳ ସାଉନ୍ତା ଙ୍କ ମୃତ୍ୟୁ ରେ ଅଂଚଳ ରେ ଶୋକର ଛାୟା ଖେଳିଯାଇଛି

କାଶୁପୁର ବ୍ଲକ ର ଆଦିବାସୀ ନେତା କମଳ ସାଉନ୍ତା ଙ୍କ ମୃତ୍ୟୁ ରେ ଅଂଚଳ ରେ ଶୋକର ଛାୟା ଖେଳିଯାଇଛି

ରାୟଗଡ ( info media)ରାୟଗଡ଼ ଜିଲ୍ଲା କାଶୀପୁର ଅଞ୍ଚଳର ଜଣେ ବରିଷ୍ଠ ପୂର୍ବତନ ବିଜୁ ଜନତା ଦଳର ନେତା, ଦୀର୍ଘ ବର୍ଷ ଦଳରେ ଥାଇ ଲୋକଙ୍କ ପାଇଁ ସେବା ଯୋଗାଇଥିବା ଜଣେ ମିଷ୍ଟ ଭାଷୀ ସର୍ଗତ କମଳ ସାଉନ୍ତ ଙ୍କ ଭୁବନେଶ୍ୱର ସ୍ଥିତ ଘରୋଇ ମେଡିକାଲ ରେ ମୃତ ହୋଇଥିବା ଖବର ଶୁଣିବା ପରେ କାଶୀପୁର ଅଂଚଳ ରେ ଶୋକର ଛାୟା ଖେଳିଯାଇଛି l ଏହି ଖବର ଶୁଣିବା ପରେ ବିଜେଡି ଜ଼ିଲ୍ଲା ସଭାପତି ଜଗନ୍ନାଥ ସାରକା, ବିଜେଡି ଜ଼ିଲ୍ଲା ମହିଳା ସଭାନେତ୍ରୀ ଅନୁସୟା ମାଝୀ, ରାଜ୍ୟ ବିଜେପି କାର୍ଯ୍ୟକାରୀ ସଦସ୍ୟ ତଥା ରାୟଗଡ ଟ୍ରକ ମାଲିକ ସଭାପତି ୟାଲା କୋଣ୍ଡା ବାବୁ, ବିନାୟକ ପୋଲାଈ, ପି ମାନିରାତନମ, ବୋନି ଭାଈ କେ ସି ପଟ୍ଟନାୟକ, ଲଷ୍ମୀ ମୋହନ ପଟ୍ଟନାୟକ, ଜ଼ିଲ୍ଲା ପରିଷଦ ଅଧକ୍ଷା ସରସ୍ବତୀ ମାଝୀ, ଗୁଣୁପୁର ର ପୂର୍ବତନ ବିଧାୟକ ରଘୁନାଥ ଗୋମାଙ୍ଗ ଅତ୍ୟନ୍ତ ମର୍ମାହତ ଏବଂ ଦୁଃଖ ପ୍ରକାଶ କରିବା ସହିତ ଭଗବାନ ଙ୍କ ନିକଟରେ ମୃତାତ୍ମା ର ସତଗତି କାମନା କରିବା ସହ ଏହି ଭଳି ମୁହର୍ତରେ ପରିବାର ଏବଂ ବନ୍ଧୁବର୍ଗ ଙ୍କୁ ଅଜସ୍ର ସାହସ ଏବଂ ଧର୍ଯ୍ୟ ଦେବାକୁ ପ୍ରାର୍ଥନା କରିଛନ୍ତି lରାୟଗଡ ରୁ ଅମୁଲ୍ୟ ନିଶଙ୍କ ଙ୍କ ରିପୋର୍ଟ