ମା ମଝିଘରିଆଣି ଙ୍କ ଘଣ୍ଟ ପର୍ବ ନିମନ୍ତେ ନିମନ୍ତେ ଚଳଚଞ୍ଚଳ ରାଣୀଗୁଡା ଫାର୍ମ ଅଂଚଳ
ରାୟଗଡ ( info media) ରାୟଗଡ ସହର ରାଣୀଗୁଡା ଫାର୍ମ ଅଂଚଳ ରେ ରାୟଗଡ ର ଅଧିଷ୍ଠାତ୍ରୀ ଦେବୀ ମା ମଝିଘରିଆଣି ଙ୍କ ଘଣ୍ଟ ପର୍ବ ନିମନ୍ତେ ଶୁଭ ବେଳା ରେ ପୂଜକ ଦ୍ୱାରା ପୂଜାର୍ଚନା କରି ମା ଙ୍କ ମନ୍ଦିର କୁ ଶତାଧିକ ଭକ୍ତ ଯାଇ ମା ଙ୍କ ପାଦ କୁ ଏକ ବିରାଟ ଶୋଭାଯାତ୍ରା ରେ ସହର ର ମୁଖ୍ୟରାସ୍ତା ଦେଇ ରାଣୀଗୁଡା ଘଣ୍ଟ ପର୍ବ ପୂଜା ମଣ୍ଡପ ରେ ସ୍ଥାପନା କରିଥିଲେ lଏହି ଅଂଚଳ ରେ ଦୀର୍ଘ 50 ବର୍ଷରୁ ଉର୍ଦ୍ଧ ଧରି ମାଙ୍କ ଘଣ୍ଟ ପର୍ବ ଅତିଧୁଧାମ ରେ ପାଳିତ ହୋଇଆସୁଛି l କିନ୍ତୁ ଗତ 20 ବର୍ଷ ଧରି କୋଣ୍ଡା ବାବୁ ଙ୍କ ପ୍ରତକ୍ଷ୍ୟ ତତ୍ତ୍ୱବଧାନ ରେ ଘଣ୍ଟ ପର୍ବ ପାଳିତ ହୋଇଆସୁଛି l ଆଜି ଠାରୁ ଆରମ୍ଭ ହୋଇ 5 ଦିନ ପର୍ଯ୍ୟନ୍ତ ଚଳିବ ବୋଲି କୋଣ୍ଡା ବାବୁ ସୂଚନା ଦେଇଛନ୍ତି l ସେ ପୁଣି କହିଛନ୍ତି ଜେ ମା ଙ୍କ ପୂଜାର୍ଚନା କରି ଏକ ବିରାଟପଟୁଆର ରେ ମା ଙ୍କ ପାଦ ଅଣାଯାଇ ସ୍ଥାପନ କରାଯାଇଛି ଓ ଏହି 5 ଦିନ ରେ ମାଙ୍କ ହାଣ୍ଡି ସମଗ୍ର ରାଣୀଗୁଡା ର ପ୍ରତ୍ୟକ ସାହିରେ ବୁଲିବ ଓ ପ୍ରତ୍ୟକ ଦିନ ରାତ୍ରି ସମୟରେ ବେଜୁ ନାଚ ସହିତ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହେବାର କାର୍ଯ୍ୟକ୍ରମ ରହିଛି l ଅନ୍ତିମ ଦିନ ଆନ୍ଧ୍ର ପ୍ରଦେଶ ରୁ ପୌରାଣିକ ନାଟକ କାର୍ଯ୍ୟକ୍ରମ ସମସ୍ତ ଅଂଚଳ ରେ ବୁଲିବା ସହିତ ରାତ୍ରି ସମୟରେ ବେଜୁ ନିଆଁ ରେ ଚାଲିବା ସହିତ କଣ୍ଟାଦଳୀ ଟେ ଝୁଲିବେ ବୋଲି କହିଛନ୍ତି l ଅନ୍ତିମ ଦିନ ପ୍ରାୟ 5 ହଜାର ରୁ ଉର୍ଦ୍ଧ ଜନସାଧାରଣ ଙ୍କ ନିମନ୍ତେ ପ୍ରସାଦ ସେବନ ର ବ୍ୟବସ୍ଥା କରାଯିବ ବୋଲି କହିଛନ୍ତି l ଜନସାଧାରଣ ଙ୍କୁ ବହୁ ସଂଖ୍ୟା ରେ ଯୋଗ ଦେଇ ମା ଙ୍କୁ ଆଶୀର୍ବାଦ ନେବା ନିମନ୍ତେ ଅନୁରୋଧ କରିବା ସହିତ ମା ରାୟଗଡ ବାସୀ କୁ ଶାନ୍ତି ରେ ରଖନ୍ତୁ ବୋଲି ମୋର ମା ଙ୍କୁ ଠାରେ ପ୍ରାର୍ଥନା ବୋଲି କହିଥିଲେ l ଏହି ମା ଙ୍କୁ ପାଦ ଆଣିବା ଯାତ୍ରା ରେ ୟାଲ୍ଲା ଭେଙ୍କଟେଶ୍ୱର ରାଓ ଙ୍କୁ ରେଡ୍ଡୀ ସତ୍ୟନାରାୟଣ,କେ ସୁଦ୍ଧା, ଏନ ନରେଶ, ପି ଶ୍ରୀନୁ,ପି ଗୌରୀ,ଏସ ହରେଷ,ତୁ ଵାସା, କେ ଚାନ୍ତି, ପି କିରଣ ଏମ ଜେଜୀ,ମଣି କୁମାର, ଏନ ସାଇ କୁମାର,ଏ ନବୀନ କୁମାର, ସନ୍ତୋଷ, ଆର ଉପେନ୍ଦ୍ର ସହଯୋଗ କରିଥିଲେ lରାୟଗଡ ରୁ ଅମୁଲ୍ୟ ନିଶଙ୍କ ଙ୍କ ରିପୋର୍ଟ
