ବକଟୀ ଠାରେ ରାଜିବ ଗାନ୍ଧୀ ୩୬ତମ ବଳିଦାନ ଦିବସ ପାଳିତ ହୋଇଯାଇଛି।
ବରଗଡ (ଭବାନୀ ଶଙ୍କର ପାଢ଼ୀ) ବରଗଡ ଜିଲ୍ଲା ଭେଡେନ ବ୍ଲକ ବକଟୀ ପଂଚାୟତ ର ବକଟୀ ଠାରେ ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ଭାରତରତ୍ନ ସ୍ଵର୍ଗତ ରାଜିବ ଗାନ୍ଧୀ ୩୬ତମ ବଳିଦାନ ଦିବସ ପାଳିତ ହୋଇଯାଇଛି। ଏଥିରେ ସଭାପତିତ୍ବ କରିଥିଲେ, ବରଗଡ ଜିଲ୍ଲା ରାଜିବ ଗାନ୍ଧୀ ପଞ୍ଚାୟତରାଜ ସଂଗଠନ ସଭାପତି ଦିଲିପ କୁମାର ଦାସ। ମୁଖ୍ୟ ଅତିଥି ଭାବେ ରାଜ୍ୟ ରାଜିବ ଗାନ୍ଧୀ ପଞ୍ଚାୟତରାଜ ସଂଗଠନ ସମ୍ପାଦକ ପାଣ୍ଡବ କର୍ଣ୍ଣ ଯୋଗ ଦେଇଥିଲେ। ପ୍ରଥମେ ରାଜିବ ଗାନ୍ଧୀ କଂ ତୈଳଚିତ୍ର ନିକଟରେ ଧୂପଦୀପ ପୁଷ୍ପମାଲ୍ୟ ଅର୍ପଣ କରାଯାଇଥିଲା।ମୁଖ୍ୟ ଅତିଥି ରାଜିବ ଗାନ୍ଧୀ ନୀତି ଆଦର୍ଶ ଅନୁପ୍ରାଣିତ ହୋଇ କଂଗ୍ରେସ ସଂଗଠନ ବିଷୟରେ ଅଧିକ ସୂଚନା ପ୍ରଦାନ କରିଥିଲେ।ଅତାବିରା ବ୍ଲକ ରାଜିବ ଗାନ୍ଧୀ ସଂଗଠନ ର ସଭାପତି ବିକାଶ ତ୍ରିପାଠୀ, ରାଜିବ ଗାନ୍ଧୀ ଜୀବନୀ ଉପରେ ଆଲୋକପାତ କରିଥିଲେ। ବରିଷ୍ଠ କଂଗ୍ରେସ ନେତା ଦଶରଥ ମେହେର ଓ ସଞ୍ଜୟ ନନ୍ଦ, ରାଜିବ ଗାନ୍ଧୀ କଂ ଦେଶପ୍ରେମ, ଗଠନ ମୂଳକ କାର୍ଯ୍ୟ ବିଷୟରେ ଆଲୋକପାତ କରିଥିଲେ। ଏହି ସମୟରେ ଦୋଳଗୋବିନ୍ଦ ବେହେରା, ଭବାନୀ ପାଢୀ, ମାଧବ ସାହୁ, ଗୋବିନ୍ଦ ସାହୁ, କିଶୋର ସାହୁ, ଠକୁ ଭୋଇ ଭେଡେନ ୨ ଜିଲ୍ଲା ପରିଷଦ ପ୍ରାର୍ଥୀ ଗୋପାଳ ବାଗ, ଗଙ୍ଗା ମହାପାତ୍ର, ଖଇନୁ ମେସୁଆ, କୈଳାସ ଖେତୀ, ତାରା ଦାସ ଯୋଗଦେଇ ରାଜିବ ଗାନ୍ଧୀ କଂ ତୈଳଚିତ୍ର ନିକଟରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ଶେଷରେ ବରଗଡ ଜିଲ୍ଲା ରାଜିବ ଗାନ୍ଧୀ ପଞ୍ଚାୟତରାଜ ସଂଗଠନ ସଭାପତି ଦିଲିପ କୁମାର ଦାସ ଧନ୍ୟବାଦ ଅର୍ପଣ କରିଥିଲେ।
