ଅସହ୍ୟ ଗରମରେ ଖୋଲା ଆକାଳ ତଳେ ବସକୁ ଅପେକ୍ଷା କରୁଛନ୍ତି ଯାତ୍ରୀ, ନାହିଁ ପାନୀୟ ଜଳର ସୁବିଧା, କେବେ ନିର୍ମାଣ ହେବ ମଡେଲ ବସଷ୍ଟପ
ଗଜପତି,୨୨.୫(ମନୋଜ କୁମାର ପାଢୀ)-:ପ୍ରଚଣ୍ଡ ଖରା… ଆକାଶରୁ ନିଆଁ ବର୍ଷୁଛି… ଘରେ ରହିହେଉନି… ବାହାରକୁ ଯିବାକୁ ଭୟ ଲାଗୁଛି… ରାତିରେ ବି ଶାନ୍ତି ମିଳୁନି… କଲବଲ କରୁଛି ଗୁଳୁଗୁଳି। ଏହାରି ଭିତରେ ଗଜପତି ଜିଲ୍ଲା ପାରଳାଖେମୁଣ୍ଡିରୁ ଆସିଛି ପ୍ରଶାସାନିକ ଅବହେଳାର ଏକ ଚିତ୍ର। ଅସହ୍ୟ ଗରମରେ ଖୋଲା ଆକାଳ ତଳେ ବସକୁ ଅପେକ୍ଷା କରୁଛନ୍ତି ଯାତ୍ରୀ, ନାହିଁ ପାନୀୟ ଜଳର ସୁବିଧା, କେବେ ନିର୍ମାଣ ହେବ ମଡେଲ ବସଷ୍ଟପ୍ ବଢୁଥିବା ଖରା ଓ ରୌଦ୍ରତାପ ମଧ୍ୟରେ ସାଧାରଣ ଯାତ୍ରୀଙ୍କ ଦୁଃଖ ଦିନକୁ ଦିନ ଦ୍ୱିଗୁଣିତ ହେବାରେ ଲାଗିଛି। ଗଜପତି ସହରର ପ୍ରମୁଖ ସ୍ଥାନଗୁଡିକରେ ବିଶ୍ରାମାଗାର ନଥିବାରୁ ଖୋଲା ଆକାଶ ତଳେ ଘଣ୍ଟା ଘଣ୍ଟା ଧରି ଅପେକ୍ଷା କରିବାକୁ ପଡୁଛି। ଯାହାକୁ ନେଇ ଜନସାଧାରଣଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ପ୍ରଚଣ୍ଡ ଖରା… ଆକାଶରୁ ନିଆଁ ବର୍ଷୁଛି… ଘରେ ରହିହେଉନି… ବାହାରକୁ ଯିବାକୁ ଭୟ ଲାଗୁଛି… ରାତିରେ ବି ଶାନ୍ତି ମିଳୁନି… କଲବଲ କରୁଛି ଗୁଳୁଗୁଳି। ଏହାରି ଭିତରେ ଗଜପତି ଜିଲ୍ଲା ପାରଳାଖେମୁଣ୍ଡିରୁ ଆସିଛି ପ୍ରଶାସାନିକ ଅବହେଳାର ଏକ ଚିତ୍ର। ପାରଳାଖେମୁଣ୍ଡି ସହରର ବସଷ୍ଟାଣ୍ଡ, ମେଡିକାଲ ଛକ, ପୁରୁଣା ବସଷ୍ଟାଣ୍ଡ ଓ ବଜାର ଅଞ୍ଚଳରେ ପ୍ରତିଦିନ ହଜାର ହଜାର ଲୋକଙ୍କ ଭିଡ଼ ହେଉଛି। କିଏ ଚିକିତ୍ସା ପାଇଁ ତ’ କିଏ ବ୍ୟବସାୟ ଓ ସରକାରୀ କାମ ପାଇଁ ଦୂରଦୂରାନ୍ତରରୁ ସହରକୁ ଆସୁଛନ୍ତି। ହେଲେ ଏହି ପ୍ରମୁଖ ସ୍ଥାନଗୁଡ଼ିକରେ ଯାତ୍ରୀଙ୍କ ବସିବା କୌଣସି ବ୍ୟବସ୍ଥା ନାହିଁ। ଖରାରେ ଯାତ୍ରୀମାନେ ଖୋଲା ଆକାଶ ତଳେ ଘଣ୍ଟା ଘଣ୍ଟା ଧରି ବସ୍ ଓ ଗାଡିକୁ ଅପେକ୍ଷା କରୁଛନ୍ତି। ବୃଦ୍ଧ, ଓ ରୋଗୀମାନେ ଏଥିରେ ଅଧିକ ପ୍ରଭାବିତ ହେଉଛନ୍ତି। ଅନେକ ସ୍ଥାନରେ ପାନୀୟ ଜଳର ସୁବିଧା ମଧ୍ୟ ନଥିବା ଅଭିଯୋଗ ହୋଇଛି।ସହରର ଅନେକ ପୁରୁଣା ବିଶ୍ରାମାଗାର ଭାଙ୍ଗିରୁଜି ପରିତ୍ୟକ୍ତ ଅବସ୍ଥାରେ ରହିଛି। ସେଗୁଡିକର ପୁନରୁଦ୍ଧାର ସହ ପୁଲିସ ଷ୍ଟେସନ ଛକ, କଲେଜ ଛକ, ମେଡିକାଲ ଛକ ଓ ପୁରୁଣା ବସ୍ଷ୍ଟାଣ୍ଡ ଅଞ୍ଚଳରେ ନୂଆ ବିଶ୍ରାମାଗାର ନିର୍ମାଣ ପାଇଁ ଦାବି ଜୋର ଧରିଛି। ତେବେ ମୁଖ୍ୟମନ୍ତ୍ରୀ ସହରୀ ବିକାଶ ଯୋଜନାରେ ଚାରୋଟି ସ୍ଥାନରେ ମଡେଲ୍ ବସ୍ଷ୍ଟପ୍ ନିର୍ମାଣ ପାଇଁ ପ୍ରକ୍ରିୟା ଚାଲିଥିବା କହିଛନ୍ତି ପୌରପରିଷଦ ନିର୍ବାହୀ ଅଧିକାରୀ। ତାତି ଦିନକୁ ଦିନ ବଢୁଥିବା ବେଳେ ସାଧାରଣ ଯାତ୍ରୀଙ୍କ ପାଇଁ ଆଶ୍ରୟସ୍ଥଳୀ ଓ ପାନୀୟ ଜଳର ବ୍ୟବସ୍ଥା କରିବା ଅତ୍ୟନ୍ତ ଜରୁରୀ।
