ମାଟି, ମା’ ଓ ମହିଳାଙ୍କ ସମ୍ମାନ ଓ ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ ନେଇ ଗୁଡ଼ାରୀ ଠାରେ ବିଜେଡି ପକ୍ଷରୁ ବିଶାଳ ସଭାଯାତ୍ରା, ବିଡ଼ିଓ ଙ୍କୁ ଦାବିପତ୍ର ପ୍ରଦାନ

ମାଟି, ମା’ ଓ ମହିଳାଙ୍କ ସମ୍ମାନ ଓ ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ ନେଇ ଗୁଡ଼ାରୀ ଠାରେ ବିଜେଡି ପକ୍ଷରୁ ବିଶାଳ ସଭାଯାତ୍ରା, ବିଡ଼ିଓ ଙ୍କୁ ଦାବିପତ୍ର ପ୍ରଦାନ

ମାଟି, ମା’ ଓ ମହିଳାଙ୍କ ସମ୍ମାନ ଓ ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ ନେଇ ଗୁଡ଼ାରୀ ଠାରେ ବିଜେଡି ପକ୍ଷରୁ ବିଶାଳ ସଭାଯାତ୍ରା, ବିଡ଼ିଓ ଙ୍କୁ ଦାବିପତ୍ର ପ୍ରଦାନ

ରାୟଗଡ଼ (info media) ମାଟି, ମା’ ଓ ମହିଳାଙ୍କ ସମ୍ମାନ ସୁରକ୍ଷା ତଥା ବର୍ତମାନ ଓଡିଶା ରେ ଆଇନ ଶୃଙ୍ଖଳା ର ବିପର୍ଯ୍ୟସ୍ତ ପରିସ୍ଥିତି ଦାବିରେ ଆଜି ସକାଳ 10ଘଂଟିକା ସମୟରେ ରାୟଗଡ଼ ଜ଼ିଲ୍ଲା ଗୁଡାରି ସହରରେ ବିଜୁ ଜନତା ଦଳ ପକ୍ଷରୁ ଏକ ବିଶାଳ ସଭାଯାତ୍ରା ସ୍ଥାନୀୟ ଜଗନ୍ନାଥ ମନ୍ଦିର ରୁ ଆରମ୍ବ ହୋଇ ବିଡ଼ିଓ ଙ୍କ କାର୍ଯ୍ୟାଳୟ ପର୍ଯ୍ୟନ୍ତ ପହଞ୍ଚିଥିଲା l ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ନିର୍ଦେଶକ୍ରମେ ଏବଂ ରାୟଗଡ଼ା ଜିଲ୍ଲା ବିଜେଡି ସଭାପତି ଜଗନ୍ନାଥ ସାରକାଙ୍କ ନେତୃତ୍ୱରେ ଏହି କାର୍ଯ୍ୟକ୍ରମ ହୋଇଥିଲା। ଜିଲ୍ଲା ବିଜୁ ମହିଳା ଜନତା ଦଳର ସଭାପତି ଅନୁସୟା ମାଝିଙ୍କ ତତ୍ତ୍ୱାବଧାନରେ ଗୁଣୁପୁର ନିର୍ବାଚନ ମଣ୍ଡଳୀର 4 ଗୋଟି ବ୍ଲକ ର ଶତାଧିକ ମହିଳା କର୍ମୀ ଓ ଦଳୀୟ ନେତା-କର୍ମୀ ସାମିଲ ହୋଇଥିଲେ। ଜଗନ୍ନାଥ ମନ୍ଦିର ରୁ ବାହାରିଥିବା ଏହି ଶୋଭାଯାତ୍ରା ମୁଖ୍ୟରାସ୍ତା ଦେଇ ପରିକ୍ରମା କରି ପଂଚାୟତ ସମିତି କାର୍ଯ୍ୟାଳୟ ଠାରେ ପହଞ୍ଚିଥିଲା। ବର୍ତମାନର ବିଜେପି ଶାସନରେ ରାଜ୍ୟରେ ବଢ଼ିଚାଲିଥିବା ମହିଳା ହତ୍ୟା, ନିର୍ଯାତନା ଓ ଜନବିରୋଧୀ ନୀତି ବିରୋଧରେ ବିଜେଡି ତୀବ୍ର ପ୍ରତିବାଦ କରିଛି। ନେତୃବୃନ୍ଦ ଅଭିଯୋଗ କରିଛନ୍ତି ଯେ ଡବଲ ଇଞ୍ଜିନ ସରକାରରେ ମହିଳାମାନେ ଅସୁରକ୍ଷିତ ଅନୁଭବ କରୁଛନ୍ତି ବୋଲି ସୁଧୀର ଦାସ କହିଥିଲେ ।ସଭାଯାତ୍ରା ଶେଷରେ ରାଜ୍ୟପାଳ ଙ୍କ ଉଦେଶ୍ୟ ରେ ଏକ ଦାବିପତ୍ର ବିଡ଼ିଓ ଙ୍କୁ ପ୍ରଦାନ କରିଥିଲେ । ଦାବିପତ୍ରରେ ମହିଳାଙ୍କ ସୁରକ୍ଷା ସୁନିଶ୍ଚିତ କରିବା, ଦୋଷୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଓ ଜନବିରୋଧୀ ନୀତି ପ୍ରତ୍ୟାହାର କରିବାକୁ ଦାବି କରାଯାଇଛି। ବିଜୁ ଓ ନବୀନଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ମହିଳା ସଶକ୍ତୀକରଣ ପାଇଁ ବିଜେଡି ସର୍ବଦା ଲଢ଼ିବ ବୋଲି ଜିଲ୍ଲା ଗୁଣୁପୁର ର ପୂର୍ବତନ ବିଧାୟକ ରଘୁନାଥ ଗୋମାଙ୍ଗ କହିଛନ୍ତି। କାର୍ଯ୍ୟକ୍ରମରେ ଜ଼ିଲ୍ଲା ବିଜେଡି କାର୍ଯ୍ୟକାରୀ ସଭାପତି ରଂଜିତ ପାଣିଗ୍ରାହୀ କୁନା,ପୂର୍ବତନ ଗୁଣୁପୁର ବିଧାୟକ ରଘୁନାଥ ଗୋମାଙ୍ଗ,ଜ଼ିଲ୍ଲା ବିଜେଡି ମହିଳା ର ଶୁଭ୍ରା ପଣ୍ଡା, ଅମ୍ବିକା ବିଡ଼ିକା,ପିଙ୍କୁ ପଣ୍ଡା,ଜ଼ିଲ୍ଲା ବିଜେଡି ଉପସଭାପତି ଗୋଦାବରୀ ରାଉତ୍ବ, କ୍ଷୀରୋଦ ପଟ୍ଟନାୟକ, ଗଗନ ଆଚାର୍ଯ୍ୟ, ରବିନାରାୟଣ ଆଚାର୍ଯ୍ୟ ମଣ୍ଟୁ, ବାତ୍ରୀ ମଣ୍ଡାଙ୍ଗୀ, ଋଷି ପାତ୍ର, ବିଜୟି ମାଣ୍ଡାଙ୍ଗୀ ,ଜିଲ୍ଲାର ସମସ୍ତ ବ୍ଲକରୁ ହଜାର ହଜାର ମହିଳା ଓ ଦଳୀୟ କର୍ମୀ ଯୋଗ ଦେଇଥିଲେ। ଆଜିର ଏହି କାର୍ଯ୍ୟକ୍ରମ କୁ ଗୁଡାରି ବିଜେଡି ର କେଦାର ସାହୁ ସନ୍ତୋଷ ମହାନ୍ତି, ଟୁନା ଗୌଡ଼, ସୁଶୀଲ ଗୁରୁବାର ସୁଚାର ରୂପେ ପରିଚାଳନା କରିଥିଲେ lରାୟଗଡ ରୁ ଅମୁଲ୍ୟ ନିଶଙ୍କ ଙ୍କ ରିପୋର୍ଟ