ସୋସିଆଲ ମିଡିଆରେ ଯୁବତୀଙ୍କୁ ଟାର୍ଗେଟ, ଇମୋସନାଲ ବ୍ଲାକମେଲିଙ୍ଗ ଅଭିଯୋଗରେ ଦୁଇ ଭାଇ ଗିରଫ

ସୋସିଆଲ ମିଡିଆରେ ଯୁବତୀଙ୍କୁ ଟାର୍ଗେଟ, ଇମୋସନାଲ ବ୍ଲାକମେଲିଙ୍ଗ ଅଭିଯୋଗରେ ଦୁଇ ଭାଇ ଗିରଫ

ସୋସିଆଲ ମିଡିଆରେ ଯୁବତୀଙ୍କୁ ଟାର୍ଗେଟ, ଇମୋସନାଲ ବ୍ଲାକମେଲିଙ୍ଗ ଅଭିଯୋଗରେ ଦୁଇ ଭାଇ ଗିରଫ

ଜଗତସିଂହପୁର: ସାମାଜିକ ଗଣମାଧ୍ୟମ ଜରିଆରେ ଯୁବତୀମାନଙ୍କୁ ଟାର୍ଗେଟ କରି ପ୍ରେମ ସମ୍ପର୍କ ଗଢ଼ି ଶାରୀରିକ ସମ୍ପର୍କ ରଖିବା ସହ ଇମୋସନାଲ ବ୍ଲାକମେଲିଙ୍ଗ କରୁଥିବା ଅଭିଯୋଗରେ ଜଗତସିଂହପୁର ପୋଲିସ ଦୁଇ ଭାଇଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ହେଲେ ଜ୍ଞାନ ରଞ୍ଜନ ନାୟକ ଓ ବିଶ୍ୱ ରଞ୍ଜନ ନାୟକ।ଏନେଇ ଜଗତସିଂହପୁର ଏସପି Ankit Kumar Verma ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି। ଅଭିଯୋଗ ଅନୁସାରେ, ଦୁଇ ଅଭିଯୁକ୍ତ ପ୍ରଥମେ ସାମାଜିକ ଗଣମାଧ୍ୟମରେ ଯୁବତୀମାନଙ୍କ ସହ ପରିଚୟ ସୃଷ୍ଟି କରି ପରେ ପ୍ରେମ ସମ୍ପର୍କ ଗଢ଼ି ଉଠୁଥିଲେ। ପରବର୍ତ୍ତୀ ସମୟରେ ସେମାନେ ଶାରୀରିକ ସମ୍ପର୍କ ରଖି ଫଟୋ ଓ ଭିଡିଓ ଆଧାରରେ ବ୍ଲାକମେଲ କରୁଥିବା ଅଭିଯୋଗ ହୋଇଛି।ପୋଲିସ ଘଟଣାର ତଦନ୍ତ କରି ବିଭିନ୍ନ ଡିଜିଟାଲ ପ୍ରମାଣ ଜବତ କରିଥିବା ସୂଚନା ମିଳିଛି। ଏହି ଘଟଣାକୁ ଗୁରୁତ୍ୱର ସହ ନେଇ ପୋଲିସ ସାଧାରଣ ଲୋକଙ୍କୁ ସତର୍କ ରହିବାକୁ ଅନୁରୋଧ କରିଛି। ବିଶେଷ କରି ସାମାଜିକ ଗଣମାଧ୍ୟମରେ ଅପରିଚିତ ବ୍ୟକ୍ତିଙ୍କ ସହ ବ୍ୟକ୍ତିଗତ ସୂଚନା ଓ ଫଟୋ ଶେୟାର ନକରିବାକୁ ପରାମର୍ଶ ଦିଆଯାଇଛି।ଗଣେଶ ପାଣିଗ୍ରାହୀଙ୍କ ରିପୋର୍ଟ।